ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ବେପାରରେ ଭଲ ସଫଳତା ମିଳିବାର ଯୋଗ ରହିଛି। ଭାଗୀଦାର ସହିତ ବସି ଭବିଷ୍ୟତ ପାଇଁ କୌଣସି ଯୋଜନା ପ୍ରସ୍ତୁତି କରିବେ। ଚାକିରିଜୀବୀଙ୍କର ବେତନ ବୃଦ୍ଧି ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଏଭଳି ଲୋକଙ୍କ ସହିତ ମିଶିବେ ଯେ ଭବିଷ୍ୟତରେ ସାହାଯ୍ୟ ସହଯୋଗ କରିବେ। ଦାମ୍ପତ୍ୟ ଜୀବନରେ ସୁଖ ସମୃଦ୍ଧି କାଏମ୍ ରହିବ। ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରଖିବା ଲାଗି ବାଣୀ ଓ ବ୍ୟବହାରରେ ସଂଯମ ରଖନ୍ତୁ। ମ୍ୟାନେଜ୍‌ମେଣ୍ଟ୍‌ ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଡାକ୍ତରଙ୍କ ସହ ପରାମର୍ଶ କରିବେ।

ବୃଷ: ପରସ୍ଥିତି ଆପଣଙ୍କ ପକ୍ଷରେ ହେବ। ବ୍ୟବସାୟରେ ଦିଗୁଣା ବୃଦ୍ଧି ହେବାର ଯୋଗ ରହିଛି। ଅଫିସ୍‌ରେ କୌଣସି ନୂଆ କାମ ମିଳିପାରେ। ସଫ୍ଟୱେର୍‌ ଇଂଜିନିୟର୍‌ଙ୍କ ଲାଗି ବହୁରାଷ୍ଟ୍ରୀୟ କଂପାନିରେ ଚାକିରିର ସୁଯୋଗ ଆସିବ। ରାଜନୀତିକ ନେତ୍ରୀ କୌଣସି ଅନୁଭବୀ ବ୍ୟକ୍ତିଙ୍କ ସହିତ ମିଶି ସମସ୍ୟାର ସମାଧାନ ପାଇଯିବେ। ଘରେ କୌଣସି ଶୁଭକାର୍ଯ୍ୟ ସଂପନ୍ନ ହେବା ଯୋଗୁଁ ଘରର ପରିବେଶ ଉଲ୍ଲାସଭରା ରହିବ। ଜୀବନସାଥୀର ପ୍ରେମ ଓ ସହଯୋଗ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ସମୟ ଭଲ ରହିବ। ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବାର ଯୋଗ ରହିଛି। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।

ମିଥୁନ: କୌଣସି ନୂଆ କାମ କରିବା ପାଇଁ ଭାବିବେ। କାରବାରରେ କିଛି ନୂଆ କରିବାର ପ୍ରୟାସ ସଫଳ ହେବ। ଅଫିସ୍‌ରେ କୌଣସି କଥାକୁ ନେଇ ମନ ଉଦାସ ରହିପାରେ। ଚାକିରି ବଦଳାଇ ପାଇଁ ଚିନ୍ତା କରିପାରନ୍ତି। ସଫ୍ଟୱେର୍‌ ଇଂଜିନିୟର୍ସଙ୍କୁ ପଦୋନ୍ନତି ମିଳିପାରେ। ରାଜନୀତଜ୍ଞ ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ। ଅଧିକ ବୟସ୍କ ବ୍ୟକ୍ତିଙ୍କର ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ବୈବାହିକ ଜୀବନ ଖୁସିଭରା ରହିବ। ପ୍ରେମୀଯୁଗଳଙ୍କ ବ୍ୟବହାରରେ ସକାରାତ୍ମକ ଆସିବ। ଛାତ୍ରଙ୍କ ଜୀବନ ବହୁତ ବ୍ୟସ୍ତ ରହିବ। ନର୍ସିଙ୍ଗ୍‌ ଛାତ୍ରୀ ସିନିୟର୍‌ଙ୍କ ଠାରୁ କିଛି ନୂଆ ଶିଖିବେ। ବ୍ୟାୟମ କରନ୍ତୁ ଏହାଦ୍ବାରା ନିରୋଗ ଓ ଶକ୍ତିବାନ୍‌ ରହିବେ।

