କାହିଁକି ନଖ କାମୁଡନ୍ତି? ଏହା ସତରେ କ’ଣ ବଦଭ୍ୟାସ?

ନଖ କାମୁଡ଼ିବା ହେଉଛି ଏକ ଖରାପ ଅଭ୍ୟାସ । ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସବୁବେଳେ ଆଙ୍ଗୁଠିକୁ ପାଟିରେ ରଖିଥାଆନ୍ତି । କେତେକ ଆଙ୍ଗୁଠିକୁ ଦାନ୍ତରେ କାମୁଡ଼ି ଥାଆନ୍ତି। ଏହାକୁ ସାଧାରଣ ଭାବେ ଏକ ଖରାପ ଅଭ୍ୟାସ ବୋଲି ବିବେଚନା କରାଯାଏ।

କିନ୍ତୁ ଆମେରିକାର ସ୍ୱାସ୍ଥ୍ୟ ସଂପର୍କିତ ଏକ ପତ୍ରିକା ଅନୁସାରେ ନଖ କାମୁଡ଼ିବା ସ୍ୱାସ୍ଥ୍ୟ ପାଇଁ କେତେକ ସମୟରେ ଭଲ ହୋଇଥାଏ । ଏହା ଜାଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ନଖ କାମୁଡିବା ଦ୍ୱାରା କେତେକ ରୋଗ ଭଲ ହୋଇଯାଇଥାଏ ।

ତଥ୍ୟ ଅନୁଯାୟୀ, ନଖ କାମୁଡ଼ୁଥିବା ଲୋକ ଜୀବନରେ ବ୍ୟବସ୍ଥିତ ଓ ଆଦର୍ଶବାଦୀ ହୋଇଥାଆନ୍ତି । ଏହି ଲୋକମାନେ ନିଜର କାମ ଯେମିତି ହେଲେ କରନ୍ତି, କିନ୍ତୁ ଯେତେବେଳେ କାର୍ଯ୍ୟ ତାଙ୍କ ମନ ଅନୁସାରେ ହୁଏ ନାହିଁ, ସେ ଚିନ୍ତିତ ହୋଇଯାଆନ୍ତି । ଫଳରେ ନଖକୁ କାମୁଡ଼ନ୍ତି।
ଏହିପରି ଲୋକମାନେ କାହାକୁ ଅପେକ୍ଷା କରିବାକୁ ପସନ୍ଦ କରନ୍ତି ନାହିଁ । ଯେତେବେଳେ ନିଜ ମନ ପସନ୍ଦ ଅନୁସାରେ କାମ ହୁଏନି, ସେମାନେ ବ୍ୟସ୍ତରେ ନଖ କାମୁଡ଼ିଥାଆନ୍ତି । ଅନୁସନ୍ଧାନକାରୀମାନେ ଏଭଳି ୪୮ ଜଣ ଲୋକଙ୍କୁ ନେଇ ଗବେଷଣା କରିଥିଲେ । ଗବେଷଣାରୁ ଜଣାପଡ଼ିଲା ଯେ ନଖ କାମୁଡୁଥିବା ଲୋକ କୌଣସି କାମ କରିବା ପାଇଁ ଆବଶ୍ୟକ ଠାରୁ ଅଧିକ ଯୋଜନା କରିଥାଆନ୍ତି । କିନ୍ତୁ ସେଥିମଧ୍ୟରୁ ୧୦ ପ୍ରତିଶତ ଲୋକ ସଫଳ ହୋଇଥାଆନ୍ତି । ବହୁ ଭାବେ ଯୋଜନା କରିବା ଏବଂ ଶେଷରେ କିଛି କାମ ନ କରିପାରିବା ଏମାନଙ୍କ ସ୍ୱଭାବର ଏକ ବଡ଼ ଦୁର୍ବଳତା । ଯେତେବେଳେ ଚିନ୍ତାରେ ଆସନ୍ତି, ନଖ କାମୁଡିବା ବ୍ୟତୀତ କିଛି କରନ୍ତି ନାହିଁ ।

ସମ୍ବନ୍ଧିତ ଖବର