ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ:-ଆପଣଙ୍କ କାମରେ ଧ୍ୟାନ କେନ୍ଦ୍ରିତ କରନ୍ତୁ କାମ ସଫଳ ହେବ। ଜମି ବ୍ୟବସାୟୀଙ୍କୁ ଲାଭ ହେବ। ଆପଣଙ୍କ ପିଲାଙ୍କୁ ଉପହାର ଦେବେ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବା ଯୋଗ ଅଛି।

ବୃଷ:-ଆପଣଙ୍କ ମନ ସ୍ବଚ୍ଛ ରହିବ। ସମାଜରେ ଆପଣଙ୍କ କାମ ପ୍ରଶଂସା ହେବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। ଇଲେକ୍ଟ୍ରିକ୍ ଯାନ କିଣବା ଲାଗି ମନସ୍ଥ କରିବେ। ଶିକ୍ଷାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ।

ମିଥୁନ:-ଆପଣଙ୍କ ଉପରେ ଭଗବାନଙ୍କର କୃପାଦୃଷ୍ଟି ରହିବ। ପରୋପକାର କାର୍ଯ୍ୟରେ ସମୟ ବିତାଇବେ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

କର୍କଟ:-ଆପଣ କୌଣସି ପ୍ରକାର ଯାତ୍ରାରେ ଯାଇପାରନ୍ତି। କୌଣସି ବଡ଼ ଡ଼ିଲ୍ ଫାଇନାଲ୍ ହେବ। ଯାହା ଦ୍ବାରା ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ। ଜୀବନସାଥୀ ସହିତ ତାଳମେଳ ଠିକ୍ ରହିବ। ଆପଣଙ୍କର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

ସିଂହ:-କୌଣସି କଥାକୁ ନେଇ ଆପଣଙ୍କ ମନ ବହୁତ ପ୍ରସନ୍ନ ରହିବ। ଅଯଥା ଖର୍ଚ୍ଚ ପାଇଁ ବ୍ୟଙ୍କ ବାଲାନ୍ସ କମ୍ ହେବ। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଇସ୍ପାତ କାରବାରୀଙ୍କର ବିକ୍ରୀ ବଢ଼ିବ।

କନ୍ୟା:-ଜୀବନସାଥୀ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। କୌଣସି ପରିଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିବ। ଘରେ ଧାର୍ମିକ ଅନୁଷ୍ଠାନ କରିପାରନ୍ତି।

ତୁଳା:-ଆପଣଙ୍କ ମନ ଧାର୍ମିକ କାର୍ଯ୍ୟକ୍ରମରେ ଲାଗି ରହିବ। ବେପାରରେ ଲାଭ ହେବ। ଆପଣଙ୍କୁ ସମାଜରେ ମାନ ସମ୍ମାନ ମିଳିବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ।

ବିଛା:-ଅଫିସରେ ଆପଣଙ୍କ କଠିନ ପରିଶ୍ରମ ଦେଖି କତୃପକ୍ଷ ଦରମା ବୃଦ୍ଧି କରିପାରନ୍ତି। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ। ଚାକିରି ପାଇଁ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ସନ୍ତୋଷଜନକ ଫଳ ପାଇବେ।

ଧନୁ:-ଜମି ବ୍ୟବସାୟୀଙ୍କୁ ଅଧିକ ଲାଭ ହେବ। ମହିଳାମାନେ ନିଜ କାମରେ ବ୍ୟସ୍ତ ରହିବେ। ବ୍ୟର୍ଥ କଥାରେ ତର୍କବିତର୍କ କରନ୍ତୁ ନାହିଁ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଘର ଖର୍ଚ୍ଚ ବଢ଼ିପାରେ।

ମକର:-ଅଧୁରା କାମ ସଂପୂର୍ଣ୍ଣ କରି ନୂଆ କାମ ଶୁଭାରମ୍ଭ କରିବେ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ପରିବାରରେ ଖୁସିର ବାତାବରଣ ରହିବ। ଦୂରସ୍ଥାନକୁ ଯିବାର ଯୋଗ ଅଛି।

କୁମ୍ଭ:-ଦିନଟି ଜୀବନରେ ନୂଆ ଦିଶା ନେଇ ଆସିବ। ଧ୍ୟାନ ଲଗାଇ କାମ କରନ୍ତୁ ଶୀଘ୍ର ସଫଳତା ପାଇବେ। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି। ରାଜନୀତିରେ ସଫଳତା ପାଇବେ।

ମୀନ:-ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ବ୍ୟବସାୟ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ଅଧିକ ସଫଳତା ପାଇଁ ଅଧିକ ପ୍ରୟାସ ଜାରି ରଖିବେ। ନବ ବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯିବେ।

ସମ୍ବନ୍ଧିତ ଖବର