କାହା  ଉପରେ ନିର୍ଭର କରେ ଆପଣ ଅଳସୁଆ ହେବା !

କେତେକ ଲୋକ ସ୍ୱଭାବତଃ ଅଳସୁଆ,ଆଉ କେତେକ ଖୁବ୍‌ କର୍ମଠ। ଏହା କାହିଁକି ଭିନ୍ନ ଭିନ୍ନ ମନୁଷ୍ୟ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ, ତାହା ଜାଣିବାକୁ ଏକ ଗବେଷଣା କରାଯାଇଥିଲା ନିକଟରେ।

କାନାଡାର ‘ଦ ୟୁନିଭର୍ସିଟି ଅଫ୍‌ ବ୍ରିଟିସ୍‌  କୋଲାମ୍ବିୟା’ରେ କରାଯାଇଥିବା ଗବେଷଣା ଖୁଲାସା ହୋଇଛି ଯେ,ପ୍ରାକୃତିକ ଭାବେ ଆମର ମସ୍ତିଷ୍କ ଆଳସ୍ୟ ଶିକାର ହୋଇନଥାଏ। ବ୍ୟକ୍ତି ଯେତେ କମ୍‌ କାମ କରିଲେ  ବି ସେ ଅଳସୁଆ ନୁହେଁ । ଏହା ବି ଜଣାଯାଇଛି ଯେ ଆପଣ ଶାରୀରିକ ରୂପେ ଯେତେ ସକ୍ରିୟ ହେଲେ ବି ଅଳସୁଆ ହୁଅନ୍ତି ନାହିଁ। ଗବେଷକମାନେ ଯୁବକମାନଙ୍କ କଂପ୍ୟୁଟର ସମ୍ମୁଖରେ ବସାଇ ସେମାନଙ୍କର ପରିବର୍ତ୍ତନର ଅଧ୍ୟୟନ କରିଥିଲେ। ସେମାନଙ୍କ ଶାରୀରିକ ସକ୍ରିୟତା ଓ ଅସକ୍ରିୟତାର ଛୋଟ ଚିତ୍ର ଦେଖାଗଲା।

ଗବେଷକମାନେ ଅଂଶଗ୍ରହଣ କାରୀଙ୍କୁ  ଭକ୍ତ ଚିତ୍ରଗୁଡିକ ଉପରେ ପ୍ରତିକ୍ରିୟା ଦେଲେ,ସେମାନଙ୍କର ମସ୍ତିଷ୍କ କ୍ଷିପ୍ର ବୋଲି କୁହାଗଲା। ଯେଉଁମାନେ ପ୍ରତିକ୍ରିୟା  ଦେବାରେ ବିଳମ୍ବ କରିଥିଲେ ,ସେମାନେ ଅଳସୁଆ ବୋଲି କୁହାଗଲା।

ଏହି ଗବେଷଣାରୁ ସ୍ପଷ୍ଟ ହେଲା ଯେ,ଆପଣଙ୍କ କାର୍ଯ୍ୟ ବା ବ୍ୟବହାର ଉପରେ ନୁହେଁ, ବରଂ ଆପଣ ଅଳସୁଆ କି କର୍ମଠ ତାହା ମସ୍ତିଷ୍କ ଉପରେ ନିର୍ଭର କରେ।

ସମ୍ବନ୍ଧିତ ଖବର