ଏହି ୫ଟି ଶ୍ରେଣୀର ବ୍ୟକ୍ତି ଆଦୌ ଖାଆନ୍ତୁନି ଅମୃତଭଣ୍ଡା!

ସାଧାରଣତଃ ଅମୃତଭଣ୍ଡା ଖାଇବା ଦ୍ୱାରା ବ୍ୟକ୍ତିର ବହୁତ କିଛି ଲାଭ ହୋଇଥାଏ।ହେଲେ ଏପରି କିଛି ପରିସ୍ଥିତି ଥିଲେ ଜଣଙ୍କୁ ଅମୃତଭଣ୍ଡାର ଖାଇବା ମହଙ୍ଗା ପଡ଼ିପାରେ। କାହିଁକିନା ଅମୃତଭଣ୍ଡାରେ ‘ପପାଇନ୍‌’ନାମକ ନ୍ୟୁଟ୍ରିଏଣ୍ଟ୍‌ସ ରହିଥିବା ଯୋଗୁଁ,ଏହା ଉକ୍ତ ବ୍ୟକ୍ତିଙ୍କ ଲାଗି ଅନେକଗୁଡ଼ିଏ ରୋଗର କାରଣ ବନିଥାଏ। ତେବେ ଏହାକୁ ନେଇ ଚଣ୍ଡୀଗଡ ସରକାରୀ ମେଡ଼ିକାଲ୍‌ କଲେଜ୍‌ର ଡ଼ାଇଟିସିୟାନ୍‌ ଡ଼.ରୀମା ଭାଟ୍ଟିୟା କହିଛନ୍ତି ଯେ,ଏଭଳି ୫ଟି ଶ୍ରେଣୀୟ ବ୍ୟକ୍ତି ଅଛନ୍ତି,ଯାହାଙ୍କୁ ଅମୃତଭଣ୍ଡା ସେବନ କରିବା ଠାରୁ ନିବୃତ ରହିବା ଉଚିତ୍‌ ହୋଇଥାଏ।

