ଆପଣଙ୍କ ଶରୀରର ବିଷ କାଢ଼ିବା ଜରୁରୀ! କେମିତି କାଢ଼ିବେ ଜାଣନ୍ତୁ

ଆଧୁନିକ ଜୀବନଶୈଳୀ ଆମ ଶରୀରକୁ ବିଷାକ୍ତ ପଦାର୍ଥର ବୋଝ ଦେଇଥାଏ। ଆମେ ଚାହିଁଲେ ମଧ୍ୟ ପ୍ରଦୂଷଣ ଯୋଗୁଁ ଏହାକୁ ଏଡ଼ାଇ ପାରି ନ ଥାଉ। ଆମ ଶରୀରରେ ଏ ସବୁ ବିଷାକ୍ତ ପଦାର୍ଥକୁ ବାହାର କରିବାର ଯନ୍ତ୍ର ତଥା ଅଙ୍ଗ ଥିଲେ ବି ବିଷାକ୍ତ ପଦାର୍ଥର ମାତ୍ରା ବଢ଼ିଗଲେ ଶରୀର ଅସୁସ୍ଥ ହୋଇ ପଡ଼ିବ। ସେଥିପାଇଁ ନିଜକୁ ମଧ୍ୟ କିଛି ଉପାୟ କରିବାକୁ ପଡ଼ିବ। ଏହାକୁ ବାହାର କରିବାର ଉପାୟ ଜାଣନ୍ତୁ। କେମିତି ଆସେ ଶରୀରକୁ ବିଷାକ୍ତ ପଦାର୍ଥ ଓ କେମିତି ଶରୀରରୁ ତାହା ପୁଣି ବାହାରେ, ଓ କ’ଣ ପ୍ରୟୋଗ କରି ତାହାକୁ ବାହାର କରିପାରିବେ ଓ ଶରୀରରୁ ବିଷ କାଢ଼ିଲେ କ’ଣ ହେବ ଲାଭ…

 

କାହିଁକି ଶରୀରରୁ ବିଷ କାଢ଼ିବା ଜରୁରି?
ଟକ୍ସିନ୍‌ ବା ବିଷ
ଶରୀରରେ ବିଷାକ୍ତ ପଦାର୍ଥ ଥିଲେ ଏହା ଶାରୀରିକ ଓ ମାନସିକ ଅସୁସ୍ଥତାର କାରଣ ହୋଇପାରେ, ଯେଉଁଥିରେ ଅନିଦ୍ରା, ମୁଣ୍ଡବିନ୍ଧା, ଖାଦ୍ୟ କିମ୍ବା ରାସାୟନିକ ପ୍ରତିକ୍ରିୟା, ହାଲିଆ ଆଦି ରୋଗ ହୋଇଥାଏ।

ମୁଖ୍ୟ ଏହି ୫ଟି ଜିନିଷରୁ ଆସିଥାଏ ଶରୀରକୁ ବିଷ
ଖାଦ୍ୟ, ପାଣି, ପରିବେଶ, ବିୟୁଟି ଓ ପର୍ସନାଲ୍‌ କେଆର୍‌ ଜିନିଷ, ଷ୍ଟ୍ରେସ୍‌ ଓ ନକରାତ୍ମକ ଚିନ୍ତାଧାରା।

 

ଶରୀରର କେଉଁ ସବୁ ଅଙ୍ଗ ବିଷାକ୍ତ ପଦାର୍ଥ କାଢ଼ିଥାଏ
ଶରୀରର ୭ଟି ଅଙ୍ଗ ଏକା ସଙ୍ଗେ କାମ କରି ଶରୀରରୁ ବିଷାକ୍ତ ଜିନିଷକୁ ଛାଙ୍କି ବାହାର କରିଥାଏ।
ଲିମ୍ଫାଟିକ୍‌ ସିସ୍‌ଟମ୍‌, ଲିଭର, କିଡ୍‌ନୀ, ସ୍କିନ୍‌ (ତ୍ୱଚା), ଫୁସ୍‌ଫୁସ୍‌, ରକ୍ତ, କୋଲୋନ୍‌।

 

କ’ଣ ଫାଇଦା ମିଳିବ ଶରୀରରୁ ବିଷାକ୍ତ ଜିନିଷ ବାହାରିଲେ
ଶାରୀରିକ ସୁସ୍ଥତା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଏନର୍ଜି ଲେବଲ୍‌ ବୃଦ୍ଧି, ଉତ୍ତମ ହଜମକ୍ରିୟା, ରକ୍ତ ପରିଷ୍କାର ଓ ସଞ୍ଚାଳନ

ମାନସିକ ସ୍ୱାସ୍ଥ୍ୟ
ସୁନିଦ୍ରା ହେବ, ଏକାଗ୍ରତା ବଢ଼ିବ

ଜୀବନଶୈଳୀ ଶୁଧୁରିବ
ଖାଦ୍ୟ ଖାଇବାରେ ଶୁଧାର ଆସିବ, ଶାରୀରିକ କ୍ରିୟାକଳାପ ବୃଦ୍ଧି ହେବ

ସମ୍ବନ୍ଧିତ ଖବର