ଆପଣଙ୍କ ବନ୍ଧୁ କଥା କଥାକେ ରାଣ ପକାଉଛନ୍ତି କି? ତେବେ ସେ ବୁଦ୍ଧିମାନ!

ବୁଦ୍ଧିମାନ ଲୋକମାନଙ୍କ ସ୍ୱଭାବ/ଅଭ୍ୟାସ ସବୁବେଳେ ଭଲ ହୋଇ ନ ଥାଏ। ସେମାନଙ୍କର ବହୁତ ଖରାପ ଅଭ୍ୟାସ ଥାଏ ବୋଲି ଏକ ଅନୁଧ୍ୟାନରୁ ଜଣାଯାଇଛି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଖରାପ ସ୍ୱଭାବ/ଅଭ୍ୟାସ ସେମାନଙ୍କୁ ଅଧିକ ଜ୍ଞାନୀ କରିଥାଏ । ମସ୍ତିଷ୍କକୁ ଅଧିକ ବେଗରେ କାମ କରିବାରେ ସହାୟକ ହୋଇଥାଏ।

ଏକ ଗବେଷଣା ଅନୁସାରେ ବୁଦ୍ଧିମାନ ଲୋକମାନଙ୍କର ଖରାପ ଅଭ୍ୟାସ ସାମ୍ନାକୁ ଆସିଛିି ଯାହା ଚାହିଁଲେ ବି ସେମାନେ ବଦଳାଇପାରିବେନି। କୁହାଯାଏ କି କଥା-କଥାରେ ରାଣ ପକାଉଥିବା ଲୋକମାନଙ୍କ ଠାରୁ ଦୂରେଇ ରହିବା ଉଚିତ୍‌ । ତାଙ୍କ ଉପରେ ଭରସା କରିବା ଉଚିତ୍‌ ନୁହେଁ । ଏହି ଲୋକମାନେ ନିଜକୁ ବଞ୍ଚେଇବା ପାଇଁ ଏମିତି କରିଥାଆନ୍ତି । ଗବେଣଷାରୁ ଜଣା ପଡ଼ିଛି କି ଛୋଟ ଛୋଟ କଥାରେ ରାଣ ପକାଉଥିବା ଲୋକଙ୍କ ମସ୍ତିଷ୍କ ବହୁତ ଭଲ । ସେମାନଙ୍କର ଭାବନା ଓ କଥା କହିବାର ଶୈଳୀ ଅନ୍ୟମାନଙ୍କଠାରୁ ଭିନ୍ନ ହୋଇଥାଏ । ଏମାନେ ରାତିରେ ଜଲଦି ଶୁଅନ୍ତି ନାହିଁ । ୧୦ଟା ବାଜିଲେ ଏମାନଙ୍କୁ ବହୁତ କାମ କରିବାକୁ ମନେପଡ଼ିଥାଏ ।

ପୁଣି ଯେଉଁ ଲୋକମାନଙ୍କର ଆଇକ୍ୱ ସ୍ତର ୭୫ ହୋଇଥାଏ, ସେମାନେ ୧୧ଟା ବାଜିବା ପୂର୍ବରୁ ଶୋଇଯାଆନ୍ତି । ଯେଉଁମାନଙ୍କର ଆଇକ୍ୱ ସ୍ତର ୧୨୫ ପାଖାପାଖି ବା ତା’ଉପରକୁ, ସେମାନେ ରାତି ୧ଟା ବାଜିଲେ ଶୁଅନ୍ତି । ବୁଦ୍ଧିମାନ ଲୋକମାନଙ୍କ ଶୋଇବା ଘରକୁ କେବେ ବି ଯିବା କଥା ନୁହେଁ। ସେମାନଙ୍କ ରୁମ୍‌ ସବୁବେଳେ ଅସଜଡା ଥାଏ । ସେମାନେ ତାଙ୍କ ଜିନିଷ କେବେ ସଜାଡନ୍ତିନି। ଗବେଷଣା ଅନୁସାରେ ତାଙ୍କ ଚାରିପାଖରେ ପଡିଥିବା ଅସଜଡା ଜିନିଷ ତାଙ୍କୁ କିଛି ଅଲଗା ଭାବିବା ପାଇଁ କ୍ଷମତା ପ୍ରଦାନ କରିଥାଏ ।

ସମ୍ବନ୍ଧିତ ଖବର