ଆମ ଭିତରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିୟମିତ ଭାବେ ନିଜ ଦାନ୍ତରେ ନଖ କାମୁଡିଥାନ୍ତି। ସେମାନଙ୍କପାଇଁ ଏକ ଭଲ ଖବର । ନିକଟରେ ଏହାସଂପର୍କରେ ଏକ ଗବେଷଣା କରାଯାଇଥିଲା। ଏଥିରୁ ଜଣାଯାଇଛି ଯେ ଦାନ୍ତରେ ନଖ କାମୁଡ଼ିଥିବା ଲୋକେ ପରଫେକସନିଷ୍ଟ। ଯେଉଁମାନେ ନଖ କାମୁଡ଼ିଥାନ୍ତି, ସେମାନଙ୍କର ସାଙ୍ଗଠନିକ ଦକ୍ଷତା ଖୁବ୍ ଭଲ ଓ ସେମାନେ ଖୁବ୍ ପ୍ରଭାବଶାଳୀ । ନିକଟରେ ଏ ସଂପର୍କରେ ଏକ ଅନୁସନ୍ଧାନ କରାଯାଇଥିଲା, ଯେଉଁଥିରୁ ୪୮ ପ୍ରତିଶତ ନଖ କାମୁଡୁଥିିବା ଲୋକଙ୍କ କ୍ଷେତ୍ରରେ ଏହା ସତ୍ୟ ବୋଲି ପ୍ରମାଣିତ ହୋଇଥିଲା ।
ଆପଣ ଜାଣି ରଖନ୍ତୁ ଯେ ବଲିଉଡ ହିରୋଇନ୍ କରୀନା କପୁର ଖାନ୍ଙ୍କର ଏହି ବଦଭ୍ୟାସଟି ରହିଛି ।
/sambad/media/post_attachments/wp-content/uploads/2018/07/nail-biting-sp-tree-300x169.jpg)
ନଖ କାମୁଡିଲେ, ଏହାର କୁପ୍ରଭାବ ନଖ ଉପରେ ପଡ଼ିଥାଏ । ନଖ ଗୁଡିକ ଖରାପ ହୋଇଯାଏ ଏବଂ ଦାନ୍ତ ମଧ୍ୟ ଦୁର୍ବଳ ହୋଇଥାଏ । ଖାଲି ସେତିକି ନୁହେଁ ଦାନ୍ତରେ ସଂକ୍ରମଣ ମଧ୍ୟ ଦେଖା ଦେଇଥାଏ ।
ଯେଉଁମାନେ ନିୟମିତ ଭାବେ ଦାନ୍ତରେ ନଖ କାମୁଡିଥାନ୍ତି ସେମାନେ ନିଜର କାମକୁ ଶତ ପ୍ରତିଶତ ହେବାକୁ ପ୍ରୟାସ କରିଥାନ୍ତି । ସେମାନେ ଏଥିରେ ସଫଳ ନ ହେଲେ ବା ନିଜ ଭିତରେ ହତାଶାଭାବ ଆସିଲେ ନଖ କାମୁଡିଥାନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/Kareena-1.jpg)