publive-image

Advertisment

publive-imageଶୋଇବାର ତିନି-ଚାରି ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରି ନିଅନ୍ତୁ। ଏହାଦ୍ୱାରା ଖାଦ୍ୟ ସଠିକ୍‌ ଭାବେ ହଜମ ହୋଇଥାଏ। ଯଦ୍ୱାର ସକାଳୁ ଉଠିଲେ ଶରୀର ଫୁର୍ତ୍ତି ଲାଗିବା ସହିତ କାମ କରିବାରେ ମନ ଲାଗିଥାଏ।

publive-image ପ୍ରତିଦିନ ଖାଇ ସାରିବା ପରେ ଗୋଟିଏରୁ ଦୁଇଟି ଟି କଦଳୀ ଖାଆନ୍ତୁ। କାହିଁକି ନା, କଦଳୀରେ ରହିଛି ପ୍ରାକୃତିକ ଏଣ୍ଟାସିଡ୍‌ ଯାହା ଏସିଡିଟି ଦୂର କରିଥାଏ।

publive-image ରାତିରେପେଟ ପୁରା ନଖାଇ ହାଲକା ଖାଦ୍ୟ ଗ୍ରହଣ କରନ୍ତୁ। ଏହାଦ୍ୱାରା ଖାଦ୍ୟ ହଜମ ସହଜରେ ହେବ ଓ ଏସିଡ୍‌ ଅଧିକ ମାତ୍ରାରେ ତିଆରି ହୋଇପାରିବ ନାହିଁ।

publive-image ଖାଇ ସାରିଲା ପରେ ପାନମଧୁରୀ, ଲବଙ୍ଗ କିମ୍ବା ଅଲେଇଚ ଚବାନ୍ତୁ, ଏହା ଏସିଡ୍‌କୁ ନ୍ୟୁଟ୍ରିଲାଇଜ୍‌ (ପ୍ରଭାବହୀନ) କରିଥାଏ।

publive-imageରାତ୍ରୀଭୋଜନ ପରେ ଅଧା ଗ୍ଲାସ୍‌ରୁ ଏକ ଗ୍ଲାସ୍‌ ଥଣ୍ଡା କ୍ଷୀର ପିଅନ୍ତୁ, ଏହା ଏସିଡ୍‌କୁ ଡାଏଲୁଟ୍‌ କରିଥାଏ ଓ ପିଡ଼ାରୁ ମଧ୍ୟ ମୁକ୍ତି ଦେଇଥାଏ।