publive-imageଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିବ। ସମାଜରେ ଯଶଖ୍ୟାତି ବଢ଼ିବ। ବେପାରରେ ଅନ୍ୟମାନଙ୍କ ସହିତ ସଂପର୍କ ବନାନ୍ତୁ, ଲାଭପ୍ରଦ ହେବ। ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। ଚାକିରିରେ ଆପଣ ସନ୍ତୁଷ୍ଟ ରହିବେ। ବେକାରଙ୍କ ଲାଗି ନୂଆ ଚାକିରିର ସୁଯୋଗ ଆସିବ। ଲାଗି ରହିଥିବା ଘରୋଇ ସମସ୍ୟାର ସମାଧାନ ବାହାରିବ। ଛାତ୍ରଛାତ୍ରୀ କୌଣସି କାମ ସଂପୂର୍ଣ୍ଣ କରିବା ପାଇଁ ବାପାଙ୍କର ସାହାଯ୍ୟ ନେବେ। ବାହାର କାମରେ ଗଲାବେଳେ ଯାନ ସାବଧାନତାର ସହ ଚଳାନ୍ତୁ।

Advertisment

publive-imageଗ୍ରହମାନଙ୍କର ଶୁଭଦୃଷ୍ଟି ହେତୁ ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ। ଧନସଂପତ୍ତି ମାମଲାରେ ସାବଧାନତାର ସହ କାମ କରନ୍ତୁ। ବ୍ୟବସାୟରେ ପରିକଳ୍ପନା ଲାଗୁ କରନ୍ତୁ ଲାଭ ପାଇବେ। ଅଫିସ୍‌ରେ କର୍ତ୍ତୃପକ୍ଷଙ୍କ ବ୍ୟବହାର ଆପଣଙ୍କ ପ୍ରତି ବହୁତ ଭଲ ରହିବ। ପରିବାରରେ ସୁଖଦ ବାତାବରଣ ରହିବ। ଦାମ୍ପତ୍ୟ ଜୀବନରେ ଆପୋସୀ ବିଶ୍ବାସ ସାହାଯ୍ୟରେ ସମ୍ବନ୍ଧରେ ମଜଭୁତ ଆସିବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ଭଲ ପରିଣାମ ମଳିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

publive-imageସପ୍ତାହଯାକ ଆପଣଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅଚାନକ କୌଣସି ନୂଆ ଉତ୍ସରୁ ଧନଲାଭ ହେବ। ପୁଞ୍ଜି ବଜାରରେ ନିବେଶ ପାଇଁ ସମୟ ଶୁଭ। ସାମାଜିକ କାର୍ଯ୍ୟରେ ଆପଣ ସଫଳତା ପାଇବେ। କୋର୍ଟ କଚେରି ମାମଲାରେ ଜୟଲାଭ କରିବେ। ଅଫିସ୍‌ରେ ଆପଣ ନୂଆ କାମ ଶିଖିବାର ଅବସର ପାଇବେ। ଘରର କୌଣସି ନୂଆ ଦାୟିତ୍ବ ଆପଣଙ୍କ ପାଖକୁ ଆସିବ। ସମ୍ବନ୍ଧରେ ମଧୁରତା ଆସିବ। ଛାତ୍ରଛାତ୍ରୀ କୌଣସି ବଡ଼ ଖୁସି ଖବର ପାଇବେ। ହଜମଜନିତ ସମସ୍ୟା ଦେଖାଦେଇପାରେ।

publive-image

ଏ ସପ୍ତାହ ଆପଣଙ୍କର କୌଣସି ବିଶେଷ ଇଚ୍ଛା ପୂରା ହେବ। ଭବିଷ୍ୟତରେ ଲାଭ ଦେବାପାଇଁ କୌଣସି ବ୍ୟକ୍ତିଙ୍କ ସହିତ ସଂପର୍କ ହେବ। ଟ୍ରାଭେଲ୍‌ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଆୟ ଭଲ ହେବ। ଚାକିରି କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କଠାରୁ ସକାରାତ୍ମକ ବ୍ୟବହାର ପାଇବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରଣ ହେବ। ଘରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ କରିବେ। ବିଦ୍ୟାର୍ଥୀ ଲେଖାପଢ଼ାରେ ଯୋଜନା ପରିବର୍ତ୍ତନ କରିବେ।

