ନୂଆଦିଲ୍ଲୀ: ଓଜନ କମାଇବାକୁ ଆପଣ କରୁଛନ୍ତି କି ଉପବାସ ? ଜିରୋ ଫିଗର ପାଇଁ କିମ୍ବା ପତଳା ହେବାକୁ ଖାଇବାରେ କରୁଛନ୍ତି କି କାଣ୍ଟଛାଣ୍ଟ ? ଆଜିକାଲି ଦୁନିଆରେ ସମସ୍ତେ ପତଳା ହେବାକୁ ଇଚ୍ଛା କରୁଥିବା ବେଳେ ଡାଏଟ କରିବାରେ ସମସ୍ତେ ବ୍ୟସ୍ତ । ଯୁବପିଢି ତ ଓଜନ କମାଇବାକୁ ଅନେକ ବାଟ ବାଛୁଛନ୍ତି । ବେଶି ଟ୍ରେଣ୍ଡରେ ଅଛି ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ । ଏହାର ଅର୍ଥ ଦିନର ୨୪ ଘଣ୍ଟାରୁ ନିର୍ଦ୍ଦିଷ୍ଟ ସମୟ ଯାଏଁ ଉପାସ ରହିବା ଏବଂ ବାକି ସମୟ ଭିତରେ ଖାଦ୍ୟ ଖାଇବା । ଏହାର କିଛି ସୁଫଳ ଥିଲେ ବି କିଛି ଖରାପ ପ୍ରଭାବ ବି ରହିଛି , ଯାହା      ଆପଣ ଜାଣିବା ନିହାତି ଜରୁରୀ । ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗର ଚଳଣୀ ଆଜିକାଲି ବଢ଼ିଚାଲିଛି । ଫିଟ୍ ବଡ଼ି ଓ ଭଲ ସ୍ବାସ୍ଥ୍ୟ ପାଇଁ ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗର ସାହାଯ୍ୟ ନେଉଛନ୍ତି ।  ଏଥିରୁ ଓଜନ ତ କମିଥାଏ ରକ୍ତଚାପ ବି ନିୟନ୍ତ୍ରଣରେ ରୁହେ । ଅନ୍ୟପଟେ ଏହାର ଏକାଧିକ ନକାରାତ୍ମକ ପରିଣାମ ବି ରହିଛି ଯାହା ସର୍ଭେରୁ ଜଣାପଡ଼ିଛି ।

Advertisment

ପ୍ରଥମ କଥା ହେଉଛି ଆପଣ ଯଦି ଓଜନ କମାଇବା ଲକ୍ଷ୍ୟରେ ଉପବାସ କରିବାକୁ ଚାହୁଛନ୍ତି ତାହେଲେ ଆପଣଙ୍କୁ ସ୍ବାସ୍ଥ୍ୟ ବିଶେଷଜ୍ଞ ବା ଡାଏଟିସିଆନଙ୍କ ସହ ପରାମର୍ଶ କରିବା ଜରୁରୀ । ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗରେ ଟାଇମ୍ ପ୍ୟାଟର୍ଣ୍ଣ ବା ନିର୍ଦ୍ଧାରିତ ସମୟ ଧାର୍ଯ୍ୟ କରାଯାଏ ।  ନିକଟରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି, ଏଥିରେ ୧୬ ଘଣ୍ଟା ଉପାସ ରହିବାକୁ ପଡ଼େ । କେହି କେହି ୧୨ ଘଣ୍ଟା ଉପାସ ରହିବା ସହ ଅନ୍ୟ ୧୨ ଘଣ୍ଟା ଭିତରେ ଯାହା ଖାଇଥାନ୍ତି । ଆଉ କେହି ୧୦ ଘଣ୍ଟା ଉପାସ ରୁହନ୍ତି । ତେଣୁ ଏହି ଉପାସକୁ ୧୬:୮ ପ୍ୟାଟର୍ଣ୍ଣ କୁହାଯାଏ କିନ୍ତୁ ଏହା ହାର୍ଟ ଉପରେ ପ୍ରଭାବ ପକାଏ , ହାର୍ଟ ସମ୍ପର୍କୀତ ସମସ୍ୟା ବଢ଼ିଥାଏ । ଏହାସହ କ୍ୟାନ୍ସର ଓ ଅନ୍ୟ ଘାତକ ରୋଗର କାରଣ ହୋଇପାରେ । ଏଥିରେ ମଧୁମେହ ସମସ୍ୟା ଥିବା ଲୋକଙ୍କ ପାଇଁ ଆଦୌ ଗ୍ରହଣୀୟ ନୁହେଁ ।

ନିର୍ଦ୍ଦିଷ୍ଟ ସମୟ ଅନ୍ତରରେ ଉପାସ କଲେ ହେଉଥିବା ସମସ୍ୟା ଭିତରେ ଚିଡ଼ଚିଡ଼ାପଣ ଅନୁଭବ ହେବା । ମୁଣ୍ଡ ବିନ୍ଧିବା, ଶରୀରରେ ପୋଷଣର ଅଭାବ ଦେଖାଦେବା, ଅଧିକ ଭୋଗ ଲାଗିବା ସହ ହାଲିଆ ଲାଗିବା । 

ତଥାପି ଯଦି ଆପଣ ଇଣ୍ଟରମିଟେଣ୍ଟ ଫାଷ୍ଟିଙ୍ଗ କରିବାକୁ ଚାହୁଛନ୍ତି ତେବେ ପ୍ରଥମେ ଏକ୍ସପର୍ଟଙ୍କ ସହ ପରାମର୍ଶ କରନ୍ତୁ ଏବଂ ନିଜ ପୋଷଣଯୁକ୍ତ ଖାଦ୍ୟ ଉପରେ ଗୁରୁତ୍ବ ଦିଅନ୍ତୁ । ଫଳ, ସବୁଜ ପନିପରିବା, ସାଗୁ ପରି ପୋଷଣଯୁକ୍ତ ଖାଦ୍ୟ ଖାଆନ୍ତୁ । ଯଦି ଦେହରେ କିଛି ଅସହଜ ଅନୁଭବ କରନ୍ତୁ ତାହେଲେ ତୁରନ୍ତ ଉପବାସ ବନ୍ଦ କରନ୍ତୁ । କହିବାର ଅର୍ଥ ଓଜନ କମାଇବା ବଦଳରେ ଯେପରି କିଛି କ୍ଷତି ନହୁଏ ତାକୁ ଦୃଷ୍ଟିରେ ରଖନ୍ତୁ , ନିଜ ଶରୀରକୁ ଚାହିଁ ଉପବାସ କରନ୍ତୁ ।