ପ୍ରତିଦିନ ଏହି ୪ଟି ଜିନିଷ ଖାଇ ସପ୍ତାହ ମଧ୍ୟରେ ଦୂର କରନ୍ତୁ ଜଏଣ୍ଟ ପେନ୍‌

ଜଏଣ୍ଟ ପେନ୍‌ ଏକ ଏମିତି ସମସ୍ୟା ଯାହା ସବୁ ବୟସର ଲୋକମାନଙ୍କ କ୍ଷେତ୍ରରେ ଦେଖା ଦେଇଥାଏ । ଆଗରୁ ଏଭଳି ରୋଗ କେବଳ ବୟସ୍କ ଲୋକମାନଙ୍କୁ ହେଉଥିବା ବେଳେ ଏବେ କମ ବୟସ୍କ ଲୋକମାନେ ମଧ୍ୟ ଏହି ରୋଗରେ ପୀଡ଼ିତ ହେଉଥିବା ଦେଖିବାକୁ ମିଳୁଛି । ଏହି ରୋଗ ହେବାର ମୁଖ୍ୟ କାରଣ ହେଉଛି ଶରୀରରେ ୟୁରିକ୍‌ ଏସିଡ଼୍‍ର ମାତ୍ରା ବଢ଼ିବା । ଶରୀରରେ ଏହାର ମାତ୍ରା ବଢ଼ିବା ଦ୍ୱାରା ଆଣ୍ଠୁ ଗଣ୍ଠିର ସମସ୍ୟା ଦେଖାଯିବା ସହ ଲୋକମାନଙ୍କୁ ଚାଲିବାରେ ଅସୁବିଧା ଅନୁଭବ ହୋଇଥାଏ । ଏହି ରୋଗରୁ ମୁକ୍ତ ହେବା ପାଇଁ ଲୋକମାନେ ଅନେକ ପ୍ରକାରର ଓଷଧ ସେବନ କରିଥାନ୍ତି । କିନ୍ତୁ ଏହାଦ୍ୱାରା ବିଶେଷ କୌଣସି ଲାଭ ମିଳି ନଥାଏ । ଏଭଳି ପରିସ୍ଥିତିରେ ଏହି ସବୁ ଜିନିଷକୁ ନିଜର ପ୍ରତିଦିନର ଖାଦ୍ୟରେ ସାମିଲ କରନ୍ତୁ । ସପ୍ତାହେ ମଧ୍ୟରେ ହିଁ ପରିବର୍ତ୍ତନ ଦେଖିପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ..
୧.ବ୍ରୋକ୍‌ଲିରେ ପ୍ରୋଟିନ୍‌, କ୍ୟାଲ୍‌ସିୟମ, କାର୍ବୋହାଇଡ଼୍ରେଟ୍‌, ଆଇରନ୍‌, କ୍ରୋମିୟମ୍‌ ଏବଂ ଭିଟାମିନ୍‌ A ଏବଂ C ରହିଥାଏ ଯାହା ଶରୀରକୁ ସୁସ୍ଥ ରଖିଥାଏ । ଏଥିରେ ମିନେରାଲର ପରିମାଣ ଅଧିକ ଥିବାରୁ ଏହା ଶରୀରର ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରି ରଖିଥାଏ । ବ୍ରୋକ୍‌ଲିରେ ଥିବା ପୋଷକଗୁଡ଼ିକ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଯାହା ଜଏଣ୍ଟ ପେନ୍‌ ଭଳି ସମସ୍ୟାକୁ ଦୂର କରିଥାଏ ।
୨. ଓମେଗା-୩ ଫ୍ୟାଟି ଏସିଡ଼୍‍ର ସେବନ କରିବା ଦ୍ୱାରା କିଛି ଦିନ ମଧ୍ୟରେ ଜଏଣ୍ଟ ପେନ୍‌ ଭଳି ସମସ୍ୟାରୁ ଆରାମ ମିଳିଥାଏ । ଜଏଣ୍ଟ ପେନ୍‌ ଭଳି ସମସ୍ୟାରୁ ନିଜକୁ ଦୂରରେ ରଖିବା ପାଇଁ ପ୍ରତିଦିନର ଖାଦ୍ୟରେ ସାମିଲ କରନ୍ତୁ ଫିସ୍‌ ଅଏଲ,ଆଲ୍ଗି ଅଏଲ୍‌ ଏବଂ ସେଲେମୋନ ମାଛ ଖାଇବା ଆରମ୍ଭ କରନ୍ତୁ ।

NDTV Food

୩. ରସୁଣ ଖାଇଲେ ଶରୀର ଗରମ ହେଉଥିବାରୁ ଖରାଦିନେ ଏହାକୁ ଖାଇବା ପାଇଁ ମନା କରାଯାଇଥାଏ । କିନ୍ତୁ ପ୍ରତିଦିନ ଦୁଇଟି ପାଖୁଡ଼ା ରସୁଣ ଖାଇବା ଦ୍ୱାରା ଆଣ୍ଠୁ ଗଣ୍ଠିର ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ଆଣ୍ଟିବାୟୋଟିକ୍‌, ଆଣ୍ଟିବ୍ୟକ୍ଟେରିଆଲ ଏବଂ ଅଣ୍ଟିଫଙ୍ଗଲ ଗୁଣ ଆଣ୍ଠୁ ଗଣ୍ଠିର ସମସ୍ୟାରୁ ମୁକ୍ତି ଦେଇଥାଏ ।
୪. ଆଣ୍ଠୁ ଗଣ୍ଠିର ସମସ୍ୟା ଥିବା ଲୋକମାନଙ୍କୁ ପ୍ରତିଦିନ ସବୁଜ ପନିପରିବା ଖାଇବା ଦରକାର । ପ୍ରତିଦିନ ଫଳ ଏବଂ ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରରେ ଥିବା ଆଣ୍ଠୁ ଗଣ୍ଠିର ସମସ୍ୟା ଦୂର ହୋଇଥାଏ ।

La Trobe Sport and Exercise Medicine Research Centre
ସମ୍ବନ୍ଧିତ ଖବର