ଏ ଦୁଇ ମସଲା ସଂପର୍କରେ ଏସବୁ କଥା ଜାଣନ୍ତି କି ?

ଆମେ ବ୍ୟଞ୍ଜନକୁ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ଗରମ ମସଲାର ପ୍ରୟୋଗ କରିଥାଉ। ତେବେ ଏହି ମସଲା ଆମର ପ୍ରକୃତରେ ଉପକାର କରିଥାଏ କି ଅପକାର କରିଥାଏ ,ତାହା ଜାଣନ୍ତି ତ !
ଆୟୁର୍ବେଦୀୟ ପାକ କଳାରେ କୁହାଯାଇଛି ଯେ, ମସଲାର ସମୁଚିତ ଉପଯୋଗ କରିବା ଜରୁରୀ। ଏଥିପାଇଁ ମସଲା ଗୁଡିକରେ ଗୁଣ ଧର୍ମ ଉପରେ ଧ୍ୟାନ ରଖିବା ଆବଶ୍ୟକ।
ଆୟୁର୍ବେଦରେ ବ୍ୟଞ୍ଜନରେ ଗୋଲମରିଚର ପ୍ରୟୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ଗୋଲ ମରିଚର ବଡ଼ ବଡ଼ ପତ୍ର ଥାଏ। ଏଥିରେ ଛୋଟ ଛୋଟ ମୂଳ ବି ଥାଏ। ଏହାର ଫଳ ଓ ଫୁଲ ମଧ୍ୟ କାମରେ ଆସିଥାଏ। ଗୋଲମରିଚ କଞ୍ଚା ଥିବାବେଳେ ସବୁଜ ରଙ୍ଗର ହୋଇଥାଏ ଓ ପାକଳ ହେବାପରେ ଏହାର ରଙ୍ଗ କଳା ହୋଇଯାଏ। ମନେ ରଖନ୍ତୁ ଗୋଲମରିଚ ପାଣିରେ ପଡ଼ିବା ପରେ ତାହା ଧଳା ହୋଇଥାଏ,କାରଣ ତା’ର ଚୋପା ସେଥିରୁ ଛାଡି ଯାଏ।


ଅନ୍ୟ ଏକ ଆୟୁର୍ବେଦୀୟ ମସଲା ହେଲା ପିପଳି।ଏହା ଦୁଇ ପ୍ରକାରର। ମୋଟା ପିପଳ ଓ ପତଳା ପିପଳ। ଏଥିରେ ମଧ୍ୟ ଲତା ଥାଏ। ଏହାର ପତ୍ର ହୃଦୟର ଆକାରର। ଏହାର ପାଚିଲା ଫଳ ଲାଲ ଓ ଶୁଖିବା ପରେ ଏହା ବାଦାମି ରଙ୍ଗ ହୋଇଥାଏ। ପିପଳ ଗୋଲମରିଚ ଅପେକ୍ଷା କମ୍‌ ତିକ୍ତ।

ସମ୍ବନ୍ଧିତ ଖବର