ପର୍ସ ବା ପକେଟ୍‌ରେ ଏହି ଅତି ଗୋପନୀୟ ସାମଗ୍ରୀ ରଖୁଛନ୍ତି କି  ? ଜାଣନ୍ତୁ ତାହା କେତେ ସୁରକ୍ଷିତ

ଏମିତି ବି ଶୁଣିବାକୁ ମିଳେ ଯେ, ପୁରୁଷମାନେ ଅନେକ ସମୟରେ ନିଜର ପକେଟ୍‌ରେ ଅଥବା ମନିପର୍ସ ଭିତରେ କଣ୍ଡୋମ୍‌କୁ ରଖିଥାନ୍ତି। ଏହାକୁ ସୁରକ୍ଷିତ ଜାଗା ବୋଲି ମନେ କରିନ୍ତି ସେମାନେ । ସବୁଠୁଁ ବଡ଼ କଥା ହେଲା ଏହାର ଆବଶ୍ୟକତା ପଡିବାମାତ୍ରେ ଆଉ ଖୋଜିବାକୁ ପଡ଼େ ନାହିଁ। କିନ୍ତୁ ଏଭଳି ଜାଗାରେ କଣ୍ଡୋମ୍‌ ରଖିବା କ’ଣ ସୁରକ୍ଷିତ?

ନିକଟରେ ଏ ସଂପର୍କରେ ଗବେଷଣା କରାଯାଇଥିଲା। ସେହି ଗବେଷଣାରୁ ଜଣାଯାଇଛି ଯେ,ପକେଟ୍‌ ବା ପର୍ସରେ ରଖାଯାଇଥିବା କଣ୍ଡୋମ୍‌ ବ୍ୟବହୃତ କଣ୍ଡୋମ୍‌ ସହିତ ସମାନ। ଯେଉଁମାନେ ସୁରକ୍ଷାତ୍ମକ ମନୋଭାବ ନେଇ ଓ ତାତ୍‌କ୍ଷଣିକ ପ୍ରାପ୍ତିକୁ ଆଖି ଆଗରେ ରଖି ଏପରି କରୁଥିବେ,ସେମାନେ ଭୁଲ୍‌ କରୁଛନ୍ତି ବୋଲି ଜାଣି ନିଅନ୍ତୁ।

ପର୍ସ ବା ପକେଟ୍‌ରେ କଣ୍ଡୋମ୍‌ ରଖିଲେ ତାହା କ୍ଷତିଗ୍ରସ୍ତ ହୋଇଥାଏ। ଚିରା ଫଟା କଣ୍ଡୋମ୍‌ ବ୍ୟବହାର କରିଲେ ଏସଟିଆଇର ଆଶଙ୍କା ବଢ଼ିଯାଏ ଓ ପ୍ୟାକେଟ୍‌ରେ ରଖିଲେ ସେଥିରେ କୀଟାଣୁ ସଂକ୍ରମଣର ଆଶଙ୍କା ରହିଛି।

ଏହି ଗବେଷଣାରେ ଆହୁରି ଏକ କଥା ମଧ୍ୟ ସ୍ପଷ୍ଟ ହୋଇଛି ଯେ,ଗରମ ମଶ୍ଚରାଇଜର,ଫ୍ରିକ୍‌ସନ ଓ ଲାଇଟ୍‌ ଆଦିର ପ୍ରଭାବରେ କଣ୍ଡୋମ୍‌ର ଗୁଣବତ୍ତା ବି ନଷ୍ଟ ହୋଇଯାଏ। କଣ୍ଡୋମ୍‌ ରଖାଯାଉଥିବା ସ୍ଥାନର ତାପମାତ୍ରା ଅଧିକ ହେଲେ  ତାହା ଢ଼ିଲା ହୋଇଯାଏ ଏବଂ ଫାଟିଯିବାର ବି ଆଶଙ୍କା ରହିଛି। ଏଣୁ କଣ୍ଡୋମକୁ ଶୀତଳ ସ୍ଥାନରେ ରଖିବା ଉଚିତ।

 

ସମ୍ବନ୍ଧିତ ଖବର