କର୍କଟ: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ଆପଣଙ୍କ ଉତ୍ସାହକୁ ଦିଗୁଣା କରିଦେବ। ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଯୋଜନା କରିବେ। ଅଫିସ୍‌ରେ ତର୍କବିତର୍କ ଠାରୁ ଦୂରରେ ରହନ୍ତୁ। ଇଂଜିନିୟର୍‌ଙ୍କ ଲାଗି କାର୍ଯ୍ୟ କ୍ଷେତ୍ରରେ ନୂଆ ପରିବର୍ତ୍ତନ ହେବ। ରାଜନୈତିକ ବ୍ୟକ୍ତି କୌଣସି ସୁଯୋଗ ହାତରୁ ଯିବାକୁ ଦିଅନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ନୂଆ ଘର କିଣିବା ପାଇଁ ଯୋଜନା କରିବେ। ପ୍ରେମୀଯୁଗଳ ନିଜ ସମ୍ବନ୍ଧର ଏକ ନୂଆ ଶୁଭାରମ୍ଭ କରିବେ। ଛାତ୍ରଛାତ୍ରୀ ନିଜର ପ୍ରୋଜେକ୍ଟ ପୂରା କରିବାରେ ସିନିୟର୍‌ଙ୍କର ସହଯୋଗ ପାଇବେ। ଯୋଗ ଓ ପ୍ରାଣାୟାମର ସ୍ବଭାବ ଧାରଣ କରନ୍ତୁ।

ସିଂହ: ଆତ୍ମବଳ ଆପଣଙ୍କ ଲାଗି ସଫଳତାର ଚାବି ସାବ୍ୟସ୍ତ ହେବ। ବ୍ୟବସାୟରେ କୌଣସି ବଡ଼ ସଫଳତା ହାତରେ ଲାଗିବ। ଚାକିରିରେ କାର୍ଯ୍ୟଦକ୍ଷତା ପାଇଁ ଅଧିକାରୀଙ୍କ ଠାରୁ ପୁରସ୍କାର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ କାହାରି ଉପରେ ଆଖି ବନ୍ଦକରି ଭରସା କରନ୍ତୁ ନାହିଁ। ଘରେ ସୁଖସମୃଦ୍ଧି ବୃଦ୍ଧି ହେବ। ପିଲାଙ୍କ ସଫଳତା ଉପରେ ଗର୍ବ ଅନୁଭବ କରିବେ। ନବବିବାହିତ ଦମ୍ପତି ଧର୍ମାନୁଷ୍ଠାନକୁ ଯିବାର ମଉକା ପାଇବେ। ପ୍ରେମୀଯୁଗଳଙ୍କର ଘନିଷ୍ଠତା ବଢ଼ିବ। ଛାତ୍ରଛାତ୍ରୀ ପରିଶ୍ରମ କରନ୍ତୁ ଶ୍ରେଷ୍ଠ ପରିଣାମ ପାଇବେ। ଚକ୍ଷୁ ସମସ୍ୟାକୁ ନେଇ ଭଲ ଡାକ୍ତରଙ୍କୁ ଦେଖାଇବେ। ଯୋଗ ଓ ବ୍ୟାୟାମ କରିବାର ଅଭ୍ୟାସ କରନ୍ତୁ।

 

କନ୍ୟା: ଭାବନାର ସକାରାତ୍ମକ ବଜାୟ ରହିବ। କଠିନ କାର୍ଯ୍ୟରେ ହାର୍‌ ମାନିବେ ନାହିଁ। କୌଣସି ମହିଳା ସାହାଯ୍ୟରେ ପେସାରେ ଲାଭ ହେବ। ଆର୍ଥିକ ଲାଭ ହେବା ଯୋଗୁଁ କରଜ ପରି‌ଶୋଧ କରିବେ। ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ଲାଗି ବହୁରାଷ୍ଟ୍ରୀୟ କଂପାନିରୁ ଖବର ଆସିପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସମାଜରେ ଭଲ ଭାବମୂର୍ତ୍ତି ସଜାଇବାର ସଫଳ ହେବେ। ପୂର୍ବରୁ ଲାଗି ରହିଥିବା ପରିବାରରେ ମତଭେଦ ଦୂର ହେବ। ମୋଟର ଯାନ କିଣିବାର ଇଚ୍ଛା ପୂରା ହେବ। ପ୍ରେମିକ ପ୍ରେମିକା ସମ୍ବନ୍ଧର ନୂଆ ଆରମ୍ଭ କରିବେ। ପ୍ରତିଯୋଗୀ ପରୀକ୍ଷାର ସଫଳ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ମସଲାଯୁକ୍ତ ଖାଦ୍ୟ ପରିହାର କରନ୍ତୁ।

