ଆମେ ଚିନି ଅପେକ୍ଷା ଗୁଡ ଖାଇବାକୁ ଅଧିକ ଭଲ ପାଉ । ଆୟୁର୍ବେଦରେ ମଧ୍ୟ ଗୁଡ଼କୁ ପ୍ରାଧାନ୍ୟ ଦିଆଯାଇଛି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଗୁଡ଼ ସହିତ ଅନ୍ୟ କେତେକ ଜିନିଷ ଖାଇଲେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। ଆସନ୍ତୁ ଜାଣିବା ସେସବୁ ଜିନିଷ କ’ଣ ଏବଂ ତାକୁ ଏକାଠି ଖାଇଲେ, କି କୁପରିଣାମ ମିଳିଥାଏ। ମନେ ରଖନ୍ତୁ ଯେ ଗୁଡ଼ ସହିତ ମାଛ କେବେ ଖାଇବା ଉଚିତ ନୁହେଁ। କାରଣ ଏପରି କରିଲେ ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ।ଏହାଫଳରେ କୋଷ୍ଠକାଠିନତା ଭଳି ସମସ୍ୟା ସମସ୍ୟା ଉପୁଜି ପାରେ। ଠିକ୍ ସେହିପରି ଗୁଡ ସହିତ କଦଳୀ ମିଶାଇ ବି ଖାଇବା ଠିକ୍ ନୁହେଁ। କାରଣ ଏହାଫଳରେ ତରଳ ଝାଡା ହେବାର ଆଶଙ୍କା ଦେଖା ଦେଇଥାଏ। ଯଦି ତାଜା ଗୁଡ଼ ଖାଆନ୍ତି, ତେବେ ଆପଣ ବଦହଜମିର ଶିକାର ହୋଇପାରନ୍ତି। ଏପରିକି ଆପଣଙ୍କର ତରଳ ଝାଡା ମଧ୍ୟ ହୋଇପାରେ।
Sambad is now on WhatsApp
Join and get latest news updates delivered to you via WhatsApp
ଦହିରେ ଗୁଡ଼ ମିଶାଇ ଖାଇଲେ ନାକରୁ ରକ୍ତ ବାହାରିବାର ଆଶଙ୍କା ରହିଥାଏ। ଏହି କାରଣରୁ ସେଭଳି ଖାଦ୍ୟ ନ ଖାଇବାକୁ ପରାମର୍ଶ ଦିଆଯାଇଥାଏ।