publive-imageସପ୍ତାହ ଆରମ୍ଭରୁ ଆପଣଙ୍କ ଭିତରେ ଆତ୍ମବିଶ୍ବାସର ଝଲକ ଦେଖାଦେବ। କାରବାର ବିଷୟରେ ରାଜ୍ୟ ବାହାରକୁ ଯାଇପାରନ୍ତି। ଅଫିସ୍‌ରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ବିଦେଶ‌‌େର ଚାକିରିର ସୁଯୋଗ ଆସିବ। ଆପଣଙ୍କର ହଜିଯାଇଥିବା ଜିନିଷ ଆପଣଙ୍କୁ ମିଳିଯାଇପାରେ। ନୂଆ ଯାନବାହନ ଭୂସଂପତ୍ତି କିଣିପାରନ୍ତି। ପାରିବାରିକ ଅଶାନ୍ତିକୁ ନିଜେ ଦୂର କରିବେ। ଛାତ୍ରଛାତ୍ରୀଙ୍କୁ ପଢ଼ିବାରେ ଅଧିକ ପରିଶ୍ରମ କରିବାକୁ ହେବ। ଦେହ ଓ ମନ ଭଲ ରହିବ।

publive-imageଶୁଭଗ୍ରହ ଚଳନ ଯୋଗୁଁ ସଫଳତା ଆପଣଙ୍କ ପାଦସ୍ପର୍ଶ କରିବ। ଛୋଟିଆ ନିଷ୍ପତ୍ତି ଆପଣଙ୍କୁ ବଡ଼ ଫାଇଦା ଦେବ। ବେପାର ବଣିଜରେ ଆଶାଜନକ ପରିଣାମ ପାଇବେ। କୌଣସି କାମରେ ଆପଣ ଦୂର ସ୍ଥାନକୁ ଯାଇପାରନ୍ତି। ଚାକିରିରେ ବଡ଼ ସଫଳତା ଆପଣଙ୍କୁ ଅପେକ୍ଷା କରି ରହିଛି। ଅଫିସ୍‌ରେ ଆପଣଙ୍କର ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ପଦୋନ୍ନତି ପାଇଁ ବିଚାର କରିବେ। ପାରିବାରିକ କ୍ଳେଶ ଦୂରହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳତାପାଇଁ ଲେଖାପଢ଼ାରେ ମନୋଯୋଗ ଦେବେ।

publive-imageଗ୍ରହମାନଙ୍କର ଶୁଭଦୃଷ୍ଟି ଆପଣଙ୍କ ଉପରେ ରହିଥିବାରୁ ବିପରୀତ ପରିସ୍ଥିତି ଆପଣଙ୍କୁ ବିଚଳିତ କରିପାରିବ ନାହିଁ। ବ୍ୟବସାୟୀଙ୍କ ଲାଗି ସମୟ ବହୁତ ଭଲ। ଆଶାଠାରୁ ଅଧିକ ଲାଭ ହୋଇପାରେ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ସଙ୍ଗୀତକାରଙ୍କୁ ପ୍ରସଦ୍ଧି ମିଳିବ। ଜମି ମାମଲାରେ ବଡ଼ ଫଇସଲା ହୋଇପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଛାତ୍ରଛାତ୍ରୀ ପରିଶ୍ରମ ଅନୁସାରେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଶାରୀରିକ ଦୃଷ୍ଟିରୁ ସୁସ୍ଥ ରହିବେ।

publive-imageଭାଗ୍ୟ ଆପଣଙ୍କ ସହିତ ରହିବ। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହୋଇପାରେ। କମ୍‌ ପରିଶ୍ରମ କରି ଯଥେଷ୍ଟ ସୁଫଳ ପାଇବେ। ପୁଞ୍ଜି ବଜାରରେ ଆପଣଙ୍କୁ ଆଶାଠାରୁ ଅଧିକ ଲାଭ ମିଳିବ। ଅଫିସ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବେକାରଙ୍କ ଲାଗି ଭଲ ଚାକିରି ସୁଯୋଗ ଆସିବ। ରାଜନୀତିକ ନେତାଙ୍କ ଲାଗି ସମୟ ଭଲ। ପାରିବାରିକ ଦାୟିତ୍ବ ଭଲ ଭାବେ ନିର୍ବାହ କରିବେ। ଛାତ୍ରଛାତ୍ରୀଙ୍କୁ କମ୍‌ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ କରିବେ।

