ବହୁ ରୋଗରୁ ବଞ୍ଚାଇଥାଏ ତୁଳସୀ, ଏହାକୁ ପିଇଲେ କ’ଣ ହେବ ଫାଇଦା ଜାଣନ୍ତୁ

ଆୟୁର୍ବେଦରେ ତୁଳସୀକୁ ସ୍ୱାସ୍ଥ୍ୟ ପାଇଁ ଏକ ବରଦାନ କୁହାଯାଏ। ଏହାର ଚେରରୁ ନେଇ ମଞ୍ଜି ଓ ପତ୍ର ପର୍ଯ୍ୟନ୍ତ ସବୁ ଅଂଶର ବ୍ୟବହାର ଅଲଗା-ଅଲଗା ରୋଗ ପାଇଁ କରାଯାଇଥାଏ। ତୁଳସୀରେ ଥିବା ଆଣ୍ଟିଅକ୍‌ସିଡେଣ୍ଟ୍‌ସ ଓ ନ୍ୟୁଟ୍ରିଆଣ୍ଟ୍‌ସ୍‌ ବହୁ ସ୍ୱାସ୍ଥ୍ୟ ସମସ୍ୟାରୁ ବଞ୍ଚାଇଥାଏ। ନ୍ୟାସନାଲ୍‌ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଆୟୁର୍ବେଦର ଡାକ୍ତରଙ୍କ କହିବା ଅନୁସାରେ ତୁଳସୀ ପାଣି ପିଇବାର ଏହି ୫ଟି ଫାଇଦା ବିଷୟରେ।

 

କେମିତି ତିଆରି କରିବେ ତୁଳସୀ ପାଣି?
ଏକ ଗ୍ଲାସ୍‌ ପାଣିରେ ତୁଳସୀର ୩-୪ ପତ୍ର ପକାଇ ରଖି ଦିଅନ୍ତୁ। ଏହି ପାଣିକୁ ସକାଳେ ଛାଣି ପିଅନ୍ତୁ। ଯେଉଁମାନଙ୍କୁ ଥଣ୍ଡା-ସର୍ଦ୍ଦି ବାରମ୍ବାର ହେଉଥାଏ ସେମାନେ ଏହାକୁ ଗରମ କରି ପିଇଲେ ଅଧିକ ଫାଇଦା ଦେବ।

ତୁଳସୀରୁ ତିଆରି ଏହି ଜିନିଷ ମଧ୍ୟ ହେଉଛି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

 

ତୁଳସୀର ଚା’: ଏହାଦ୍ୱାରା ଜ୍ୱର, ମ୍ୟାଲେରିଆ ଓ ଡେଙ୍ଗୁର ପ୍ରଭାବ କମ୍‌ ହୋଇଥାଏ।

 

ତୁଳସୀ ସହ କ୍ଷୀର: ସର୍ଦ୍ଦି-କାଶ ଓ ପେଟ ସମସ୍ୟା ପାଇଁ ତୁଳସୀ ଓ କ୍ଷୀର ପିଅନ୍ତୁ। ଯେଉଁମାନଙ୍କୁ ରାତି ନିଦ ଆସୁନାହିଁ ତାଙ୍କୁ ମଧ୍ୟ ଫାଇଦା ଦେବ।

 

ତୁଳସୀ ଜୁସ୍‌: ତୁଳସୀ ପତ୍ରକୁ ପେଷି ଜୁସ୍‌ ବାହାର କରନ୍ତୁ, ଏହାକୁ ପିଇଲେ କଫ ସମସ୍ୟା ଦୂର ହେବ।

 

ଏଥିରେ ରହିଛି ଆଣ୍ଟି ଇନ୍‌ଫ୍ଲେମେଟୋରି ତତ୍ତ୍ୱ। ଏହା ଆଣ୍ଠୁ ଓ ଗଣ୍ଠି ଦରଜରୁ ବଞ୍ଚାଇଥାଏ।

 

ଏହା ପିଇବା ଦ୍ୱାରା ଶରୀରରୁ ଟକ୍ସିନ୍ସ୍‌ ଦୂର ହୋଇଥାଏ। ଏହା କିଡ୍‌ନୀ ଓ ଲିଭର ସମସ୍ୟାରୁ ବଞ୍ଚାଇଥାଏ।

 

ଏହା ପିଇବା ଦ୍ୱାରା ଶରୀରରେ ଏସିଡ୍‌ ସ୍ତର ସନ୍ତୁଳିତ ରହିଥାଏ। ଏହା ଅମ୍ଳଭଳିଆ ପେଟ ସମସ୍ୟାରୁ ବଞ୍ଚାଇଥାଏ।

 

ଏହା ପିଇଲେ ବ୍ଲଡ୍‌ ସୁଗରସ୍ତର ନିୟନ୍ତ୍ରିତ ରହିଥାଏ। ଯାହା ମଧୁମେହରୁ ବଞ୍ଚାଇଥାଏ।

 

ଏଥିରେ ଥିବା ଫାଇଟୋକେମିକାଲ୍ସ୍‌ କ୍ୟାନ୍‌ସର୍‌ରୁ ବଞ୍ଚାଇଥାଏ।

 

ସମ୍ବନ୍ଧିତ ଖବର