ଗର୍ଭାବସ୍ଥାରେ ପତ୍ନୀ ଚାହାଁନ୍ତି ପତିଙ୍କ ଭଲ ପାଇବା କମ୍‌ ନ ହେଉ , କାରଣ ଜାଣନ୍ତୁ

ଗର୍ଭାବସ୍ଥାରେ ସ୍ତ୍ରୀ ସ୍ୱାମୀଙ୍କଠାରୁ ଅନେକ କଥା ଆଶା ରଖନ୍ତି । ତେବେ ଏହି ସମୟରେ ସେ ଚାହାଁନ୍ତି ସବୁଠାରୁ ବେଶୀ ଭଲ ପାଆନ୍ତୁ ସ୍ୱାମୀ।
ସ୍ୱାମୀ ଜାଣିବା ଉଚିତ ଯେ ତାଙ୍କ ସ୍ତ୍ରୀ ବଦଳି ଯାଇଛନ୍ତି । କାରଣ ସେ ଏକ ନୂଆ ଦୁନିଆ ସହ ଯୋଡ଼ି ହୋଇଛନ୍ତି । ଦ୍ୱିତୀୟ କଥା ହେଲା ଯେ ତାଙ୍କର ମୁଡ୍‌ ମଧ୍ୟ ବଦଳି ଯାଇଛି । ଗର୍ଭ ରହିବାର ପ୍ରଥମ ତିନି ମାସ ପରେ ପତ୍ନୀଙ୍କର କାମେଚ୍ଛା ହ୍ରାସ ପାଇଥାଏ । ଏଣୁ ତାଙ୍କୁ ସ୍ୱାମୀ ଜୋର୍‌ କରି ଶାରୀରିକ ସଂପର୍କ ପାଇଁ ପ୍ରସ୍ତୁତ ନ କରାନ୍ତୁ ବୋଲି ମଧ୍ୟ ଚାହାଁନ୍ତି ସ୍ତ୍ରୀ ।

photo-youtube

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ପ୍ରତ୍ୟେକ ସ୍ତ୍ରୀ ଚାହେଁ ତାଙ୍କ ସ୍ୱାମୀ ଜାଣିଥାନ୍ତୁ ଗର୍ଭାବସ୍ଥାରେ ସ୍ତ୍ରୀ ମୋଟୀ ହୋଇ ଯାଆନ୍ତି । ଏଣୁ ସେତେବେଳେ ଅସୁନ୍ଦରୀ ଦିଶିଲେ ବି ତାଙ୍କ ପ୍ରତିଥିବା ଭଲ ପାଇବା ଯେପରି କମ୍‌ ନ ହେଉ ଏହା ବି ଆଶା କରନ୍ତି ସ୍ୱାମୀଙ୍କଠାରୁ । ଏହି ଅବସ୍ଥାରେ ସ୍ତ୍ରୀ ଭିନ୍ନ ସ୍ୱାଦର ଖାଦ୍ୟ ଖାଇବାକୁ ଚାହାଁନ୍ତି । ଏଣୁ ସ୍ୱାମୀ ତାଙ୍କ ମନପସନ୍ଦ ଖାଦ୍ୟ ବି ଦେବାର ବନ୍ଦୋବସ୍ତ କରନ୍ତୁ ବୋଲି ପତ୍ନୀ ଇଚ୍ଛା ରଖନ୍ତି । ଆଉ ଏକ ଉଲ୍ଲେଖନୀୟ ପ୍ରସଙ୍ଗ ହେଲା ଯେ ସ୍ୱାମୀ ନିଜ ହାତରେ ରାନ୍ଧି ତାଙ୍କୁ ଖୁଆନ୍ତୁ ବୋଲି ବି ପତ୍ନୀ ଚାହାଁନ୍ତି ।

ସମ୍ବନ୍ଧିତ ଖବର