ପିଜୁଳି ଖାଇବାକୁ କାହାକୁ ବା ଭଲ ନ ଲାଗେ? ଏହା ଏକ ଏପରି ଫଳ ଯାହାକି ପିଲାରୁ ନେଇ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ହୋଇଥାଏ। ପିଜୁଳି ପାଚିଗଲା ପରେ କେହି ତାକୁ ସେହିପରି କାଟିକି ଖାଇବାକୁ ପସନ୍ଦ କରିଥାନ୍ତି ତ ପୁଣି କେହି ଜୁସ୍ କରି ପିଇଥାନ୍ତି। କେବଳ ପିଜୁଳି କାହିଁକି, ପିଜୁଳି ପତ୍ରକୁ ବି ଆପ ସେବନ କରିପାରିବେ। ଏହା ଯଦିଓ ଆପଣଙ୍କୁ ସ୍ବାଦିଷ୍ଟ ଲାଗିବ ନାହିଁ, ମାତ୍ର ଏଥିରେ ଅନେକ ଗୁଣ ରହିଛି ଯାହାକି ଶରୀର ପାଇଁ ଖୁବ୍ ଭଲ।
ପିଜୁଳି ପତ୍ରରେ ପ୍ରଚୁର ପରିମାଣର ଭିଟାମିନ୍ ସି ରହିଛି। ଏଥିରେ ଥିବା ଆଣ୍ଟି ଅସ୍କିଡାଣ୍ଟ୍ ତ୍ବଚା ପାଇଁ ଖୁବ୍ ଭଲ ହୋଇଥାଏ। ପିଜୁଳିରେ ଥିବା ପଟାସିୟମ୍ ରକ୍ତ ଚାପକୁ ନିୟନ୍ତ୍ରଣରେ ରଖେ। ଏଥିରେ ୮୦ ପ୍ରତିଶତ ଜଳ ରହୁଥିବାରୁ ଏହାକକୁ ଖାଇବା ଦ୍ବାରା ଓଜନ ହ୍ରାସ ମଧ୍ୟ ହୋଇଥାଏ। କେହି କେହି ପିଜଳି ପତ୍ରରେ ଚା ମଧ୍ୟ ବନେଇ ଥାନ୍ତି।
: ଡାଇରିଆ ପାଇଁ ପିଜୁଳି ପତ୍ର ଖୁବ୍ ଭଲ ହୋଇଥାଏ। ଯେଉଁମାନଙ୍କର ଡାଇରିଆ ହୋଇଥାଏ ସେମାନେ ପିଜୁଳି ପତ୍ରର ରସର ଚା ପିଇବା ଦ୍ବାରା ପେଟ ଯନ୍ତ୍ରଣା ଅପେକ୍ଷାକୃତ କମ୍ ହୋଇଥାଏ।
/sambad/media/post_attachments/wp-content/uploads/2020/07/18be4422822b5b0d-300x153.jpg)
Legit
: ପିଜୁଳି ପତ୍ରର ରସ ପିଇବା ଦ୍ବାରା ୮ ସପ୍ତାହରେ କୋଲୋଷ୍ଟ୍ରଲ୍ କମ୍ ହୋଇଯିବ ବୋଲି ଗେବେଷଣାରୁ ଜାଣିବାକୁ ମିଳିଛି।
: କର୍କଟ ରୋଗ ପାଇଁ ପିଜୁଳି ପତ୍ର ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ। ପିଜୁଳି ପତ୍ର ଖାଇଲେ କର୍କଟ ହେବାର ସମ୍ଭାବନା କମ୍ ରହିଛି ବୋଲି ଡକ୍ଟର ଅଞ୍ଜୁ ସୁଦ୍ କହିଛନ୍ତି।
ଏହା ବ୍ୟତୀତ କାଶ, କଫ, ଥଣ୍ଡା, ବ୍ରଣ, କେଶ ଝଡ଼ିବା ନିଦ୍ରାହୀନତା ଆଦି ଅନେକ ସମସ୍ୟାକୁ ଦୂର କରିପାରେ ପିଜୁଳି ପତ୍ରର ରସ।