ଆମେ ପ୍ରତିଦିନ ଭିଟାମିନ୍, ପ୍ରୋଟିନ, କାର୍ବୋହାଇଡ୍ରେଟ୍ ଓ ଫାଇବର୍ଯୁକ୍ତ ଖାଦ୍ୟ ଖାଉ। ଏହାଦ୍ୱାରା ଆମ ଶରୀରକୁ ସମ୍ପୂର୍ଣ୍ଣ ପୁଷ୍ଟି ମିଳିଯିବ ବୋଲି ଆମେ ଭାବିଥାଉ। କିନ୍ତୁ ଆମେ ଗୋଟିଏ ପ୍ରକାରର ଖାଦ୍ୟ ଖାଇବାକୁ ଭୁଲିଯାଉ। ତାହା ହେଲା ପୋଟାସିଅମ୍।
ଶରୀରରେ ପୋଟାସିଅମ୍ କମିଗଲେ ମାଂସପେଶୀ ବା ନର୍ଭସ ସିଷ୍ଟମ୍ର କାର୍ଯ୍ୟ ପ୍ରଣାଳୀ ପ୍ରଭାବିତ ହୋଇଥାଏ। ଶରୀରରେ ଇଲେକ୍ଟ୍ରୋଲାଇଟ୍ ଓ ଏସିଡବେସକୁ ମଧ୍ୟ ସନ୍ତୁଳିତ କରିଥାଏ ପୋଟାସିଅମ୍। ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରିଥାଏ। ଏହା ଏକ ପ୍ରକାରର ଇଲେକ୍ଟ୍ରୋଲାଇଟ୍ ମଧ୍ୟ ଅଟେ, ଯାହା ସୋଡିଅମ୍ କ୍ଲୋରାଇଡ ଓ ମ୍ୟାଗ୍ନେସିୟମ ସହିତ ମିଶି ଶରୀରରେ ବିଦ୍ୟୁତ ଶକ୍ତିର ସଞ୍ଚାଳନ ମଧ୍ୟ କରିଥାଏ।
ହୃଦୟକୁ ସଠିକ୍ ଭାବେ କାର୍ଯ୍ୟ କରାଇବା ଓ ହଜମ କ୍ରିୟାକୁ ସୁସ୍ଥ ଓ ସନ୍ତୁଳିତ କରିବା ଦିଗରେ ବି ଏହା କାମ କରିଥାଏ। ଶରୀରରେ ପୋଟାସିଅମ୍ର ମାତ୍ରା କମ୍ ହୋଇଗଲେ, ଏସିଡ୍ର ମାତ୍ରା ବଢ଼ିଯାଏ। ଏହାଫଳରେ ଶରୀର ଦୁର୍ବଳ ହୋଇଯାଏ।
କ୍ଲାନ୍ତି ଅନୁଭବ କରିବା ଓ ଶରୀର ଦୁର୍ବଳ ହେବା ପୋଟାସିଅମ୍ର ପରିମାଣ କମ୍ ଥିବାର ପ୍ରାଥମିକ ଲକ୍ଷଣ। ଠିକ୍ ସେହିପରି ଅନିଦ୍ରା, ଅବସାଦ ଓ ଭୋକ ନ ଲାଗିଲେ ବି ଜାଣନ୍ତୁ ଆପଣଙ୍କ ଶରୀରରେ ପୋଟାସିଅମ୍ର ମାତ୍ରା କମିଯାଇଛି।
/sambad/media/post_attachments/wp-content/uploads/2018/05/mental-tension.jpg)
୨୦୦୬ରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ, ଶରୀରରେ ପୋଟାସିଅମ୍ର ମାତ୍ରା କମ୍ ଥିଲେ ମାନସିକ ଉତ୍ତେଜନା ସୃଷ୍ଟି ହୋଇଥାଏ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସମସ୍ୟା ଉପୁଜିଥାଏ।