ଏସିଡିଟିକୁ ନେଇ ଚିନ୍ତିତ କି? ଏହି ସମସ୍ୟାରୁ ମୁକୁଳିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ…

ବ୍ୟବସ୍ତବହୁଳ ଜୀବନ ହେତୁ ଆଜିକାଲି ଲୋକମାନେ ଠିକ୍‌ ସମୟରେ ଖାଇ ପାରୁ ନାହାନ୍ତି । ଯାହାଦ୍ୱାରା ଅଧାରୁ ଅଧିକ ଲୋକଙ୍କ ନିକଟରେ ଏସିଡ଼ିଟିର ସମସ୍ୟା ଦେଖିବାକୁ ମିଳୁଛି। ଏସିଡ଼ିଟି ହେବାର ଅନେକ କାରଣ ରହିଛି । ଯେମିତିକି ଠିକ୍‌ ସମୟରେ ନ ଖାଇବା, ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା, ମସଲା ଜାତୀୟ ଖାଦ୍ୟ ଖାଇବା ଇତ୍ୟାଦି । ଆଜିକାଲି କାମ ପଛରେ ଧାଇଁ ଧାଇଁ ଲୋକମାନେ ନିଜ ଶରୀରର ଠିକ୍‌ ଭାବରେ ଯତ୍ନ ନେଇ ପାରୁ ନାହାନ୍ତି । କାମ ପାଇଁ ଠିକ୍‌ ସମୟରେ ନ ଖାଇବା ସହ ଅଧିକ ରାତି ପର୍ଯ୍ୟନ୍ତ ବସି କାମ କରୁଛନ୍ତି । ଯାହାଦ୍ୱାରା ଏହି ସମସ୍ୟା ଉପୁଜୁଛି । ଏଭଳି ସମସ୍ୟା ଦେଖା ଦେଲେ ଲୋକମାନେ ବଜାରରେ ମିଳୁଥିବା ଓଷଧର ସାହରା ନେଇଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼େ ।  କିନ୍ତୁ ଆପଣ ଏହି ସମସ୍ୟାକୁ ଘରୋଇ ଉପାୟରେ ମଧ୍ୟ ଭଲ କରି ପାରିବେ । ଆସନ୍ତୁ ଜାଣିବା କିପରି..

୧. ଯଦି ଆପଣଙ୍କର ଏସିଡ଼ିଟିର ସମସ୍ୟା ରହିଛି ତେବେ କଞ୍ଚା କ୍ଷୀର ପିଇବା ଆରମ୍ଭ କରନ୍ତୁ । ଏଥିରେ ଅଧିକ ପରିମାଣରେ କ୍ୟାଲ୍‌ସିୟମ ଥିବାରୁ ଏହା ଏସିଡ଼ିଟିର ସମସ୍ୟା ଦୂର କରିଥାଏ ।

୨. ସକାଳୁ ସକାଳୁ ଖାଲି ପେଟରେ ତୁଳସୀ ପତ୍ର ଖାଆନ୍ତୁ । ଯାହାଦ୍ୱାରା ଏସିଡ଼ିଟି ନିୟନ୍ତ୍ରଣ ହୋଇ ରହିଥାଏ । ତୁଳସୀରେ ଏସିଡ଼ିଟିକୁ ନିୟନ୍ତ୍ରଣ କରିବାର ଗୁଣ ଥାଏ । ସବୁଦିନ ଏହାକୁ ଖାଇବା ଦ୍ୱାରା ଏସିଡ଼ିଟିର ସମସ୍ୟା ଦୂର ହୋଇଥାଏ ।

Eat Your Yard Jax

୩. କଦଳୀରେ ପୋଟାସିୟମ ଏବଂ ଫାଇବର ରହିଥାଏ । ଯାହା କି ପେଟରେ ଏସିଡ଼୍‍ ସୃଷ୍ଟି ହେବାରୁ ରୋକିଥାଏ । ଯଦି ଆପଣଙ୍କର ଏସିଡ଼ିଟି ସମସ୍ୟା ରହିଛି ତେବେ ସକାଳୁ ସକାଳୁ କଦଳୀ ଖାଇବା ଆରମ୍ଭ କରନ୍ତୁ ।

NDTV Food

୪. ପୋଦିନା ଏସିଡ଼ିଟିକୁ ଦୂର କରିବା ପାଇଁ ଜଣାଯାଏ । ସେଥିପାଇଁ ଖାଦ୍ୟ ଖାଇ ସାରିବା ପରେ ଗୋଟେ କପ ପୋଦିନା ଚା’ ପିଅନ୍ତୁ । ଏସିଡ଼ିଟି ଦୂରେଇ ଯିବ ।

୫.ଏସିଡ଼ିଟିର ସମସ୍ୟା ଦେଖା ଦେଲେ ଦୁଇଟି ଅଳେଇଚକୁ ନେଇ ଗୋଟେ ଗ୍ଲାସ ପାଣିରେ ଫୁଟାଇ ଦିଅନ୍ତୁ । ଫୁଟିଯିବା ପରେ ଏହାକୁ ଥଣ୍ଡା କରି ପିଇ ଦିଅନ୍ତୁ । ଏସିଡ଼ିଟିର ସମସ୍ୟା ସଙ୍ଗେ ସଙ୍ଗେ ଦୂର ହୋଇଯିବ ।

stylecraze.com
ସମ୍ବନ୍ଧିତ ଖବର