ମାଆ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଲେ ସବୁ କାର୍ଯ୍ୟ ମଙ୍ଗଳମୟ ହୋଇଥାଏ। ସବୁ କିଛି ପରେ ଈଶ୍ବରଙ୍କ ଆଶୀର୍ବାଦ ଓ ମଣିଷର ଭାଗ୍ୟ ହିଁ ତାକୁ ଆଗକୁ ନେଇଥାଏ।

Advertisment

ମଣିଷ ଉପରେ ଗ୍ରହ, ନକ୍ଷତ୍ର ଓ ତିିଥି ଆଦିର ବିଶେଷ ପ୍ରଭାବ ରହିଥାଏ ବୋଲି ଅଧିକାଂଶ ଲୋକଙ୍କର ବିଶ୍ବାସ ରହିଛି। ଆପଣ ଯଦି ବାର, ମାସ ଆଦିରେ ବିଶ୍ବାସ ରଖୁଥିବେ ତ ଏକଥା ବି ଜାଣିଥିବେ ଯେ ଡିସେମ୍ବର ୧୬ ବା ଆସନ୍ତାକାଲିଠାରୁ ଖର ମାସ ଆରମ୍ଭ ହେବାକୁ ଯାଉଛି। ଏହା ଡିସେମ୍ବର ୧୬ରୁ ଆରମ୍ଭ ହୋଇ ଜାନୁଆରି ୧୫ରେ ଶେଷ ହେବ।

ଖର ମାସରେ ସୂର୍ଯ୍ୟ ଦେବ ଧନୁ ରାଶିରେ ପ୍ରବେଶ କରିବେ। ସୂର୍ଯ୍ୟ ଅପରାହ୍ନ ୨ଟା ୪୭ ମିନିଟ୍‌ରେ ଧନୁ ରାଶିରେ ପ୍ରବେଶ କରିବେ। ଏହାକୁ ଧନୁ ସଂକ୍ର‌ାନ୍ତି ନାମରେ ବି ମନାଯାଏ।

ଖର ମାସକୁ ବହୁତ ଅଶୁଭ ମନାଯାଏ। ଏଥିପାଇଁ ଏହି ଗୋଟାଏ ମାସରେ କୌଣସି ବି ଶୁଭ କାର୍ଯ୍ୟ ହେବ ନାହିଁ। ହେଲେ ଜ୍ୟୋତିଷଙ୍କ କହିବାନୁସାରେ ଏହି ମାସରେ କିଛି ରାଶିର ଭଲ ଦିନ ଆରମ୍ଭ ହେବାକୁ ଯାଉଛି। ସେହି ସବୁ ରାଶିର ଲୋକଙ୍କ ବ୍ୟବସାୟ ଓ କ୍ୟାରିୟର୍‌ ଆଗକୁ ବଢ଼ିବ।

ଜାଣିବାକୁ ମିଳିିଛି ଯେ ଏହି ମାସ ମେଷ ରାଶିର ଲୋକଙ୍କ ପାଇଁ ଶୁଭ ହେବ। ଏହି ମାସରେ ମେଷ ରାଶିର ଲୋକଙ୍କ ଉପରେ ମାଆ ଲକ୍ଷ୍ମୀଙ୍କ କୃପା ବନି ରହିବ। ମେଷ ରାଶିର ଲୋକଙ୍କର ଆର୍ଥିକ ସ୍ଥିତି ଦୃଢ଼ ହେବ।

ମେଷ ପରି ମିଥୁନ ଓ ଧନୁ ରାଶିର ଲୋକଙ୍କ ପାଇଁ ବି ମାସଟି ଭଲ ରହିଛି। ଖର ମାସରେ ମାଆ ଲକ୍ଷ୍ମୀଙ୍କ କୃପା ଏହି ୩ ରାଶିର ବ୍ୟକ୍ତିଙ୍କ ଉପରେ ବଜାୟ ରହିବ।