ବିଭିନ୍ନ ପ୍ରକାର ରୋଗର ଉପଶମ ପାଇଁ ଆମେ ରୋଗର ଲକ୍ଷଣ ବାବଦରେ ପ୍ରକାଶ କରିଥା’ନ୍ତି। କାରଣ ସେ ସମ୍ପର୍କରେ ସବିଶେଷ ବିବରଣୀ ଜାଣିଲା ପରେ ହିଁ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ତଦନୁଯାୟୀ ଉପଚାର ପରାମର୍ଶ କରିଥା’ନ୍ତି। ମାତ୍ର ମାନସିକ ରୋଗ ଏପରି ଏକ ସମସ୍ୟା, ଯାହା ବିଷୟରେ ପୀଡ଼ିତମାନେ ଅନ୍ୟ ଆଗରେ କ୍ବଚିତ୍ ପ୍ରକାଶ କରିଥାନ୍ତି। ଆମ ଦେଶରେ ପ୍ରାୟ ଏକ ପ୍ରତିଶତରୁ କମ୍ ମାନସିକ ରୋଗୀ ସେମାନଙ୍କ ଅବସ୍ଥା ସମ୍ପର୍କରେ ବାହାରେ ମୁହଁଖୋଲି କହିଥା’ନ୍ତି ବୋଲି ଯୋଧପୁର ଆଇଆଇଟିର ଗବେଷକମାନେ ଜାଣିପାରିଛନ୍ତି। ପୀଡ଼ିତମାନେ ନିଜର ମାନସିକ ଅସ୍ବାଭାବିକତାକୁ ଗୋପନ ରଖିବା ପଛରେ ମୁଖ୍ୟତଃ ସାମାଜିକ କଳଙ୍କ ବା ଟାହିଟାପରା ଦାୟୀ ବୋଲି ଜଣାଯାଇଛି।
ଏଥିପାଇଁ ଅନୁଷ୍ଠିତ ଏକ ଅନୁଧ୍ୟାନରେ ୮,୭୭ଟି ଗାଁ ଓ ୬,୧୮୧ଟି ସହରାଞ୍ଚଳର ୫,୫୫,୧୧୫ ଜଣ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା। ସେମାନଙ୍କ ଭିତରୁ ୩୭୪ ଜଣ ଡାକ୍ତରଖାନା ଅଧୀନରେ ଥିବା ବେଳେ ୨୮୩ ଜଣ ଡାକ୍ତରଖାନା ବାହାର ରୋଗୀ ଥିଲେ। ଏହି ଅନୁଧ୍ୟାନରୁ ମିଳିଥିବା ଆଉ ଏକ ବିଶେଷ ଫଳାଫଳ ହେଲା, ନିମ୍ନ ଆୟବର୍ଗଙ୍କ ତୁଳନାରେ ଉଚ୍ଚ ଆୟବର୍ଗମାନେ ୧.୭୩ ଗୁଣା ଅଧିକ ମାନସିକ ରୋଗରେ ପୀଡ଼ିତ। ସେହିପରି ସୀମିତ ସ୍ବାସ୍ଥ୍ୟବୀମା ପରିସର ଯୋଗୁଁ ମାତ୍ର ୨୩ ପ୍ରତିଶତ ମାନସିକ ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥା’ନ୍ତି। ଏଥି ସହିତ ଚିକିତ୍ସା କଥା ବିଚାରକୁ ନେଲେ ସରକାରୀ ହାସପାତାଳ ତୁଳନାରେ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ଅଧିକ ବ୍ୟୟସାପେକ୍ଷ ବୋଲି ମଧ୍ୟ ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/hffshfshffh.jpg)