ତୁଳା: ଶକ୍ତିରେ ପୂର୍ଣ୍ଣ ରହିବେ। ମନସ୍ଥ କରିଥିବା କାର୍ଯ୍ୟରେ ସଫଳତା ପାଇବେ। ବେପାରୀବର୍ଗଙ୍କୁ ଅଧିକତମ ଲାଭ ହେବ। ଅଫିସ୍‌ରେ ଆପଣଙ୍କୁ ଶ୍ରେଷ୍ଠ କର୍ମଚାରୀର ପୁରସ୍କାର ମିଳିପାରେ। ନୂଆ ଚାକିରିର ସୁଯୋଗ ରହିଛି। ଓକିଲ ପୁରୁଣା ମହକିଲଙ୍କ ମକଦ୍ଦମାକୁ ସମାଧାନ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ପ୍ରସ୍ତୁତି କରିଥିବା ଯୋଜନାରେ କିଛି ପରିବର୍ତ୍ତନ କରିପାରନ୍ତି। ଅର୍ଥ ବିଷୟରେ ବୁଦ୍ଧିମତ୍ତାରେ ନିଷ୍ପତ୍ତି ନିଅନ୍ତୁ। ଜୀବନସାଥୀ ଆପଣଙ୍କୁ ଖୁସି ହେବାର ଅବସର ଦେବେ। ପ୍ରେମ ଜୀବନରେ ନୂଆ ଶକ୍ତି ସଂଚାର ହେବ। ପି.ଏଚ୍‌.ଡି. ଛାତ୍ରଛାତ୍ରୀଙ୍କର ପରିଶ୍ରମ ସଫଳ ହେବ। ଚକ୍ଷୁ ଓ ଗଳାରେ ସମସ୍ୟା ଥିଲେ ପ୍ରାଣାୟାମ କରନ୍ତୁ।

ବିଛା: ପୂରା ସପ୍ତାହ ଶକ୍ତିରେ ଭରି ରହିବେ। ମନଦେଇ ଯେଉଁ କାମ କରିବେ ସେହି କାମ ସଂପୂର୍ଣ୍ଣ କରିବେ। ପେସାଦାର ବ୍ୟବସାୟୀ କୌଣସି ଅନ୍ୟ କଂପାନି ସହିତ ଭାଗୀଦାରି କରିପାରନ୍ତି। ମିଡିଆ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ସମୟ ଭଲ। ପରିଶ୍ରମର ଉଚିତ ଫଳ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଜୀବନସାଥୀ ସହିତ ସମ୍ବନ୍ଧ ମିଷ୍ଟତାପୂର୍ଣ୍ଣ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ବିବାହ ସ୍ଥିର ହୋଇପାରେ। ଛାତ୍ରଛାତ୍ରୀଙ୍କର ବାକିଥିବା କାମ ସହପାଠୀଙ୍କ ସାହାଯ୍ୟରେ ପୂରା କରିନେବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ହଜମ ଜନିତ ସମସ୍ୟାରୁ ଆରାମ ପାଇବେ।

ଧନୁ: ଧନଲାଭର ମଉକା ହାତକୁ ଆସିବ। ବ୍ୟବସାୟର ଲାଭ ଅର୍ଥ ପୁଣି ବ୍ୟବସାୟରେ ଲଗାଇବେ। ଅଫିସ୍‌ରେ ବରିଷ୍ଠ ଅଧିକାରୀ ଆପଣଙ୍କ କାମର ପ୍ରଶଂସା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଦଳରେ କୌଣସି ବଡ଼ ଦାୟିତ୍ବ ମିଳିବ। ସୋସିଆଲ୍ ମିଡିଆରେ ଆପଣଙ୍କ ପୋଷ୍ଟ୍‌କୁ ଅଧିକ ଲୋକ ପସନ୍ଦ କରିବେ। ଚେସ୍ ଖେଳୁଥିବା ଲୋକଙ୍କୁ ବହୁତ ଭଲ ବିଜୟୀ ମିଳିବ। ପରିବାରଠାରୁ ଦୂରରେ ରହିଥିବା ଲୋକ ପରିବାର ଲୋକଙ୍କ ସହିତ ମିଶିବାର ମଉକା ପାଇବେ। ପ୍ରେମିକ ପ୍ରେମିକା ଭ୍ରାନ୍ତ ଧାରଣା ଦୂର କରିବେ। ଛାତ୍ରଛାତ୍ରୀ ନିଜର ଜୁନିୟର୍‌ ସହିତ ନୂଆ ଅନୁଭବ ବାଣ୍ଟିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ଓ ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

