କୌଣସି ବି ରୋଗ ଆରମ୍ଭ ହେବା ପୂର୍ବରୁ ତାହାର ପ୍ରାଥମିକ ଲକ୍ଷଣ ଦେଖା ଯାଇଥାଏ । ଯାହାକୁ ଲୋକେ ଜାଣି ନ ପାରି ପରବର୍ତ୍ତି ମୁହୂର୍ତ୍ତରେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆଜିକାଲି ମଧୁମେହ ରୋଗ ଅତି ସାଧାରଣ ହୋଇଗଲାଣି । ଏହି ରୋଗ ହେଲେ ଲୋକମାନଙ୍କୁ ଖାଇବା ପିଇବାରେ ଅନେକ ସମସ୍ୟା ହୋଇଥାଏ । ବେଳେ ବେଳେ ଲକ୍ଷଣ ଜାଣି ନ ପାରି ଲୋକାମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଆଜି ଆମେ ଆପଣଙ୍କୁ ଏହାର ଲକ୍ଷଣ ବିଷୟରେ ଜଣାଇବୁ ।
୧. ଦରକାରଠାରୁ ଅଧିକ ଶୋଷ ଲାଗୁଥିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ । ତୁରନ୍ତ ଯାଇ ମଧୁମେହ ଅଛି କି ନାହିଁ ଯାଞ୍ଚ କରାଇ ନିଅନ୍ତୁ ।
୨. କୌଣସି ଶାରୀରିକ କାମ ନ କରି ଥକିଯିବା ହେଉଛି ମଧୁମେହର ଲକ୍ଷଣ ।
/sambad/media/post_attachments/wp-content/uploads/2019/06/high-angle-view-of-woman-checking-blood-sugar-level-royalty-free-image-916358480-1540325433-300x300.jpg)
୩. ମଧୁମେହ ସମସ୍ୟା ଥିଲେ ଗୁପ୍ତାଙ୍ଗର ଆଖ ପାଖରେ କୁଣ୍ଡାଇ ହେବା ଭଳି ସମସ୍ୟା ଦେଖା ଯାଇଥାଏ । କାରଣ ରକ୍ତରେ ସର୍କରାସ୍ଥର ବଢ଼ିବା ଦ୍ୱାରା ଏଭଳି ସମସ୍ୟା ଆରମ୍ଭ ହୋଇ ଯାଇଥାଏ ।
୪. ଅଧିକ ଭୋକ ଲାଗିବାର କାରଣ ଅନେକ । ସେ ମଧ୍ୟରୁ ଗୋଟେ ହେଲା ମଧୁମେହ । ଦରକାରଠାରୁ ଅଧିକ ଭୋକ ଲାଗୁଥିଲେ ତୁରନ୍ତ ଯାଇ ଯାଞ୍ଚ କରାନ୍ତୁ ।
/sambad/media/post_attachments/wp-content/uploads/2019/06/woman-eating-breakfast-in-kitchen-300x200.jpg)
୫. ଶରୀରରେ ସର୍କରାସ୍ଥର ବଢ଼ିବା ଦ୍ୱାରା ଦୃଷ୍ଟିଶକ୍ତି କମ ହେବାକୁ ଲାଗିଥାଏ । ଯଦି ହଠାତ ଆପଣଙ୍କୁ ଦେଖିବାରେ ଅସୁବିଧା ଅନୁଭବ ହେଉଛି, ତେବେ ତୁରନ୍ତ ଯାଞ୍ଚ କରାନ୍ତୁ ।