ନୂଆଦିଲ୍ଲୀ: ସଂପ୍ରତି 'ଭାଲେଣ୍ଟାଇନ୍' ସପ୍ତାହ ଚାଲିଥିବା ବେଳେ ଆପଣ ଜାଣିବାକୁ ଚାଁହୁଚନ୍ତି କି କେଉଁ ଶୀର୍ଷ ଅଧିକାରୀମାନେ ପ୍ରେମ ବିବାହ କରିଛନ୍ତି? ଆମ ଦେଶରେ ଏମିତି ଅନେକ ଆଇଏଏସ୍ ଏବଂ ଆଇପିଏସ୍ ଅଧିକାରୀ ଅଛନ୍ତି ଯେଉଁମାନେ ପ୍ରେମ ବିବାହରେ ବାନ୍ଧି ହୋଇଛନ୍ତି । ତେବେ ଜାଣି ରଖୁନ୍ତୁ, ଆଇଏଏସ୍ ଟିନା ଡାବିଙ୍କଠାରୁ ଆରମ୍ଭ କରି ଆଇପିଏସ୍ ଅଧିକାରୀ ନବଜୋତ ସିମିଙ୍କ ଯାଏଁ କରିଛନ୍ତି ପ୍ରେମ ବିବାହ।

Advertisment

୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ୨୦୧୬-ବ୍ୟାଚର ୨ ଆଇଏଏସ୍ ପ୍ରେମୀଯୁଗଳ ଆମିର-ଉୁଲ-ସାଫି-ଖାନ୍ ଓ ଟିନା ଡାବିଙ୍କ ପ୍ରେମ କାହାଣୀରେ ୨୦୨୦ରେ ପଡ଼ିଥିଲା ପୂର୍ଣ୍ଣଛେଦ। ୨୦୧୩-ବ୍ୟାଚର ଆଇଏଏସ୍ ଅଧିକାରୀ ପ୍ରଦୀପ ଗୱାଣ୍ଡେଙ୍କ ସହ ଦ୍ୱିତୀୟ ବିବାହ କରି ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ଟିନା ଡାବି।

ଆଇପିଏସ୍ ଅଧିକାରୀ ନବଜୋତ ସିମି ୧୪ ଫେବୃଆରୀ ୨୦୨୦ 'ଭାଲେଣ୍ଟାଇନ୍ଆ ଡେ' ରେ ଆଇଏଏସ୍ ତୁଷାର ସିଂଗଲାଙ୍କୁ ବିବାହ କରିଥିଲେ। ୨୦୧୮-ବ୍ୟାଚ୍ର ଆଇପିଏସ୍ ସୃଷ୍ଠି ଜୟନ୍ତ ଦେଶମୁଖ ଅଗଷ୍ଟ ୨୧ରେ ଆଇଏଏସ୍ ଅଧିକାରୀ ନାଗାର୍ଜୁନଙ୍କୁ ନିର୍ବନ୍ଧ କରିଥିଲେ। ପରେ ଏପ୍ରିଲ ୨୦୨୨ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଆଇଏଏସ୍ ପ୍ରେରଣା ଶର୍ମା ୟୁପିର ଆଇଏଏସ୍ ଅଧିକାରୀ ମୃଦୁଳ ଚୌଧୁରୀଙ୍କୁ ୨୦୧୮ରେ ପ୍ରେମ ବିବାହ କରିଥିଲେ । କେ.ଏସ ସବରୀନାଥନଙ୍କୁ ୨୦୧୪-ବ୍ୟାଚ୍ର ଆଇଏଏସ୍ ଦିବ୍ୟା ଏସ ଅୟର ବିବାହ କରିଥିଲେ । ଆଇଏଏସ୍ ଅଧିକାରୀ ଅତହର ଆମିର ଖାନ୍ ଆଇଏଏସ୍ ଟିନା ଡାବିଙ୍କ ସହ ପ୍ରଥମ ବିବାହ କରିଥିଲେ। ୨୦୨୦ରେ ବିବାହରେ ପୂର୍ଣ୍ଣଛେଦ ପଡ଼ିବାରୁ ଡାକ୍ତର ମହରିନଙ୍କୁ ଦ୍ୱିତୀୟ ବିବାହ କରିଥିଲେ ଆମିର ଖାନ୍। ୨୦୧୯-ବ୍ୟାଚ୍ର ଆଇପିଏସ୍ ରେଖା ଯାଦବ ୨୦୧୮-ବ୍ୟାଚର ଆଇଏଏସ୍ ଅଜୟ ଗଣପତିଙ୍କୁ କୋର୍ଟରେ ବିବାହ କରିଛନ୍ତି। ଖୁବଶୀଘ୍ର ଦୁହେଁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହେବେ।