ପନିପରିବା ଶରୀର ପଇଁ ଭଲ ବୋଲି କୁହାଯାଏ।ଏଥିପାଇଁ ଆମେ ନିୟମିତ ପନିପରିବାରେ ପ୍ରସ୍ତୁତ ତରକାରି ଖାଇଥାଉ। ଯେଉଁ ପନିପରିବାରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍ ଏବଂ ପ୍ରୋଟିନ୍ ଥାଏ, ତାହା ଶରୀରର ତାପମାତ୍ରା ବୃଦ୍ଧି କରିଥାଏ। ତେବେ ଏମିତି କେତେକ ପରିବା ଅଛି ଯାହାର ଅଧିକ ମାତ୍ରାରେ ସେବନ କରିଲେ, ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇ ପାରେ!
ଅଦା:- ଅଦାରେ ଶରୀରକୁ ଗରମ କରିବାର ଗୁଣ ଥାଏ। ଏହା ନିୟମିତ ଖାଇଲେ ଶରୀରର ତାପମାତ୍ରା ବଢ଼ିଥାଏ। ଯଦି ଅଳ୍ପ ମାତ୍ରାରେ ଅଦା ଖାଇବେ, ତେବେ ବିଶେଷ କ୍ଷତି ହେବ ନାହିଁ। ସ୍ୱାସ୍ଥ୍ୟ ଠିକ୍ ରହିବ।
ପିଆଜ:- ଭୋଜନକୁ ସ୍ୱାଦିଷ୍ଠ କରିବା ସକାଶେ ଆମେ ପ୍ରତି ତରକାରିରେ ପିଆଜ ପକାଇଥାଉ। ବେଶି ମାତ୍ରାରେ ପିଆଜ ଖାଇଲେ ଶରୀର ଗରମ ହୁଏ ଏବଂ ଏଥିପାଇଁ ହରମୋନ୍ ଅସନ୍ତୁଳନ ହେବାର ଆଶଙ୍କା ଥାଏ।
ରସୁଣ:- ରସୁଣ ମଧ୍ୟ ତରକାରି କୁ ସ୍ୱାଦିଷ୍ଠ କରିଥାଏ ବୋଲି କୁହାଯାଏ। ଏହାକୁ ଖରାଦିନେ ଅଧିକ ମାତ୍ରାରେ ଖାଇଲେ ଶରୀରରେ ହରମୋନ୍ର ଅସନ୍ତୁଳନ ଘଟିଥାଏ।
ଶାଗ:- ପାଳଙ୍ଗ ,ଖଡ଼ା, କୋଶଳା, ପୋଇ, ସଜନା ଆଦି ଶାଗ ଶରୀର ପାଇଁ ଲାଭଦାୟକ। ଏଥିରେ ଆଣ୍ଟିଅକ୍ସିଡେଣ୍ଟ୍ ପ୍ରଚୁର ମାତ୍ରାରେ ଥିବା ହେତୁ ଆମ ଶରୀରକୁ କେତେକ ରୋଗରୁ ରକ୍ଷା କରିଥାଏ। କିନ୍ତୁ ଏହା ଶରୀରର ତାପମାତ୍ରା ବୃଦ୍ଧି କରିବାରେ ସହାୟକ ହୋଇଥାଏ। ତେଣୁ ଖରାଦିନେ ଶାଗ କମ୍ ଖାଇବା ଭଲ।