publive-imageବହୁତ ଭଲ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ସାମାଜିକ ସମାରୋହରେ ସହଯୋଗିତା କରିବାର ସୁଯୋଗ ପାଇବେ। ଲକ୍ଷ୍ମୀଙ୍କର ଆଗମନ ହେବ। ବ୍ୟବସାୟରେ କିଛି ନୂଆ କରିବା ପାଇଁ ଭାବିବେ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିପାରେ। କ୍ରିକେଟ୍‌ ଖେଳାଳି ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଘର ପାଇଁ ବିଳାସ ଉପକରଣ କିଣିପାରନ୍ତି। ଜୀବନସାଥୀ ସହିତ କୌଣସି ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଆନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଛାତ୍ରଛାତ୍ରୀ ନିଜର ପରି ଯୋଜନାରେ ଅଧିକ ପରିଶ୍ରମ କରିବେ।

publive-image
ଏ ସପ୍ତାହ ଆପଣଙ୍କ କ୍ୟାରିୟର ପାଇଁ ନୂଆ ସୁଯୋଗ। ବେପାରରେ ଅଚାନକ ଧନଲାଭ ହେବ। ପଇସା ଦିଆନିଆରେ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି। ଜମିରେ ନିବେଶ ପାଇଁ ସମୟ ଭଲ। ଅଫିସ୍‌ରେ ଆପଣଙ୍କୁ ଭଲ ସୁଖବର ମିଳିପାରେ। ଆପଣଙ୍କ ଯୋଜନାକୁ ଉପରିସ୍ଥ କର୍ମଚାରୀଙ୍କ ସହ ଆଲୋଚନା କରନ୍ତୁ ଲାଭ ହେବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବୈବାହିକ ଜୀବନ ସୁଖକର ହେବ। ସପରିବାର ଧର୍ମାନୁଷ୍ଠାନକୁ ଯିବେ। ଛାତ୍ରଛାତ୍ରୀଙ୍କୁ ବଢ଼ିଆ ଅବସର ମିଳିପାରେ। ସ୍ବାସ୍ଥ୍ୟ ଭଲ ରହିବ।

publive-image

ନିଜକୁ ପ୍ରସ୍ତୁତ ରଖନ୍ତୁ, ଆଗକୁ ବଢ଼ିବା ଲାଗି ପରିବାରର ପୂରା ସହଯୋଗ ପାଇବେ। କାରବାରରେ ପରିବର୍ତ୍ତନ ଆଣି ମନ ଚାହୁଁଥିବା ସଫଳତା ପାଇବେ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ବଢ଼ିଆ ହେବ। ବିଦେଶ ଯାତ୍ରାର ସୁଯୋଗ ରହିଛି। ଅଫିସ୍‌ରେ କୌଣସି କାମ କରିବା ପୂର୍ବରୁ ଉପରିସ୍ଥ କର୍ମଚାରୀଙ୍କର ମତ ନିଅନ୍ତୁ ଭଲ ହେବ। ଲେଖକଙ୍କୁ ପୁରସ୍କାର ମିଳିବାର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରହିବ। ଛାତ୍ରଛାତ୍ରୀ ଏକାଗ୍ର ମନରେ ଅଧ୍ୟୟନ କରନ୍ତୁ। ସ୍ବାସ୍ଥ୍ୟ ପ୍ରାୟ ଭଲ ରହିବ।

publive-imageପରିସ୍ଥିତି ଠାରୁ ଦୂରେଇ ନ ଯାଇ ତା’ର ମୁକାବିଲା କରନ୍ତୁ। ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଭଲ। ବିକ୍ରୀ ବଢ଼ିବ ଓ ଭଲ ଲାଭ ପାଇବେ। ଚାକିରିଜୀବୀ ଆଗକୁ ବଢ଼ିବା ପାଇଁ ସୁବର୍ଣ୍ଣ ସୁଯୋଗ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଜୀବନସାଥୀ ସହ ଧର୍ମାନୁଷ୍ଠାନକୁ ଯାଅାନ୍ତୁ ଶୁଭଫଳ ପ୍ରାପ୍ତି ହେବ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ସାମାନ୍ୟ ରହିବ।