ଏଭଳି ଖାଦ୍ୟଠାରୁ ଦୂରେଇ ରହିବା ଉଚିତ , ଜାଣନ୍ତୁ କାରଣ

ତାମସିକ ଗୁଣ ଯୁକ୍ତ ଭୋଜିରେ ପ୍ରାଣଶକ୍ତି ନଥାଏ। ଯେଉଁ ଆହରରେ ଶକ୍ତି ନ ଥାଏ,ତାହାକୁ ଆୟୁର୍ବେଦରେ ଓଜସ୍‌ ବୋଲି କୁହାଯାଏ। ଭୋଜନ ମୁଖ୍ୟତଃ ତିନି ପ୍ରକାରର। ଏହା ହେଲା ସାତ୍ତ୍ୱିକ,ତାମସିକ ଓ ରାଜସିକ।
ସାତ୍ତ୍ୱିକ ଭୋଜନରେ ଦୁଧ,ଦହି,ଭାତ,ପନିପରିବା,ମିଠା ଫଳ,ନଡିଆ ଆଦି ଅନ୍ତର୍ଭୁକ୍ତ । ଭଲ କିସମର ମାଂସ,ମଦ୍ୟ ଓ ଅଧିକାଂଶ ମସଲା ଆଦିକୁ ରାଜସିକ ଭୋଜନ ବୋଲି କୁହାଯାଏ। ତୀବ୍ର ଗନ୍ଧଯୁକ୍ତ ତଥା ନିଦ୍ରା ସୃଷ୍ଟିକାରୀ ଖାଦ୍ୟ ପଦାର୍ଥରେ ତାମସିକ ଗୁଣ ଥାଏ। ପିଆଜ ,ତେଲ,ଚର୍ବିଯୁକ୍ତ ଖାଦ୍ୟ,ମଦ,ଔଷଧ,କଫି ଓ ତମାଖୁ ଆଦିରେ ତାମସିକ ଗୁଣ ଥାଏ।


ଠିକ୍‌ ସେହିପରି ଯେଉଁସବୁ ପରିବା ଚାଷରେ ରାସାୟନିକ ସାର ଓ କୀଟନାଶକ ଔଷଧର ପ୍ରୟୋଗ ହୋଇଥାଏ ଏବଂ ସେଥିରୁ ଉତ୍ପନ୍ନ ପନିପରିବା ବି ତାମସିକ ବୋଲି କୁହାଯାଏ। କାରଣ ଏଭଳି ଖାଦ୍ୟରେ ପ୍ରାଣଶକ୍ତି ଅଳସୁଆ ହୋଇଯାଏ। କାରଣ ଏଭଳି ଖାଦ୍ୟରେ ପ୍ରାଣଶକ୍ତି ନ ଥାଏ। ଠିକ୍‌ ସେହିପରି ସମସ୍ତ ପ୍ରକାରର ଅସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟ ତାମସିକ। ଏଣୁ ଏଭଳି ଖାଦ୍ୟଠାରୁ ଦୂରେଇ ରହିବା ଉଚିତ।

ସମ୍ବନ୍ଧିତ ଖବର