କିଛି ଖାଦ୍ୟ ସଂପର୍କରେ ଏମିତି ଗୁଡ଼ାଏ କଥା ରହିଛି ଯାହା ହୁଏତ ଆପଣ ଜାଣିନଥିବେ। ଆଜି ଆମେ ସେପରି କିଛି ଖାଦ୍ୟ ସଂପର୍କରେ ଆଲୋଚନା କରିବା।

Advertisment

ଆପଣ ଜାଣନ୍ତି କି ଆଳୁ ଦ୍ୱାରା ଓ୍ଵାଇ-ଫାଇ ସିଗ୍‌ନାଲ୍‌ ପ୍ରତିବିମ୍ବିତ ହୋଇଥାଏ। ଆପଣଙ୍କର ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ମାତ୍ର ଆଳୁ ମଧ୍ୟରେ ରେଡିଓ ଓ ଓୟାର୍‌ଲେସ୍‌ ସିଗ୍‌ନାଲ୍‌କୁ ଧରି ରଖିବାର କ୍ଷମତା ରହିଛି। ଆଳୁ ମଧ୍ୟରେ ରହିଥିବା ଅତ୍ୟାଧିକ ଜଳଅଂଶ ଓ ରସାୟନିକ କମ୍ପୋଜିସନ ହେତୁ ଏହା ସମ୍ଭବ ବୋଲି ଗବେଷକମାନେ କହିଛନ୍ତି।

publive-image

ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ମହୁ କେବେ ବି ଖରାପ ହୁଏ ନାହିଁ। ଏହା ଯେତେ ଅଧିକ ଦିନ ରହିଥାଏ ତାହାର ଗୁଣ ସେତେ ବଢ଼ିଥାଏ। ମାତ୍ର ଆପଣ କିପରି ପାତ୍ରରେ ରଖୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ଆପଣ ଯଦି କାଚ ଜାର୍‌ରେ ମହୁ ରଖୁଛନ୍ତି ତେବେ ତାହା ବର୍ଷ ବର୍ଷ ପର୍ଯ୍ୟନ୍ତ ରହିଥାଏ।

ସେଓ ଖୁବ୍‌ ଓଜନିଆ ଦିଶିଥାଏ। ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ତାହା ପାଣିରେ ଭାସିଥାଏ। ଗୋଟିଏ ସେଓ ଭିତରେ ୨୫ ପ୍ରତିଶତ ପାଣି ରହିଥାଏ।

କଦଳୀକୁ ଭୁଲ୍‌ରେ ବି ରେଫ୍ରିଜ୍‌ରେଟର୍‌ରେ ରଖନ୍ତୁ ନାହିଁ। ଏହା ସତେଜ ରହିବା ପରିବର୍ତ୍ତେ ଓଲଟା ଖରାପ ହୋଇ ଯାଇଥାଏ।