ଶୀତ ଦିନ ଆରମ୍ଭ ହେବା ମାତ୍ରେ ଶରୀରର ଓଜନ ଆପେ ଆପେ ବଢ଼ିବାରେ ଲାଗିଥାଏ । ଅଧିକାଂଶ ଲୋକ ଏହା ସେମାନେ ଖାଉଥିବା ଖାଦ୍ୟ ପାଇଁ ହେଉଥିବା ଭାବିଥାନ୍ତି । ଯାହା ଠିକ୍ ମଧ୍ୟ । କିନ୍ତୁ ବାସ୍ତବରେ ଏମିତି ଅନେକ କାରଣ ରହିଛି ଯାହା ଶୀତ ଦିନେ ଓଜନ ବଢ଼ାଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଓଜନ ବଢ଼ିବାର କାରଣ ଏବଂ ଏହାକୁ ରୋକିବାର ଉପାୟ ।
ଓଜନ ବଢ଼ିବାର କାରଣ
୧. ଶୀତ ଦିନେ ଅଧିକ ଥଣ୍ଡା ହେଉଥିବାରୁ ଲୋକମାନେ ବାହାରକୁ ବାହାରନ୍ତି ନାହିଁ । ସକାଳ ସମୟରେ ସେମାନେ କରୁଥିବା ବ୍ୟାୟାମ ବନ୍ଦ ହୋଇ ଯାଉଥିବାରୁ ଓଜନ ଧିରେ ଧିରେ ବଢ଼ିବାକୁ ଲାଗିଥାଏ ।
/sambad/media/post_attachments/wp-content/uploads/2018/10/15_54_48282738009_15_088459070boring-workout-ll-ll-300x225.jpg)
୨. ଶୀତ ଦିନେ ଦିନ ଛୋଟ ଏବଂ ରାତି ବଡ଼ ହୋଇଥାଏ । ଯାହାଦ୍ୱାରା ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି । ଯାହା ପାଇଁ ଓଜନ ବଢ଼ିଥାଏ ।
୩. ଖରା ଦିନ ଅପେକ୍ଷା ଶୀତ ଦିନେ ଲୋକମାନେ ଅଧିକ ମିଠା ଖାଇବାକୁ ପସନ୍ଦ କରିଥାନ୍ତି । ଯାହା ଦ୍ୱାରା ଓଜନ ବୃଦ୍ଧି ହେବା ଭଳି ସମସ୍ୟା ଦେଖାଯାଇଥାଏ ।
/sambad/media/post_attachments/wp-content/uploads/2018/10/16_02_155191380eating-sweets-ll-300x169.jpg)
ଓଜନକୁ ନିୟନ୍ତ୍ରଣ କରିବାର ଉପାୟ
୧. ଶୀତ ଦିନେ ଅଧିକ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଆନ୍ତୁ ।
୨. ଓଜନକୁ ନିୟନ୍ତ୍ରଣ କରି ରଖିବା ପାଇଁ ଆପଣମାନେ କାର୍ଡ଼ିଓ ଏକ୍ସରସାଇଜ୍ କରିପାରିବେ ।
୩. ଓଜନ ନିୟନ୍ତ୍ରଣ କରି ରଖିବା ପାଇଁ ଫଳ ଏବଂ ସବୁଜ ପନିପରିବା ଖାଇବା ଆରମ୍ଭ କରନ୍ତୁ ।
୪. ଖାଇବା ସହ ଅଧିକରୁ ଅଧିକ ପାଣି ପିଅନ୍ତୁ । ଏହା ଦ୍ୱାରା ଶରୀରରେ ଜଳୀୟ ଅଂଶ ଠିକ୍ ରହିବା ସହ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇ ରହିବ ।