ହୃଦ୍ଘାତର ବିଭିନ୍ନ କାରଣ ରହିଛି । ଏଥିଭିତରୁ ଏକ କାରଣ .ହେଲା ଅଳସୁଆମି ।ଅର୍ଥାତ୍ ଠିକ୍ ସମୟରେ ସ୍ନାନ ନ କରିବା,ବସି ବସି ଟେଲିଭିଜନ୍ ଦେଖିବା,ଘରେ ଚାକର ଥିଲେ କୁଟାଖଣ୍ଡକେ ଦିଖଣ୍ଡ ନ କରିବା,ଭଳି ଅଭ୍ୟାସ ଯୋଗୁଁ ବି ଜଣେ ହୃଦରୋଗର ଶିକାର ହୋଇପାରେ। ଠିକ୍ ସେହିପରି ଏକ ଜାଗାରେ ବସି ରହିଲେ ମୋଟାପା ବଢ଼ିବ ଓ ମାଂସପେଶୀ ମଧ୍ୟ ଜାମ୍ ହୋଇଯିବ। ଫଳତଃ ହୃଦ୍ଘାତର ଆଶଙ୍କା ଦେଖା ଦେଇଥାଏ। କାଲି ସେତିକିନୁହେଁ କୌଣସି କାମରେ ମନ ନ ଲଗାଇ କେବଳ ମନଇଚ୍ଛା କାମ କଲେ ବି ଏହାର ଶିକାର ହୋଇପାରନ୍ତି।
ଏଣୁ ସନ୍ଧ୍ୟାରେ ଟିଭି ଦେଖିବା ଅପେକ୍ଷା ପାର୍କକୁ ଯାଇ ବୁଲନ୍ତୁ। ପିଲାଙ୍କୁ ମଧ୍ୟ ସନ୍ଧ୍ୟାରେ ଖେଳିବାକୁ ପଠାନ୍ତୁ। ବ୍ୟାଡ଼୍ମିଣ୍ଟନ୍,ଟେବୁଲ୍ ଟେନିସ ଭଳି ଖେଳ ଖେଳିପାରନ୍ତି। ନିଜେ ବଜାରକୁ ଯାଇ ପନିପରିବା ଓ ତେଜରାତି ସମାଗ୍ରୀ ଆଣନ୍ତୁ। ଏହାଦ୍ୱାରା ଆପଣଙ୍କ ବ୍ୟାୟାମ ବି ହେବ। ନିୟମିତ ରୂପରେ ବ୍ୟାୟାମ କରିବାର ଅଭ୍ୟାସରେ ଅଭ୍ୟସ୍ତ କରନ୍ତୁ।ପ୍ରତିଦିନ ସ୍ୱାମୀ,ସ୍ତ୍ରୀ ଓ ପିଲା ସମସ୍ତେ ବ୍ୟାୟାମ କରନ୍ତୁ।ଏହାଦ୍ୱାରା ଶରୀରରେ ଜମା ହୋଇଥିବା ଅତିରିକ୍ତ ଚର୍ବି କମିଯିବ ଏବଂ ମାଂସପେଶୀ ସୁଦୃଢ଼ ହେବ।
ମାନସିକ ଉତ୍ତେଜନା ବୃଦ୍ଧି ହେବା ଫଳରେ ହୃଦ୍ରୋଗ ହୋଇଥାଏ।ଏଣୁ ଯଥାସମ୍ଭବ ଉତ୍ତେଜିତ ନ ହେବା ଭଲ।ଏଥିପାଇଁ ବ୍ୟାୟାମ କରିବା ଆବଶ୍ୟକ। ମନେ ରଖନ୍ତୁ ନିୟମିତ ଭାବେ ବ୍ୟାୟାମ କରିଲେ ଶାରୀରିକ ଓ ମାନସିକ ଉତ୍ତେଜନା ଦୂରୀଭୂତ ହୋଇଥାଏ ।ଯୋଗ,ପ୍ରାଣାୟାମ,ଏହୋବିକ୍ସ,ଶୀଘ୍ର ଚାଲିବା ଆଜି ଉପାୟରେ ମଧ୍ୟ ଉତ୍ତେଜନା ହ୍ରାସ କରିପାରିବେ।