ଚିକିତ୍ସକଙ୍କ ପରାମର୍ଶ ବିନା ଅଧିକ କାଲ୍ସିଅମ୍ ବଟିକା ଖାଇଲେ, ବୃକ୍କରେ ପଥର ହୋଇପାରେ। ସବୁଠାରୁ ସାଧାରଣ ବୃକ୍କ ପଥର ହେଉଛି- ‘କାଲ୍ସିଅମ୍ ଅକ୍ସାଲେଟ୍ ପିବଲ୍ସ’। ଅକ୍ସାଲିକ୍ ଏସିଡ୍ ସହ ମିଶିଲେ କାଲ୍ସିଅମ୍ ପଥର ପାଲଟେ। ତେଣୁ, କାଲ୍ସିଅମ୍ ବଟିକା ପ୍ରତି ସତର୍କ ରହନ୍ତୁ। ଖାଲି ପେଟରେ ଖାଆନ୍ତୁନାହିଁ। ଖାଲି ପେଟରେ ଖାଇଲେ, ସିଧା ମୂତ୍ରନଳିକୁ ଯାଇ ନାନା ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରାଏ। ସର୍ବଦା ଖାଦ୍ୟ ସହ ଖାଆନ୍ତୁ। ପ୍ରଚୁର ପାଣି ପିଅନ୍ତୁ।
ବୃକ୍କ ସମସ୍ୟା ଥିଲେ, ଦିନରେ ତିନି ଲିଟର୍ ପାଣି ପିଅନ୍ତୁ। ପ୍ରତି ଥର ଖାଇବା ପରେ ଏକ ଗ୍ଲାସ୍ ପାଣି ପିଅନ୍ତୁ। ଶୋଇବା ପୂର୍ବରୁ ଏକ ଗ୍ଲାସ୍ ପିଅନ୍ତୁ। ରାତିରେ ଉଠୁଥିଲେ ବି ପାଣି ପିଅନ୍ତୁ। କମଳା ରସ, ଲେମ୍ବୁ ରସ, ଚାହା, କଫି, ଓ୍ଵାଇନ୍ ଓ ବିଅର୍ ପିଇଲେ କୌଣସି କ୍ଷତି ନାହିଁ। ତେବେ, ଲୁଣ କମ୍ ଖାଆନ୍ତୁ। ଏହା ପରିସ୍ରାରେ କାଲ୍ସିଅମ୍ ପରିମାଣ ବଢ଼ାଏ। କୋଲା, ଅଙ୍ଗୁର ରସ, କ୍ରାନ୍ବେରି ରସ, ପାଳଙ୍ଗ, ସମସ୍ତ ପ୍ରକାରର ଫାଷ୍ଟ୍ ଫୁଡ୍ ଏବଂ ସଲ୍ଟେଡ୍ ନଟ୍ସ ଲୁଣ ପରିମାଣ ବଢ଼ାଉଥିବାରୁ, ଛୁଅନ୍ତୁନାହିଁ।