ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସନ୍ତାନ ଆପଣଙ୍କୁ କୌଣସି ଖୁସି ଖବର ଦେବେ। ରଚନାତ୍ମକ କାମ ପାଇଁ ଆପଣଙ୍କର ଖ୍ୟାତି ବଢ଼ିବ। ପରିବାରରେ ସଭିଏଁ ଖୁସି ରହିବେ। ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ। ‌

ବୃଷ: ଧର୍ମକାର୍ଯ୍ୟରେ ମନୋନିବେଶ କରିବେ। କେହି ଆପଣଙ୍କ କଥାରେ ପ୍ରଭାବିତ ହେବେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କର ସହଯୋଗ ମିଳିବ। ‌

ମିଥୁନ: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ରାଜନୀତିରେ ଆର୍ଥିକ ଲାଭ ହେବ। ଅଫିସ କାମ ପାଇଁ ଜୀବନସାଥୀଙ୍କ ସହ ବୁଲି ଯିବାର କାର୍ଯ୍ୟକ୍ରମ ବାତିଲ ହୋଇଯିବ। ‌

କର୍କଟ: ଘରକୁ ଅଚାନକ କୌଣସି ବନ୍ଧୁ ଆସି ପାରନ୍ତି। ବାଦ ବିବାଦରୁ ଦୂରରେ ରହନ୍ତୁ। କଥା ହେବାବେଳେ ନିଜର ଭାଷା ଉପରେ ସଂଯମ ରଖନ୍ତୁ। ବେପାରରେ ଲାଭ ହେବ। ‌

ସିଂହ: ପରିବାର ସହ ଜଡ଼ିତ କୌଣସି ଦାୟିତ୍ବ ନିର୍ବାହ କରିବେ। ବନ୍ଧୁ ମାଧ୍ୟମରେ ଆପଣଙ୍କର ଯୋଜନା ସଫଳ ହେବ। ଅଫିସରେ ଦୀର୍ଘ ଦିନରୁ ବାକି ଥିବା କାମ ସଂପୂର୍ଣ୍ଣ ହେବ। ପ୍ରେମ ଜୀବନ ମଧୁର ରହିବ। ‌

କନ୍ୟା: କାମ କରିବା ସମୟରେ ନିଜର ମନକୁ ଶାନ୍ତ ରଖନ୍ତୁ। ଆର୍ଥିକ ଫଇସଲା ଭାବିଚିନ୍ତି ନେବା ଦରକାର। ଘର ଲୋକଙ୍କ ସହିତ ବାହାରକୁ ବୁଲି ଯିବା ଶୁଭଙ୍କର।

ତୁଳା: ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ। ସାମ୍ବାଦିକଙ୍କ କାମର ପ୍ରଶଂସା ହେବ। ବିଶେଷ ବ୍ୟକ୍ତିଙ୍କ ସହଯୋଗ ପାଇବେ। ପ୍ରତିଯୋଗିତାମୂଳକ ପରୀକ୍ଷା ନେଇ ଭଲ ଖବର ପାଇବେ।

ବିଛା: ମହିଳାମାନେ ଉଦ୍ୟୋଗ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଭଲ। କୌଣସି ବ୍ୟକ୍ତିଙ୍କ ଠାରୁ ଆଶାରୁ ଅଧିକ ଲାଭ ପାଇବେ। ପ୍ରେମୀଯୁଗଳଙ୍କୁ ସୁଖ ମିଳିବ।


ଧନୁ: ନିଜର ବ୍ୟବହାର ମାର୍ଜିତ କରିବା ଲାଗି ଚେଷ୍ଟା କରିବେ। କୌଣସି କାମ ସଂପୂର୍ଣ୍ଣ କରିବାରେ ସମୟ ଲାଗିବ। ଛାତ୍ରଛାତ୍ରୀ ଭଲ ଫଳ ପାଇବା ଲାଗି ଅଧିକ ପରିଶ୍ରମ କରନ୍ତୁ।

ମକର: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇ ନେବେ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହେବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ।

କୁମ୍ଭ: ବୁଲାବୁଲିରେ ଅଧିକ ସମୟ କାଟିବେ। ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ। ଆପଣଙ୍କ କାମରେ ଜୀବନସାଥୀ ଖୁସି ରହିବେ।

ମୀନ: କାର୍ଯ୍ୟକ୍ଷେତ୍ରରେ ଭଲ ଢଙ୍ଗରେ କାମ କରିବାକୁ ଚେଷ୍ଟା କରିବେ। ଦୀର୍ଘ ଦିନରୁ ଅଟକିଥିବା ସରକାରୀ କାମ ପୂରା ହୋଇଯିବ। ବଡ଼ଙ୍କ ସହଯୋଗ ଆପଣଙ୍କ କ୍ୟାରିଅରକୁ ଆଗକୁ ବଢ଼ିବାର ସାହାଯ୍ୟ କରିବ।

ସମ୍ବନ୍ଧିତ ଖବର