ମେଷ: ଘର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଆପଣଙ୍କର ଏଭଳି ବିଚାର ଆସିବ ଯାହା ଜବରଦସ୍ତ ଓ ସୃଜନାତ୍ମକ ହେବ। ଆୟର ନୂଆ ଉତ୍ସ ସୃଷ୍ଟି ହେବ। ବିଦ୍ୟାର୍ଥୀଙ୍କ ଲାଗି ସଫଳତାର ଯୋଗ ଅଛି।
ବୃଷ: ଘରର ବଡ଼ଠୁ କିଛି ପ୍ରେରଣା ପାଇବେ। ଆପଣଙ୍କ ବ୍ୟବହାରରେ ଘରର ବୟୋଜ୍ୟେଷ୍ଠ ପ୍ରସନ୍ନ ରହିବେ। ଆପଣଙ୍କର ସୁଖ ସମୃଦ୍ଧି ବୃଦ୍ଧି ହେବ। ଗାଡ଼ି ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ମିଥୁନ: ଆପଣଙ୍କ ଆଖପାଖରେ ସକାରାତ୍ମକ ଶକ୍ତି ବଜାୟ ରହିବ। ବଡ଼ ବ୍ୟବସାୟ ଗୋଷ୍ଠୀରେ ଭାଗୀଦାରି କରିବା ପାଇଁ ବିଚାର କରିବେ। ଆପଣଙ୍କ ସୃଷ୍ଟିକରଣକୁ ଲୋକ ପ୍ରଶଂସା କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ।
କର୍କଟ: ଦୂରସ୍ଥାନକୁ ଯିବାର ଯୋଗ ଅଛି। ଆପଣଙ୍କ ଖାଲି ସମୟରେ ନିଜର ଭଲ ଆଉ ମନ୍ଦ ବିଷୟରେ ବିଚାର କରିବେ। ନିଜ କାମରେ ଆଖପାଖ ଲୋକଙ୍କ ସାହାଯ୍ୟ ପାଇବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ ରହିବ।

Advertisment

ସିଂହ: ଦନଟି ଉଲ୍ଲାସ ଭରା ରହିବ। ନିତିଦିନିଆ କାମରେ କିଛି ନବୀନତା ଆସିପାରେ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ଛାତ୍ରଛାତ୍ରୀ ଶିକ୍ଷକଙ୍କ ଠାରୁ ପ୍ରଶଂସା ପାଇବେ।
କନ୍ୟା: ଆର୍ଥିକ ରୂପେ ବନ୍ଧଠୁ ସାହାଯ୍ୟ ପାଇବେ। କ୍ୟାରିୟରରେ ଗୁରୁଜନଙ୍କ ଠାରୁ ମାର୍ଗ ଦର୍ଶନ ମିଳିବା ସହଜ ହେବ। ସ୍ବାସ୍ଥ୍ୟକୁ ଭଲ ରଖିବା ଲାଗି ଯୋଗର ରୁଟିନ ଗ୍ରହଣ କରିବେ। ନକାରାତ୍ମକ ଜିନିଷ ଠାରୁ ଦୁରରେ ରହନ୍ତୁ।

ତୁଳା: ଦିନଟି ଆତ୍ମବିଶ୍ବାସ ଭରା ରହିବ। ସଠିକ୍ ଯୋଜନା ଦ୍ବାରା କ୍ୟାରିୟରରେ ପରିବର୍ତ୍ତନ ଆଣିବାର ସଫଳ ହେବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବାର ମଉକା ପାଇବେ। ଶରୀର ସୁସ୍ଥ ରହିବ।
ବିଛା: ପରିବାରରେ ହର୍ଷ ଉଲ୍ଲାସର ମାହୋଲ ରହିବ। ବିଦ୍ୟାର୍ଥୀ ଲକ୍ଷ୍ୟ ପାଇବା ଲାଗି ଶିକ୍ଷକଙ୍କର ପୂରା ସାହାଯ୍ୟ ପାଇବେ। ଲେଖନ କ୍ଷେତ୍ରରେ ଥିବା ବ୍ୟକ୍ତି ବଡ଼ ଖୁସି ଖବର ପାଇବେ। ଗାଡ଼ି କିଣିବା ଯୋଗ ଅଛି।
ଧନୁ: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇବେ। ତଳିଆ କର୍ମଚାରୀ ଆପଣଙ୍କଠୁ କାମ ଶିଖିବାକୁ ଚାହିଁବେ। ପରିବାର ସବୁ ଲୋକ କୌଣସି ସମାରୋହରେ ସାମିଲ ହେବେ। ଆପଣ କୌଣସି କାମକୁ ‌ନେଇ ଉତ୍ସାହିତ ରହିବେ।
ମକର: କାମ ଓ ପାରିବାରିକ ସମ୍ବନ୍ଧରେ ସାମଞସ୍ୟ ବଜାୟ ରଖିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କାମକୁ ପୂରା କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଛାତ୍ରୀ ପ୍ରତିଯୋଗୀ ପରୀକ୍ଷାରେ ସଫଳ ହେବେ।
କୁମ୍ଭ: ବେପାରରେ ଅଟକିଥିବା ଯୋଜନା ଆରମ୍ଭ କରିବା ଯୋଗୁଁ ବ୍ୟସ୍ତତା ବଢ଼ିବ। ଚାକିରି କରୁଥିବା ଲୋକ ନିଜର କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରନ୍ତୁ। ଆପଣଙ୍କ କଳା ଓ ସାହିତ୍ୟ କ୍ଷେତ୍ରରେ ମନ ଖୁବ୍ ଲାଗିବ।
ମୀନ: ବେପାରରେ ସାମନ୍ୟ ରୂପେ ଲାଭ ପାଇବେ। ଟଙ୍କାପଇସା ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀ ପ୍ରତିଯୋଗୀତ ପରୀକ୍ଷାରେ ଭଲ ପରିଣାମ ପାଇବେ। ସ୍ବାସ୍ଥ୍ୟରେ ସୁଧାର ହେବ।