ଶୋଇବାଠାରୁ ଆରମ୍ଭ କରି ପାଣି ପିିଇବା ପର୍ଯ୍ୟନ୍ତ ଆପଣ କରୁଥିବା ଏହି ୪ଟି ଭୁଲ ହୋଇପାରେ କିଡ୍‌ନି ସମସ୍ୟାର କାରଣ

କିଡ୍‌ନି ମଣିଷ ଶରୀରରେ ରକ୍ତକୁ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରର ସବୁଠାରୁ ଗୁରୁତ୍ତ୍ୱପୁର୍ଣ୍ଣ ଅଙ୍ଗ ହୋଇଥାଏ । ପ୍ରତି ମଣିଷର ଶରୀରରେ ଦୁଇଟି କିଡ୍‌ନି ଥିବା ବେଳେ ଆଜିକାଲିର ବ୍ୟସ୍ତବହୁଳ ଜୀବନ ପାଇଁ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି । କିଛି ନ ଭାବି ସେମାନେ କିଛି ବି ଖାଉଥିବାରୁ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଦେଉଛି । ସାରା ଦିନ ମଣିଷ କରୁଥିବା ଛୋଟ ଛୋଟ ଭୁଲ ପାଇଁ ଶରୀରର ଗୁରୁତ୍ତ୍ୱପୁର୍ଣ୍ଣ ଅଙ୍ଗ ପ୍ରଭାବିତ ହେଉଛି । ସ୍ୱାସ୍ଥ୍ୟକର ଜୀବନ ବଞ୍ଚିବା ପାଇଁ ଆମମାନଙ୍କୁ ପ୍ରତିଦିନର ଦିନଚର୍ଯ୍ୟାରେ ସୁଧାର ଆଣିବା ନିହାତି ଦରକାର । ଆସନ୍ତୁ ଜାଣିବା ସେ ବିଷୟରେ……

୧.ପାଣି ପିିିଇବା ଶରୀର ପାଇଁ ଲାଭଦାୟକ ହୋଇଥଏ । କିନ୍ତୁ ଦରକାରଠାରୁ ଅଧିକ କିମ୍ବା କମ ପାଣି ପିଇବା ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଦିନକୁ ୮-୧୦ଗ୍ଲାସ ପାଣି ପିଇବା ଦରକାର । ଏହା ଠାରୁ ଅଧିକ ପାଣି ପିଇଲେ କିଡ୍‌ନିକୁ ଅଧିକ କାମ କରିବାକୁ ପଡ଼ିଥାଏ । ଯାହାଦ୍ୱାରା କିଡ୍‌ନି ଖୁବ୍‌ ଶୀଘ୍ର ଖରାପ ହେବାର ଆଶଙ୍କା ରହିଥାଏ ।

Image result for sleep and drinking water
Hydration Info

୨.ଅଧିକ ମାତ୍ରରେ ପେନ୍‌ କିଲର ଖାଇବା ଦ୍ୱାରା ଏହା କିଡ୍‌ନି ଉପରେ ଖରାପ ପ୍ରଭାବ ପକାଇଥାଏ । ଶରୀରରେ ପେନ୍‌ କିଲରର ମାତ୍ରା ଅଧିକ ହେବା ଦ୍ୱାରା କିଡ୍‌ନିର ଥିବା କୋଷିକାଗୁଡ଼ିକ ନଷ୍ଟ ହୋଇଯାଇଥାଏ ।
୩.ଖାଇବା ପ୍ରସ୍ତୁତ ହେବା ପରେ ଯେଉଁ ଲୋକମାନେ ତା’ ଉପରେ ଲୁଣ ପକାଇ ଖାଇଥାନ୍ତି । ସେମାନଙ୍କୁ କିଡ୍‌ନି ସହ ଜଡ଼ିତ ସମସ୍ୟା ହେବାର ଆଶଙ୍କା ଅଧିକ ରହିଥାଏ । ଏହା ଦ୍ୱାରା ଶରୀରରୁ ସୋଡିୟମ ସହଜରେ ବାହାରି ନ ପାରି କିଡ୍‌ନି ଉପରେ ଖରାପ ପ୍ରଭାବ ପକାଇଥାଏ ।
୪.କିଛି ଲୋକଙ୍କୁ ପରିଶ୍ରା ଲାଗିଲେ ସେମାନେ ପରିଶ୍ରା ରୋକି ଦେଇଥାନ୍ତି । ଯାହାଦ୍ୱାରା କିଡ୍‌ନି ଷ୍ଟୋନ ହେବାର ସମସ୍ୟା ଦେଖା ଯାଇଥାଏ ।

ସମ୍ବନ୍ଧିତ ଖବର