ଭବିଷ୍ୟ ସଂକେତ ଜରିଆରେ ଜୀବନରେ ଚମତ୍କାର କରିପାରିବେ !

କେବଳ ମନୁଷ୍ୟ ନୁହେଁ, ବରଂ ପଶୁପକ୍ଷୀମାନଙ୍କର ଅନ୍ତଃପ୍ରଜ୍ଞା ଆଧାରିତ  ଭବିଷ୍ୟ ସଂକେତ ବା ସହଜବୋଧ ରହିଛି । ଏହା ଜରିଆରେ ଆପଣ ଜୀବନରେ ନିଶ୍ଚିତରୂପେ କିଛି ଚମତ୍କାର କରିପାରିବେ । ଆପଣଙ୍କର ପ୍ରବୃତ୍ତି ଏକ ପ୍ରକୃତିର ଦାନ । ଏହାକୁ ଆପଣ ଜୀବନରେ ବିଭିନ୍ନ ସମସ୍ୟାର ସମାଧାନ କରିବାରେ ଉପଯୋଗ କରିପାରିବେ ।

ଜୀବନରେ ଆସୁଥିିବା ଅସଫଳତାର କାରଣ ଖୋଜି ତା’ର ନିରାକରଣ ଦିଗରେ ପଦକ୍ଷେପ ଗ୍ରହଣ କରିପାରିବେ । ଖାଲି ସେତିକି ନୁହେଁ ନିଜେ ପ୍ରକୃତ କଥାକୁ ହୃଦୟଙ୍ଗମ କରି ସୁଯୋଗ ଖୋଜି ନିଜ ଜୀବନରେ ଚମତ୍କାର କରିପାରିବେ । ପରୀକ୍ଷା ବା ସାକ୍ଷାତାକାର ପୂର୍ବରୁ ଆପଣ ନିଜକୁ କେତେକ ପ୍ରଶ୍ନ ପଚାରି ପାରନ୍ତି, ଯେମିତିକି କାହା ସହାୟତାରେ ଏବେ ସଫଳ ହୋଇପାରିବେ ବା କାହା ଦ୍ୱାରା ଅନ୍ୟକୁ ପ୍ରଭାବିତ କରିପାରିବେ । ଠିକ୍‌ ସେହିପରି ଜୀବନରେ ସୁଖ ସମୃଦ୍ଧି ଲାଗି ମଧ୍ୟ କେଉଁଠୁ ଶକ୍ତି ପାଇ ପାରିବେ, ତାହାର ସନ୍ଧାନ ମଧ୍ୟ କରିପାରିବେ ।

photo-speaking tree

ଆପଣଙ୍କର ଅନ୍ତଃପ୍ରଜ୍ଞା ଆଧାରିତ  ଭବିଷ୍ୟ ସଂକେତ ହେଉଛି ପୂର୍ବାନୁମାନ କରିବା ପାଇଁ ଏକ ସୂକ୍ଷ୍ମ ଉପାୟ । ଏକବିଂଶ ଶତାବ୍ଦୀରେ ଏହା ଏକ ସଫ୍ଟଓୟାର୍‌ ସଦୃଶ ଯାହା ଜରିଆରେ ଆପଣ ମସ୍ତିଷ୍କରେ ଅନେକ କଥା ବର୍ଷ ବର୍ଷ ଧରି ସ୍ମରଣ ରଖିପାରିବେ ।

 

ଆପଣ ନିଜର ପ୍ରବୃତ୍ତି ଜରିଆରେ ଠିକଭାବେ କାର୍ଯ୍ୟ କରିପାରନ୍ତି ନାହିଁ ବା ବେଳେ ବେଳେ ପୂର୍ବନୁମାନ କରିପାରନ୍ତି ନାହିଁ । ଏହାର କାରଣ ହେଲା ମନରୁ କେତେକ ଅନାବଶ୍ୟକ କଥା ଦୂରେଇ ଦିଅନ୍ତି ନାହିଁ ।

