ଏବିସି ଜୁସ୍ କରିନାଙ୍କ ସୌନ୍ଦର୍ଯ୍ୟ ସୂତ୍ର, ଏହି ଜୁସ୍ ପିିଇଲେ ହୃଦରୋଗ ଦୂର ହେବ ସହିତ ତ୍ୱଚାର ଔଜ୍ଜ୍ୱଲ୍ୟ ବୃଦ୍ଧି ପାଇଥାଏ
ପରଦାରେ ଅଭିନେତ୍ରୀଙ୍କ ତ୍ୱଚାକୁ ଦେଖି ଭାବିଥାଉ କି କାସ୍ ଆମେ ବି ସେମାନଙ୍କ ଭଳି ଦେଖା ଯାଆନ୍ତୁ କି ! ଅଭିନେତ୍ରୀମାନେ କିପରି ନିଅନ୍ତି ସେମାନଙ୍କ ତ୍ୱଚାର ଯତ୍ନ, ସେମାନଙ୍କ ଡାଇଟେସିୟାନ୍ କ’ଣ ସବୁ ଖାଇବାକୁ ପରାମର୍ଶ ଦିଅନ୍ତି ଇତ୍ୟାଦି ଇତ୍ୟାଦି…ଜାଣିବାକୁ ଇଚ୍ଛା ରହିଥାଏ।
ଏପରି କ୍ଷେତ୍ରରେ ଅଭିନେତ୍ରୀ କରୀନା କପୁରଙ୍କ ଡାଇଟେସିୟାନ୍ ରୁଜୁତା ଦେବେକର ଏବିସି ଜୁସ୍ ଚମତ୍କାରିତା ବିଷୟରେ କହିଛନ୍ତି। ଏବିସି ଅର୍ଥାତ୍ ଆପେଲ, ବିଟରୁଟ, ଗାଜର ଓ ଲେମ୍ବୁ ରସର ମିଶ୍ରଣରୁ ପ୍ରସ୍ତୁତ ହୋଇଥାଏ। ଏହାକୁ ପିଇବା ଦ୍ୱାରା ଶରୀରକୁ ବହୁ ଲାଭ ମିଳିଥାଏ। ଦୁଇଟି ପରିବା ଓ ଗୋଟିଏ ଫଳକୁ ମିଶାଇ ପ୍ରସ୍ତୁତ କରାଯାଇଥିବା ଏହି ଜୁସ୍ ଶରୀର ସହିତ ତ୍ୱଚା ପାଇଁ ବି ବହୁ ଲାଭଦାୟକ ହୋଇଥାଏ। ଆସନ୍ତୁ ଜାଣିବା ଏହି ଜୁସ୍ ପିଇବା ଦ୍ୱାରା କ’ଣ କ’ଣ ସବୁ ଲାଭ ମିଳିଥାଏ।
ହୃଦୟ ପାଇଁ ଭଲ: ବିଟ ଓ ଗାଜରରେ ଥିବା ବିଟା କ୍ୟାରେଟିନ୍, ଲ୍ୟୁଟେନ୍ ଓ ଅାଲଫା ଆପଣ ହୃଦୟକୁ ସୁସ୍ଥ ରଖିଥାଏ। ସେଓ ଆପଣଙ୍କ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।
ଆଣ୍ଟି ଏଜିଂ: ଏବିସି ଜୁସ୍ରେ ବିଟାମିନ୍ ସି, ବି-କମ୍ପଲେକ୍ସ, ସି, କେ ଓ ଇ ସହିତ ପୋଷକ ତତ୍ତ୍ୱ ବି ରହିଥାଏ। ଏହା ବୟସ ବୃଦ୍ଧି ପରେ ବି ତ୍ୱଚାକୁ ସଙ୍କୁଚିତ ହେବାକୁ ଦିଏ ନାହିଁ। କେବଳ ଏତିକି ନେଇ ତ୍ୱଚାର ଔଜ୍ଜ୍ୱଲ୍ୟକୁ ଅତୁଟ ରଖିଥାଏ।
ଏହି ଜୁସ୍ ଭିଟାମିନ୍ ‘ଏ’ରେ ଭରପୂର ହେବା ସହିତ ବିଟା କ୍ୟାରୋଟିନ୍ ଥାଏ , ଯାହା ଆଖି ପାଇଁ ବି ଲାଭ ଦାୟକ ହୋଇଥାଏ। ଏଥିରେ ଥିବା ନ୍ୟୁଷ୍ଟ୍ରିସନ୍ ଭାଲ୍ୟୁ ଆଖିର ରଶ୍ମି ବୃଦ୍ଧି କରିଥାଏ। ଏତଦ୍ବ୍ୟତୀତ ଏବିସି ଜୁସ୍ ଓଜନ ହ୍ରାସ ଓ ରକ୍ତ ପରିସ୍କାର କରିବାରେ କରିଥାଏ।