ଶରୀର ପାଇଁ ହାନିକାରକ ନୁହେଁ; ବରଂ ଲାଭଦାୟକ ହୋଇଥାଏ ଏହି ୪ଟି ଖରାପ ଅଭ୍ୟାସ

ଶରୀର ପାଇଁ ଅନେକ ଅଭ୍ୟାସକୁ ଖରାପ ଅଭ୍ୟାସ ବୋଲି ଜଣା ଯାଇଥାଏ । ଆପଣଙ୍କ ଘର ଲୋକ କିଛି ଅଭ୍ୟାସକୁ ଖରାପ ବୋଲି ଭାବି ଆପଣଙ୍କୁ ସେଥିରୁ ଦୂରେଇ ରଖିଥାନ୍ତି । ତେବେ, ଆଜି ଆମେ ଆପଣଙ୍କୁ କିଛି ଏମିତି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ, ଯେଉଁ ଅଭ୍ୟାସ ଶରୀର ପାଇଁ କ୍ଷତିକାରକ ବୋଲି ବିଶ୍ୱାସ କରାଯାଇଥାଏ । କିନ୍ତୁ ତା’ହା ପ୍ରକୃତରେ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।

୧. ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଆଇସ୍‌କ୍ରିମ୍‌ ଖାଇବା ଦ୍ୱାରା ଅବସାଦରେ ରହିବା ଜନିତ ସମସ୍ୟା ଦୂର ହୋଇଥାଏ । କ୍ଷୀର ଏବଂ କ୍ରିମର ମିଶ୍ରଣରେ ତିଆରି ହୋଇଥିବା ଆଇସ୍‌କ୍ରିମରେ ଆମିନୋ ଏସିଡ୍‌ ଟିଟ୍ରୋଫୈନ୍‌ ରହିଥାଏ । ଯାହା ମସ୍ତିଷ୍କକୁ ଶାନ୍ତ ରଖିଥାଏ ।

HuffPost UK

୨. ଯେଉଁମାନେ ଛୋଟ ବେଳେ ନଖ ଚୋବାଇଥାନ୍ତି । ବଡ଼ ହେବା ପରେ ସେମାନଙ୍କଠାରେ ବିଭିନ୍ନ ପ୍ରକାରର ଆଲର୍ଜି ହେବାର ସମ୍ଭାବନା କମ ହୋଇଥାଏ ।
୩. ପାସ୍ତା ଖାଇବା ଶରୀର ପାଇଁ ହାନିକାରକ ବୋଲି ଲୋକେ ଭାବିଥାନ୍ତି । କିନ୍ତୁ ଏହା ସଂପୁର୍ଣ୍ଣ ଭୁଲ୍‌ । ପାସ୍ତା ଖାଇବା ଦ୍ୱାରା ପେଟର ଚର୍ବି କମ ହୋଇ ଯାଇଥାଏ । ପେଟ କମ କରିବା ପାଇଁ ପାସ୍ତାର ସେବନ କରିବା ଖୁବ୍‌ ଭଲ ।

Dreamstime.com

୪. ବେଳେ ବେଳେ ଲୋକମାନେ ଦିନରେ ଶୋଇବା ସମୟରେ ସ୍ୱପ୍ନ ଦେଖିବା ଆରମ୍ଭ କରିଥାନ୍ତି । ଯାହାକୁ ଲୋକମାନେ ଖରାପ ବୋଲି ଭାବିଥାନ୍ତି । କିନ୍ତୁ ଦିନରେ ସ୍ୱପ୍ନ ଦେଖିବା ଦ୍ୱାରା ଭାବିବାର କ୍ଷମତା ଏବଂ ମସ୍ତିଷ୍କର ଶକ୍ତି ବଢ଼ିଥାଏ ।

ସମ୍ବନ୍ଧିତ ଖବର