ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବାକୁ ଏସବୁ କରନ୍ତୁ

ଆମେ ଅନେକ ସମୟରେ ବିଭିନ୍ନ ସଂକ୍ରମଣର ଶିକାର ହୋଇଥାଉ । ଏଥିମଧ୍ୟରୁ ଗୋଟିଏ ହେଲା ଭୂତାଣୁ ସଂକ୍ରମଣ । ଏଥିରୁ ରକ୍ଷା ପାଇବାପାଇଁ ବା ଏହା କିପରି ଆମକୁ ପ୍ରଭାବିତ ନ କରେ ସେ ସଂପର୍କରେ କିଛି ଉପଯୋଗୀ ଟିପ୍ସ ଜାଣନ୍ତୁ

ଫଳ ଏବଂ ପରିବା ଖାଇବା ପୂର୍ବରୁ ତା’କୁ ଭଲରେ ଧୋଇ ଦିଅନ୍ତୁ ।
ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ ପଦାର୍ଥ ଖାଆନ୍ତୁ ନାହିଁ ।
ଯେଉଁଥିରେ ଭିଟାମିନ୍‌ ବି ଏବଂ ସି ଥାଏ, ତାକୁ ଗ୍ରହଣ କରନ୍ତୁ ।
ଭିଡ ହୋଇଥିବା ଜାଗାକୁ ଯାଆନ୍ତୁ ନାହିଁ, କାହିଁକିନା ସେଠାରେ ଭାଇରାଲ ସଂକ୍ରମଣ ହେବାରେ ସମ୍ଭାବନା ଅଛି ।
ନିଜର କପଡା ଓ ପ୍ରସାଧାନ ସାମଗ୍ରୀକୁ କାହା ସହିତ ସେୟାର କରନ୍ତୁ ନାହିଁ ।

photo- quora.com

ପ୍ରତ୍ୟେକ ଦିନ ୧୦-୧୨ ଗ୍ଲାସ୍‌ ପାଣି ପିଅନ୍ତୁ ।
ଏହି ସମୟରେ କୌଣସି ଗରିଷ୍ଠ ଆହାର ଖାଆନ୍ତୁ ନାହିଁ ।
ସାଧାରଣ ଥଣ୍ଡାକୁ ନିଜର ପ୍ରତିରକ୍ଷା ପ୍ରଣାଳୀ ଭଲ କରିଥାଏ ।
ବ୍ୟକ୍ତିଗତ ସ୍ୱଚ୍ଛତା ଉପରେ ଧ୍ୟାନ ରଖିବା ଉଚିତ୍‌ । ଜୋତାକୁ ବାହାରେ ରଖିକି ଘରକୁ ଆସିବା ଉଚିତ୍‌ । ଘରର ଜିନିଷକୁ ଛୁଇଁବା ପୂର୍ବରୁ ହାତ ଧୋଇକି ଛୁଅଁନ୍ତୁ ।
ଭୂତାଣୁ ସଂକ୍ରମଣ ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ । ଏଣୁ ଖାଦ୍ୟକୁ ଭଲରେ ଚୋବାଇ ଖାଆନ୍ତୁ ।

ସମ୍ବନ୍ଧିତ ଖବର