ଯଦି ଆପଣ ନିଜର ଅନ୍ତଃପ୍ରଜ୍ଞା ଆଧାରିତ  ଭବିଷ୍ୟ ସଂକେତ ଆପ୍‌କୁ କାର୍ଯ୍ୟକ୍ଷମ କରିବାକୁ ଚାହାଁନ୍ତି, ତେବେ ନିଜର କାର୍ଯ୍ୟ ଦକ୍ଷତାକୁ ବୃଦ୍ଧି କରନ୍ତୁ । ଏହି ଆପ୍‌ ଆପଣଙ୍କୁ ସୂଚିତ କରିଥାଏ ଯେ କିଏ ଆପଣଙ୍କର ପରିବାର ଓ କିଏ ନୁହେଁ । ଏଥିରେ ପରିବାର ସହିତ ସମସ୍ତ କଥୋପକଥନ ତଥ୍ୟ ଥାଏ । ଏହି ଆପ୍‌ରେ ଆପଣ ନିଜର ପସନ୍ଦ ଓ ନାପସନ୍ଦ ବିଷୟରେ ଜାଣିପାରିବେ । ଏହା ଆପଣଙ୍କ ଭିତରେ ଥିବା ଭୟ, ବଦ୍ଧମୂଳ ଧାରଣାକୁ ମଧ୍ୟ ଦୂରେଇପାରେ ।

photo-speaking tree

ମନୁଷ୍ୟ ନିଜର ପ୍ରବୃତ୍ତିକୁ ସଂପୂର୍ଣ୍ଣ ନଷ୍ଟ କରିପାରେ । ଏଣୁ ଆପଣ ଶୋଇବା ପୂର୍ବରୁ ଇମୋରଟାଲ୍‌ ଟକ୍ସ ପୁସ୍ତକର ତୃତୀୟ ଅଧ୍ୟାୟ ପଢନ୍ତୁ । ଏହି ଅଧ୍ୟାୟର ନାମ ହେଲା ‘ ଡେସ୍‌କ୍ରାଇବିଂ ଦି ଇନ୍‌ଡେସ୍କ୍ରିଏବଲ୍‌ ’ । ଏହା ଶଯ୍ୟା ସମୟର ଏକ ମଜାଦାର ଅଧ୍ୟାୟ । ଏହି ପ୍ରସଙ୍ଗଟି ପାଠ କଲେ ଧ୍ୟାନ ଭଳି ଲାଗିବ । ଏହା ପାଠ କରିଲେ, ଆପଣଙ୍କ ମନରେ ଥିବା ଅନାବଶ୍ୟକ ଆପ୍‌ ମସ୍ତିଷ୍କରେ ଆପେ ଆପେ ଅକ୍ଷମ ହୋଇଯିବ । ଯଦି ଏଥିରୁ ୧୦ ପ୍ରତିଶତ ଆପ୍‌ ଅକ୍ଷମ ହେବ, ତେବେ ଆପଣଙ୍କ ପ୍ରବୃତ୍ତି ଆପ୍‌ କାର୍ଯ୍ୟ ଆରମ୍ଭ କରିବ ।

ଏହା କାର୍ଯ୍ୟାରମ୍ଭ କରିବା ମାତ୍ରେ ଆପଣ ନୂତନତ୍ୱର ଆଭାସ ପାଇବେ । ଏହି ଅଭିଜ୍ଞତା ପ୍ରତ୍ୟେକ ମଣିଷ ପାଇଁ ଭିନ୍ନ ଭିନ୍ନ ହୋଇପାରେ । ଏହା ଫଳରେ ଆପଣ ନିଜ ସମସ୍ୟାରୁ ମୁକୁଳିବାର ରାସ୍ତା ପାଇପାରିବେ। ଏପରିକି ନିଜର ପୂର୍ବଜନ୍ମରେ ମଧ୍ୟ କ’ଣ କରୁଥିଲେ, ତାହା ଜାଣିପାରିବେ ।
ମନେ ରଖନ୍ତୁ ଯଦି ଆପଣଙ୍କର ପ୍ରବୃତ୍ତି ମାତ୍ରାଧିକ କାର୍ଯ୍ୟ କରେ, ତେବେ ତାହା ବିପଜ୍ଜନକ ହୋଇପାରେ ।

 

ସମ୍ବନ୍ଧିତ ଖବର