ନୂଆଦିଲ୍ଲୀ: ଭାରତରେ ପାର୍ବଣ ଋତୁ ସମୟରେ ଲୋକମାନେ ବିଭିନ୍ନ ପ୍ରକାର ଜିନିଷପତ୍ର ଘରକୁ କ୍ରୟ କରି ଆଣିଥାଆନ୍ତି। ବିଶେଷକରି ଦୀପାବଳି ସମୟରେ ନୂଆ ଜିନିଷ ପ୍ରତି ଲୋକଙ୍କର ଅଧିକ ଚାହିଦା ବୃଦ୍ଧି ପାଇଥାଏ। ଏହି ଚାହିଦାକୁ ଦୃଷ୍ଟିରେ ରଖି ଇ-କମର୍ସ ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଗ୍ରାହକଙ୍କୁ ସୁହାଇଲା ଭଳି ରିହାତି ପ୍ରଦାନ କରନ୍ତି ।

Advertisment

ତେବେ ଆପଣମାନଙ୍କୁ ସଚେତନ କରାଇ ଦେବାକୁ ଚାହିଁବୁ କି ପାର୍ବଣ ସମୟରେ ଅନଲାଇନରୁ ରିହାତି ମୂଲ୍ୟରେ ଜିନିଷ ବିକ୍ରି ହେଉଥିବା ଦେଖି ପ୍ରଲୋଭିତ ହୋଇ ଯାଆନ୍ତୁ ନାହିଁ। ନଚେତ ଠକେଇର ଶିକାର ହେବେ।  ପାର୍ବଣ ସମୟରେ ସାଇବର ଠକଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ। 

ଶସ୍ତା ମୂଲ୍ୟ ଏବଂ ଆକର୍ଷଣୀୟ ଅଫର ପାଇଁ ଗ୍ରାହକମାନେ ତଦାରଖ ନକରି ଭୁଲ ଲିଙ୍କ୍ ଉପରେ କ୍ଲିକ୍ କରି ଦେଇଥାଆନ୍ତି। ଯାହାଫଳରେ ସେମାନଙ୍କ ଅକାଉଣ୍ଟରେ କଳାକନା ବୁଲି ଯାଇଥିବାର ଏକ ଲିଙ୍କ ସଙ୍ଗେସଙ୍ଗେ ମୋବାଇଲକୁ ଆସି ଯାଇଥାଏ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଠକମାନେ ଏପରି ୱେବସାଇଟ୍ ତିଆରି କରନ୍ତି ଯାହା ଆମାଜନ କିମ୍ବା ଫ୍ଲିପକାର୍ଟ ଭଳି ଜଣାଶୁଣା କମ୍ପାନି ସହିତ ସମାନ ଥିବ। ସାଇବର ସୁରକ୍ଷା ବିଶେଷଜ୍ଞ ଶୁଭମ ସିଂହ ବ୍ୟାଖ୍ୟା କରିଛନ୍ତି ଯେ, ସାଇବର ଠକମାନେ ସେମାନଙ୍କ ୱେବସାଇଟଗୁଡ଼ିକ ଏତେ ଅବିକଳ ଭାବେ ତିଆରି କରିଥାଆନ୍ତି କି ତାହାକୁ ଗ୍ରାହକମାନେ ଅସଲି କି ନକଲି  ସ୍ପଷ୍ଟ ଭାବେ ବାରି ପାରି ନଥାଆନ୍ତି।