କେବଳ ସୂର୍ଯ୍ୟୋଦୟ କିମ୍ବା ଅସ୍ତ ନୁହେଁ ଦିନ ଓ ରାତି ମଧ୍ୟରେ ରହିଛି ଆହୁରି ଅନେକ ତଫାତ। ରାତିରେ ସବୁ ସୁବିଧା ଉପଲବ୍ଧ ହୁଏ ନାହିଁ। ଆପଣ ଶୁଅନ୍ତି କି ଚେଇଁ ରୁହନ୍ତି ତାହା ଭିନ୍ନ କଥା ମାତ୍ର ଆପଣଙ୍କ ପାଇଁ ଆଉ କେହି ଚେଇଁ ରୁହନ୍ତି ନାହିଁ। ଯଦି କିଛି ଅସୁବିଧା ନପଡ଼େ ତେବେ ଭଲ, ମାତ୍ର କିଛି ଦୁର୍ଘଟଣା ହେଲେ ଦିନ ପରି ରାତିରେ କେହି ହେଲେ ଏତେ ସହଜରେ ଆପଣଙ୍କୁ ସାହାଯ୍ୟ କରିବାକୁ ଦଉଡ଼ି ଆସିବେ ନାହିଁ। ସେଇଥିପାଇଁ ଦିନ ଅପେକ୍ଷା ପ୍ରତ୍ୟେକ ବ୍ୟକ୍ତିକୁ ରାତିରେ ବେଶି ସଚେତନ ହେବା ଆବଶ୍ୟକ। ରାତିରେ ଶୋଇବାକୁ ଯିବା ପୂର୍ବରୁ କେତାଟି ନିର୍ଦ୍ଦିଷ୍ଟ କଥା ନିହାତି ମନେ ରଖନ୍ତୁ।
/sambad/media/post_attachments/wp-content/uploads/2018/01/eco-20charge-20led-20flash-20light_10631943_250x250.jpg)
-ବିଜୁଳୀ ବତୀକୁ କୌଣସି ଭରସା ନାହିଁ। ଆପଣ ଆଦୌ ବି ଶହେ ପ୍ରତିଶତ ବିଜୁଳି ବତୀ ଉପରେ ଭରସା କରି ରହନ୍ତୁ ନାହିଁ। ରାତିରେ ଶୋଇବା ପୂର୍ବରୁ ନିଜ ହାତ ପାହାନ୍ତାରେ ଟର୍ଚ୍ଚ ବା ଚାର୍ଜ ଲାଇଟ୍ ନିଶ୍ଚୟ ରଖନ୍ତୁ। ଏମିତି ବି ହୋଇପାରେ ଆପଣଙ୍କର ଅସଲ ଆବଶ୍ୟକତା ବେଳକୁ କରେଣ୍ଟ୍ ପଳାଇଥିବ।
/sambad/media/post_attachments/wp-content/uploads/2018/01/4933e69d2e022891f517e10cb54b53d9-214x300.jpg)
-ପାଣି ପାଖରେ ରଖି ଶୋଇବାକୁ ଆଦୌ ଭୁଲନ୍ତୁ ନାହିଁ। ଏମିତି ଅନେକ ସମୟ ହୁଏ ଶୋଷରେ ତଣ୍ଟି ଶୁଖିଯାଏ ହେଲେ ପାଣି ପାଖରେ ନଥିବାରୁ ଆମେ ଅନେକ ସମୟରେ ନପିଇ ଶୋଇ ପଡ଼ିଥାଉ। ତାହା ଶରୀର ପ୍ରତି ଅତ୍ୟନ୍ତ କ୍ଷତିକାରକ। ଅଚାନକ ପାଣିର ଆବଶ୍ୟକତା ପଡ଼ିଲେ ଆପଣ ଯେପରି ସଙ୍ଗେ ସଙ୍ଗେ ପିଇ ପାରୁଥିବେ ସେତିକି ପାଖରେ ପାଣି ରଖନ୍ତୁ।
/sambad/media/post_attachments/wp-content/uploads/2018/01/iOS-7-battery-charged-001-300x200.jpg)
-ମୋବାଇଲ୍କୁ ଭଲ ଭାବେ ଚାର୍ଜ କରି ପାଖରେ ରଖନ୍ତୁ। କାହାର କେଉଁ ସମୟରେ ଦେହ ଖରାପ କିମ୍ବା କୌଣସି ପ୍ରକାର ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ। ଚାର୍ଜ ସହ ମୋବାଇଲ୍ରେ ବାଲାନ୍ସ ରଖିବା ନିହାତି ଆବଶ୍ୟକ।
/sambad/media/post_attachments/wp-content/uploads/2018/01/tablets_750-300x200.jpg)
-ଯଦି ଆପଣଙ୍କର କିଛି ରୋଗ ରହିଛି, ଯାହାର ଔଷଧ ଆପଣଙ୍କୁ କୌଣସି ବି ସମୟରେ ଆବଶ୍ୟକତା ପଡ଼ିପାରେ ତେବେ ସେ ଔଷଧକୁ ନିହାତି ପାଖେରେ ରଖି ଶୁଅନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/landscape-1454340360-sleepingwell.jpg)