ଆସନ୍ତୁ ଜାଣିବା କେଉଁ ଶ୍ରେଣୀୟ ବ୍ୟକ୍ତି ଅମୃତଭଣ୍ଡା ଠାରୁ ଦୂରେଇ ରହିବା ଉଚିତ୍‌ ।

୧-କିଡ଼୍‍ନି ପ୍ରୋବ୍ଲେମ୍‌ ରହିଥିବା ବ୍ୟକ୍ତି ଆଦୌ ଖାଆନ୍ତୁନି ଅମୃତଭଣ୍ଡା। ସାଧାରଣତଃ ଅମୃତଭଣ୍ଡାରେ ରହିଥିବା ଆଣ୍ଟିଆକ୍ସିଡ଼େଣ୍ଟ୍‌ସ ଅଧିକ ମାତ୍ରାରେ କିଡ୍‍ନି ଷ୍ଟୋନ୍‌ର ମାତ୍ରାକୁ ବଢ଼ାଇଥାଏ।ଯାହାଦ୍ୱାରା କି ବ୍ୟକ୍ତିକୁ କିଡ୍‍ନି ଜନିତ ସମସ୍ୟା ହୋଇଥାଏ। ତେଣୁ ଏପରି ଶ୍ରେଣୀୟ ବ୍ୟକ୍ତି ଅମୃତଭଣ୍ଡାର ସେବନ ଠାରୁ ଦୂରେଇ ରୁହନ୍ତୁ।
୨- ଯେଉଁ ବ୍ୟକ୍ତିଙ୍କର ହୃତ୍‌ଘାତ ଜନିତ ସମସ୍ୟା ରହିଛି,ସେମାନେ ଅମୃତଭଣ୍ଡା ସେବନ ଠାରୁ ଦୂରେଇ ରୁହନ୍ତୁ। ଅମୃତଭଣ୍ଡାରେ ରହିଥିବା‘ଅକ୍ଲେଲାଇଟ୍‌ସ’କାରଣକୁ ନେଇ ବ୍ୟକ୍ତିର ହୃତସ୍ପନ୍ଦନ ଅସ୍ୱାଭାବିକ ହୋଇଯାଇଥାଏ! ତେଣୁ ଆପଣଙ୍କର ଯଦି ହୃତ୍‌ଘାତ ଜନିତ ସମସ୍ୟା ରହିଛି ତ,ତେବେ ଆପଣ ଏହାକୁ ଖାଇବା ଠାରୁ ଦୂରେଇକି ରୁହନ୍ତୁ।
୩-ଏତଦ୍‌ବ୍ୟତୀତ ଯେଉଁ ବ୍ୟକ୍ତିଙ୍କର କୌଣସି ସର୍ଜରୀ ହୋଇଛି,ସେମାନେ ମଧ୍ୟ ଅମୃତଭଣ୍ଡା ଖାଆନ୍ତୁ ନାହିଁ। ଅମୃତଭଣ୍ଡାରେ ରହିଥିବା ‘ପପାଇନ୍‌’ ଦ୍ୱାରା ରକ୍ତ ପତଳା ହେବାର ସମ୍ଭାବନାଟି ରହିଥାଏ।ତେଣୁ ଯେଉଁ ବ୍ୟକ୍ତିଙ୍କର ସର୍ଜରୀ ହୋଇଛି,ସେମାନେ ଅମୃତଭଣ୍ଡାର ସେବନ କରନ୍ତୁ ନାହିଁ।
୪-ଗର୍ଭବତୀ ମହିଳା ଖାଆନ୍ତୁ ନାହିଁ ଅମୃତଭଣ୍ଡା। ଯେଉଁ ମହିଳା ଗର୍ଭବତୀ ଅଟନ୍ତି,ସେମାନେ ମଧ୍ୟ ଏହାର ସେବନ ଠାରୁ ଦୂରେଇ ରୁହନ୍ତୁ।କାହିଁକିନା ଅମୃତଭଣ୍ଡାରେ ରହିଥିବା ‘ପପାଇନ୍‌’ଯୋଗୁଁ ଗର୍ଭନଷ୍ଟ ହେବାର ସମ୍ଭାବନା ବଢ଼ିଥାଏ।
୫-ଯେଉଁମାନଙ୍କୁ ଡ଼ାଇରିଆ ହୋଇଥାଏ,ସେମାନେ ବି ଏହାକୁ ଖାଇବା ଠାରୁ ଦୂରେଇ ରୁହନ୍ତୁ। ସାଧାରଣତଃ ଅମୃତଭଣ୍ଡା ମଧ୍ୟରେ ‘ଫାଇବର୍ସ’ରହିଥାଏ।ତେଣୁ ଯେଉଁ ବ୍ୟକ୍ତି ଡ଼ାଇରିଆରେ ପୀଡ଼ିତ,ସେମାନେ ଏହାକୁ ଖାଆନ୍ତୁ ନାହିଁ। କାହିଁକିନା ଏଥିଯୋଗୁଁ ଡ଼ାଇରିଆ ଜନିତ ସମସ୍ୟାଟି ବଢ଼ିଥାଏ।

ଆସନ୍ତୁ ଜାଣିବା ଅମୃତଭଣ୍ଡା ଖାଇବାର ଉପକାରିତା ବିଷୟରେ…
୧-ତେବେ ଅମୃତଭଣ୍ଡା ସହିତ ସୈନ୍ଧବ ଲୁଣ,ଗୋଲମରିଚ ଏବଂ ଲେମ୍ବୁକୁ ମିଶ୍ରଣ କରି ଖାଇବା ଯୋଗୁଁ ବ୍ୟକ୍ତିକୁ ଏସିଡ଼ିଟିରୁ ମୁକ୍ତି ମିଳିଥାଏ।
୨-ଏତଦ୍‌ବ୍ୟତୀତ ଅମୃତଭଣ୍ଡାର ପେଷ୍ଟ୍‍ କରି ମୁହଁରେ ଲଗାଇଲେ ବ୍ୟକ୍ତି ବ୍ରଣ ଜନିତ ସମସ୍ୟାରୁ ମୁକ୍ତି ପାଇଥାଏ।
୩-ଏଥିସହିତ ଅମୃତଭଣ୍ଡାରେ ଜୀରା,ଗୋଲମରିଚ,ଲୁଣ ଏବଂ ଲେମ୍ବୁକୁ ମିଶ୍ରଣ କରି ଖାଇବା ଦ୍ୱାରା ପେଟ ଦରଜରୁ ମଧ୍ୟ ଉପଶମ ମିଳେ!

ସମ୍ବନ୍ଧିତ ଖବର