କ’ଣ ପାଇଁ ବିଦେଶୀଙ୍କ ପସନ୍ଦ ଭାରତ

ବିଦେଶୀମାନଙ୍କ ପାଇଁ ଭାରତ ସବୁବେଳେ ଏକ ସ୍ୱତନ୍ତ୍ର ଆକର୍ଷଣ। ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟ, ଗୌରବମୟ ଐତିହ୍ୟ ବିଶେଷ କରି ବିବିଧତା ମଧ୍ୟରେ ଏକତାର ମୂଳମନ୍ତ୍ର ଯୁଗେଯୁଗେ ବିଦେଶୀ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରି ଆସିଛି। ଏଇଥି ପାଇଁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସନ୍ତି ଭାରତକୁ। ଏବେ ଜାଣନ୍ତୁ କେତେ ପର୍ଯ୍ୟଟକ, କାହିଁକି ଭାରତକୁ ଆସିଥାନ୍ତି।

 

 

ଅନେକ ବିଦେଶୀ ଭାରତକୁ ଭ୍ରମଣ ଉଦ୍ଦେଶ୍ୟରେ, ସମ୍ପର୍କୀୟମାନଙ୍କୁୁ ସାକ୍ଷାତ କରିବା ପାଇଁ କିମ୍ବା ବ୍ୟବସାୟିକ କାର୍ଯ୍ୟରେ ବର୍ଷକୁ ଥରେ ନିଶ୍ଚୟ ଆସିଥାନ୍ତି। ଜାଣନ୍ତୁ ବର୍ତ୍ତମାନ ହୋଇଥିବା ସର୍ଭେ ଅନୁସାରେ କେତେ ପ୍ରତିଶତ ବିଦେଶୀ କେଉଁ କାର୍ଯ୍ୟ ପାଇଁ ଭାରତ ଆସିଥାନ୍ତି….
କାହିଁକି ଓ କେତେ ବିଦେଶୀ ଭାରତ ଭ୍ରମଣ କରିଥାନ୍ତି?
୩୦.୩% ବିଦେଶୀ ପର୍ଯ୍ୟଟକ: ଛୁଟି ବିତାଇବା ପାଇଁ ଆସିଥାନ୍ତି। ୨୫.୯% ବିଦେଶୀ ପର୍ଯ୍ୟଟକ: ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କ ସହ ସାକ୍ଷାତ ପାଇଁ ଆସିଥାନ୍ତି। ୨୦.୯ ବିଦେଶୀ: ବାଣିଜ୍ୟ ଓ ବ୍ୟବସାୟ (ବିଜ୍‌ନେସ୍‌ ଓ ପ୍ରଫେସନାଲ୍‌) କାର୍ଯ୍ୟରେ ଆସିଥାନ୍ତି। ୩.୪% ବିଦେଶୀ: ଚିକିତ୍ସା ଉପଚାର (ମେଡିକାଲ୍‌ ଟ୍ରିଟ୍‌ମେଣ୍ଟ୍‌) ପାଇଁ ଆସିଥାନ୍ତି। ୧.୯ ବିଦେଶୀ: ଶିକ୍ଷା ଓ ନିଯୁକ୍ତି ପାଇଁ ଆସିଥାନ୍ତି ଓ ୮% ବିଦେଶୀ: ଅନ୍ୟନ୍ୟ କାର୍ଯ୍ୟ ପାଇଁ ଭାରତକୁ ଆସିଥାନ୍ତି।
ସମ୍ବନ୍ଧିତ ଖବର