ମକର: ନିଜର ଭାବନା ଓ ବ୍ୟବହାରରେ ଭାରସାମ୍ୟ ବଜାୟ ରଖନ୍ତୁ। ଅନ୍ୟମାନଙ୍କୁ ନିଜର ବ୍ୟକ୍ତିଗତ କଥା କହନ୍ତୁ ନାହିଁ। ବ୍ୟବସାୟରେ ବଡ଼ ଡିଲ୍ ହେବା ଯୋଗୁଁ ଧନଲାଭ ହେବ। ଚାକିରି ପାଇଁ ପରିଶ୍ରମ କରି ଆସୁଥିବା ଲୋକ ଖୁସି ଖବର ପାଇବେ। ମଡିଆ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ପରିବାର ଲୋକଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହୋଇଯିବ। ବୈବାହିକ ଜୀବନରେ ସୁଖ ସନ୍ତୋଷ ବୃଦ୍ଧି ହେବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ଛାତ୍ରଛାତ୍ରୀ ନିଜର ସଂଶୟ ଶିକ୍ଷକଙ୍କ ଦ୍ବାରା ଦୂର କରିବେ। ମାନସିକ ସ୍ବାସ୍ଥ୍ୟ ପାଇଁ ସଂପୂର୍ଣ୍ଣ ରୂପେ ଶୋଅନ୍ତୁ। ସଡ଼କରେ ଯିବାବେଳେ ସତର୍କ ରହନ୍ତୁ।

କୁମ୍ଭ: ସକାରାତ୍ମକ ଶକ୍ତି ବୃଦ୍ଧି ହେବ। ବଡ଼ ଲକ୍ଷ୍ୟକୁ ଧ୍ୟାନ ରଖି ଯୋଜନା ପ୍ରସ୍ତୁତି କରିବେ। ବ୍ୟବସାୟ କାମରେ ଓଡ଼ିଶା ବାହାରକୁ ଯିବେ। ଆର୍ଥିକ ରୂପେ ସ୍ଥିତି ମଜଭୁତ ହେବ। ଅଫିସ୍‌ରେ ଉପରିସ୍ଥ କର୍ମଚାରୀଙ୍କ ସହିତ ଭଲ ସାମଞ୍ଜସ୍ୟ ରହିବ। ରାଜନୀତିକ ଲୋକ ନୂଆ ଲୋକଙ୍କ ସହିତ ଯୋଡ଼ିବାର ସୁଯୋଗ ପାଇବେ। ଅଧିକ ବୟସ୍କ ବ୍ୟକ୍ତିମାନେ ନିରାପଦ ଭବିଷ୍ୟତ ଲାଗି ଯୋଜନା କରିପାରନ୍ତି। ପାରିବାରିକ ଜୀବନରେ ପାରଦର୍ଶିତା ରହିବ। ପ୍ରେମ ଜୀବନ ଆନନ୍ଦପୂର୍ବକ ବିତିବ। ବିବାହ ଯୋଗ୍ୟ ବ୍ୟକ୍ତିଙ୍କର ବିବାହ କଥାବାର୍ତ୍ତା ଫାଇନାଲ୍ ହେବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ। ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ଯୋଗାସନ କରନ୍ତୁ।

ମୀନ: କିଛି ନୂଆ ଓ ସୃଜନାତ୍ମକ କରିବା ପାଇଁ ସମୟ ଭଲ। କାରବାରରେ ନିଜ ପରିଶ୍ରମରେ ଆଗକୁ ବଢ଼ିବେ। ଅଫିସ୍‌ରେ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରଶଂସା ହେବ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ଜାଗାରେ ଚାକିରି ମିଳିଯିବ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଆର୍ଥିକ ବିଷୟ ଅଧିକ ଗମ୍ଭୀରତାରେ ନେବେ। ଲେଖନ ସହ ଯୋଡ଼ି ରହିଥିବା ଲୋକଙ୍କୁ ଭଲ ଅବସର ମିଳିବ। ପରିବାରରେ ହର୍ଷଉଲ୍ଲାସର ବାତାବରଣ ରହିବ। ନବବିବାହିତ ଦମ୍ପତି ବାହାରକୁ ବୁଲିଯିବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ସାଥୀଙ୍କୁ ସୁନ୍ଦର ଉପହାର ଦେବେ। ଛାତ୍ରଛାତ୍ରୀ ନିଜର ଦାୟତ୍ବକୁ ଭଲ ଭାବେ ବୁଝିବେ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ରହିବେ।

ସମ୍ବନ୍ଧିତ ଖବର