କେଉଁ ମହିଳାଙ୍କୁ ଓଭାରି କ୍ୟାନ୍ସର ହେବାର ଆଶଙ୍କା ଅଧିକ? ଲକ୍ଷଣ ଜାଣି ତୁରନ୍ତ କରନ୍ତୁ ଚିକିତ୍ସା
କର୍କଟ ଏକ ଏପରି ରୋଗ ଯାହା ମଣିଷକୁ ମୃତ୍ୟୁ ମୁଖରେ ପକାଇ ଦେଇଥାଏ । କର୍କଟ ରୋଗ ହେବା ମାତ୍ରେ ମଣିଷର ବଞ୍ଚିବାର ସମ୍ଭାବନା କମ ହୋଇ ଯାଇଥାଏ । ବେଳେ ବେଳେ ଏହି ରୋଗର ଚିହ୍ନଟ ଠିକ୍ ସମୟରେ ହୋଇ ପାରୁ ନଥିବାରୁ ଲୋକମାନଙ୍କୁ ନିଜର ଜୀବନ ହରାଇବାକୁ ପଡ଼ିଥାଏ । ସାଧାରଣତଃ ମହିଳାମାନେ ଗର୍ଭାଶୟ, ଅଣ୍ଡାଶୟ ଏବଂ ସ୍ତନ କର୍କଟର ଅଧିକ ଶିକାର ହୋଇଥାଆନ୍ତି । ପ୍ରାୟତଃ ୫୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କଠାରେ ଏହି କର୍କଟ ହେବାର ଆଶଙ୍କା ଅଧିକ ଥାଏ । ୬୦% ମହିଳାଙ୍କୁ ଅଣ୍ଡାଶୟ କର୍କଟ (ଓଭାରି କ୍ୟାନସର) ହୋଇଛି ବୋଲି ଆଡ଼୍ଭାନ୍ସ ଷ୍ଟେଜ୍ରେ ଜଣା ପଡ଼ିଥାଏ, ଯାହାଫଳରେ ସେମାନେ ସେହି ରୋଗର ଚିକିତ୍ସା କରି ପାରନ୍ତି ନାହିଁ । ଏହାର ଏକ ବଡ଼ କାରଣ ହେଉଛି ଅବହେଳା ଏବଂ ସଚେତନତାର ଅଭାବ । ଓଭାରି କ୍ୟାନସର କାରଣ ଏବଂ ଏହାର ଲକ୍ଷଣ ବିଷୟରେ ଜାଣନ୍ତୁ।
Sambad is now on WhatsApp
Join and get latest news updates delivered to you via WhatsApp
୧.ମହିଳାଙ୍କ ଓଭାରି ଅନେକ ପ୍ରକାରର କୋଷକୁ ନେଇ ଗଠିତ ହୋଇଥାଏ । ଗର୍ଭାଶୟ ପାଖରେ ଥିବା ଦୁଇଟି ଛୋଟ ଛୋଟ ଅଙ୍ଗକୁ ଓଭାରି ବା ଅଣ୍ଡାଶୟ ବୋଲି କୁହାଯାଏ । ଏହା ମହିଳାମାନଙ୍କର ପ୍ରଜନନ ଅଂଗର ଏକ ଭାଗ, ଯାହା ଦ୍ୱାରା ମହିଳାମାନେ ଗର୍ଭଧାରଣ କରିବାରେ ସକ୍ଷମ ହୋଇଥାଆନ୍ତି । ଯେତେବେଳେ ଅଣ୍ଡାଶୟରେ କୌଣସି ପ୍ରକାରର ଘା ହୋଇଯାଇଥାଏ, ସେତେବେଳେ ଓଭାରି କ୍ୟାନସର ଆରମ୍ଭ ହୋଇଥାଏ ।
୨. ୪୦ବର୍ଷ ବୟସ ପରେ ସ୍ତନ କର୍କଟ ହେବା ପରେ ଓଭାରି କ୍ୟାନସର ହେବାର ଆଶଙ୍କା ବଢ଼ି ଯାଇଥାଏ । ଯେଉଁ ମହିଳାମାନେ ହର୍ମୋନ ରିପ୍ଲେସ୍ମେଣ୍ଟ କରାଇଥାଆନ୍ତି, ସେମାନଙ୍କ ମଧ୍ୟରେ ଏହି ରୋଗ ହେବାର ଆଶଙ୍କା ଅଧିକ ରହିଥାଏ ।
୩. ଓଭାରି କ୍ୟାନସରର ଲକ୍ଷଣ ଅତି ସାଧାରଣ ହୋଇଥାଏ । ଯାହାଫଳରେ ମହିଳାମାନେ ଏହା ବିଷୟରେ ଜାଣି ପାରନ୍ତି ନାହିଁ । କିନ୍ତୁ ଅଲଟ୍ରାସାଉଣ୍ଡ ମାଧ୍ୟମରେ ହିଁ ଏହି ରୋଗକୁ ଚିହ୍ନଟ କରାଯାଇ ପାରିବ । ଏହି ରୋଗ ବିଷୟରେ ଜାଣିବା ପାଇଁ ପ୍ରତି ବର୍ଷ ପେଲ୍ଭିକ୍ ପରୀକ୍ଷା କରିବା ନିତାନ୍ତ ଆବଶ୍ୟକ । ଓଭାରି କ୍ୟାନ୍ସର ହୋଇଥିଲେ । ପେଟ ବିନ୍ଧିବା ସହ ଫୁଲି ରହିଥାଏ, ବାୟୁଦୋଷ ଆରମ୍ଭ ହୋଇ ଯାଇଥାଏ, ମାସିକ ଧର୍ମର ସମୟ ଗଡ଼ିବା, କୌଣସି ଖାଦ୍ୟ ଖାଇବାକୁ ଭଲ ନ ଲାଗିବା, ଥକାପଣ ହେବା ଏବଂ ପିଠି ବିନ୍ଧା ହେବା, ହଠାତ୍ ଶରୀର ପତଳା ହୋଇଯିବା ଆଦି ଲକ୍ଷଣ ଦେଖା ଯାଇଥାଏ ।
୪.ଏଥିରୁ ମୁକ୍ତି ପାଇବା ପାଇଁ ହେଲେ ମହିଳାମାନଙ୍କୁ ବ୍ଲଡ଼୍ କ୍ୟାଲସିୟମର ପରୀକ୍ଷା ପ୍ରତିମାସରେ କରାଇବା ଦରକାର ।
୫. ଗର୍ଭ ନିରୋଧକ ବଟିକାଠାରୁ ଦୂରରେ ରହିବା ଦରକାର ।
୬.ମୋଟାପଣ ଉପରେ ନିୟନ୍ତ୍ରଣ କରିବା ସହ ପ୍ରତିଦିନ ବ୍ୟୟାମ କରିବା ଦରକାର ।
୭. ଓଭାରି କ୍ୟାନସର ଆଡ଼୍ଭାନ୍ସ ଷ୍ଟେଜ୍ରେ ପହଞ୍ଚିବା ପରେ ହିଁ ଜଣା ପଡ଼ିଥାଏ । କିନ୍ତୁ ଯଦି ଆପଣ ସମୟ ସମୟରେ ଏହାର ଚିକିତ୍ସା କରାଉଛନ୍ତି, ତେବେ ଯାଇ ଓଭାରି କ୍ୟାନସର ବିଷୟରେ ଆପଣ ପୂର୍ବରୁ ଜାଣି ପାରିବେ ।