ଶିଶୁଙ୍କୁ ଦିଅନ୍ତୁ ନାହିଁ ମହୁ ! ହୋଇପାରେ ଏହି ରୋଗ

ମହୁ ଖାଇବାର ଲାଭ ବାବଦରେ ଆପଣ ଶୁଣିଥିବେ। ତ୍ବଚାର ସୌନ୍ଦର୍ଯ୍ୟ ବଢ଼ାଇବାଠାରୁ ଆରମ୍ଭ କରି କେଶର ସୁରକ୍ଷା ପର୍ଯ୍ୟନ୍ତ ମହୁ ବ୍ୟବହାର ହୋଇଥାଏ | କିନ୍ତୁ ଆପଣ ଜାଣିଛନ୍ତି କି ୧ ବର୍ଷରୁ କମ୍‌ ବୟସର ପିଲାଙ୍କୁ ମହୁ ସେବନ କରାଇବା ଦ୍ୱାରା ରୋଗ ମଧ୍ୟ ହୋଇଥାଏ | ମହୁ ସେବନ କରିବା ଦ୍ୱାରା ଆପଣଙ୍କ ପିଲାକୁ ଇନ୍‌ଫାନ୍ତ ବୋଟୁଲିଜିମ ନାମକ ରୋଗ ହୋଇପାରେ |

photo-amarujala

ଇନ୍‌ଫାନ୍ତ ବୋଟୁଲିଜିମ ଦ୍ୱାରା ଶିଶୁକୁ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ହେବା ସହିତ ଜୀବନ ମଧ୍ୟ ଯାଇପାରେ। ୬ ସପ୍ତାହରୁ ଆରମ୍ଭ କରି ୬ ମାସର ପିଲାକୁ ଏହି ରୋଗ ହୋଇପାରେ ବୋଳି ବିଶେଷଜ୍ଞ କୁହନ୍ତି |

ଇନ୍‌ଫାନ୍ତ ବୋଟୁଲିଜିମ ୪ ପ୍ରକାରର ହୋଇଥାଏ। ଏଗୁଡିକ ହେଉଛି ଇନ୍‌ଫାନ୍ତ ବୋଟୁଲିଜିମ, ଉଣ୍ଡ ବୋଟୁଲିଜିମ, ଇନହଲେସନ ବୋଟୁଲିଜିମ ଓ ଫୁଡ ବର୍ଣ୍ଣ ବୋଟୁଲିଜିମ | ଶିଶୁଙ୍କୁ ଭୋକ ଲାଗୁନଥିଲେ, ନିଶ୍ବାସ ପ୍ରଶ୍ବାସ ନେବା ଆଣିବାରେ ସମସ୍ୟା ଦେଖାଦେଉଥିଲେ ଏହି ରୋଗ ହୋଇଥିବାର ଜାଣିନିଅନ୍ତୁ | ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |

ସମ୍ବନ୍ଧିତ ଖବର