publive-imageମେଷ: ପୂଜାପାଠରେ ସମୟ ବିତିବ। ବିଶେଷ କାର୍ଯ୍ୟରେ ବନ୍ଧୁର ସାହାଯ୍ୟ ପାଇବେ। ଚାକିରି ଖୋଜୁଥିବା ଲୋକଙ୍କୁ କୌଣସି ଭଲ ଉଦ୍ୟୋଗରୁ ଡାକରା ଆସିବ। ଶିକ୍ଷାର୍ଥୀଙ୍କୁ କୌଣସି ନୂଆ ଅଭିଜ୍ଞତା ମିଳିବ।

Advertisment

publive-imageବୃଷ: ଉଚ୍ଚ ଅଧିକାରୀଙ୍କ ସହ ଭଲ ସଂପର୍କ ରଖିଥିବା ଯୋଗୁଁ ସରକାରୀ କାମରେ ଲାଭ ହେବ। ଜମିରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ପ୍ରିୟଜନଙ୍କ ସହ ସମ୍ବନ୍ଧରେ ସୁଧାର ହେବ।

publive-imageମିଥୁନ: ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଧନଲାଭ ହେବ। କାର୍ଯ୍ୟରେ ଜୀବନସାଥୀର ସାହାଯ୍ୟ ପାଇବେ। ଚାକିରିରେ ପଦୋନ୍ନତିର ଯୋଗ ଅଛି।

publive-image

କର୍କଟ: ଶିକ୍ଷା ସଂସ୍ଥାରେ ଥିବା ଲୋକଙ୍କୁ ଲାଭ ହେବ। ଅସହାୟଙ୍କୁ ସହାୟତା ଦିଅନ୍ତୁ, ସମାଜରେ ମାନ ସମ୍ମାନ ବଢ଼ିବ। ଯେଉଁମାନେ ଜମି କିଣିବାକୁ ଭାବୁଛନ୍ତି ସେମାନଙ୍କୁ ଲାଭଦାୟକ ପ୍ରସ୍ତାବ ମିଳିବ।

publive-imageସିଂହ: ବ୍ୟବସାୟରେ ବନ୍ଧୁ ବା ପରିବାର ଲୋକଙ୍କର ସାହାଯ୍ୟ ପାଇବେ। ଅଫିସରେ ପରିବେଶ ଭଲ ରହିବ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ।

publive-imageକନ୍ୟା: ଅଫିସ ଲୋକ ଆପଣଙ୍କ କାମର ପ୍ରଶଂସା କରିବେ। ଜୀବନରେ ଖୁସି ବଜାୟ ରହିବ। ରାଜନୈତିକ ଆୟୋଜନରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।

publive-imageତୁଳା: ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ। ତାଙ୍କ ସହିତ ମିଶି ବେପାର କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଆପଣଙ୍କର ସାମାଜିକ ପରିସର ବୃଦ୍ଧି ହେବ। ପ୍ରେମ ଜୀବନ ଭଲ ରହିବ।

publive-imageବିଛା: ପାରିବାରିକ ସୁଖ ବୃଦ୍ଧି ହେବ। କ୍ୟାରିଅରକୁ ନେଇ ଭଲ ନିଷ୍ପତ୍ତି ନେବେ। ଜମିରେ ନିବେଶ କରିବା ପୂର୍ବରୁ ମୁରବିଙ୍କ ସହ ବିଚାର ବିମର୍ଶ କରନ୍ତୁ। ପଇସା ଦିଆନିଆ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

publive-imageଧନୁ: ଉପରିସ୍ଥ କର୍ମଚାରୀଙ୍କ ସହ ଭଲ ସଂପର୍କ ରଖନ୍ତୁ। କ୍ୟାରିୟରରେ ଉନ୍ନତି ଯୋଗ ଅଛି। ଆପଣଙ୍କୁ ପୂର୍ବରୁ ନେଇଥିବା ନିଷ୍ପତ୍ତିର ଭଲ ଫଳ ମିଳିବ।

publive-image
ମକର: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ କରିବା ଲାଗି ଭାବିବେ। କାମରେ ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ରାଜନୀତିରେ ଆପଣଙ୍କୁ ବିଶେଷ ସଫଳତା ମିଳିବ।

publive-image

କୁମ୍ଭ: ଭଗବାନଙ୍କ ଉପରେ ଆସ୍ଥା ବଢ଼ିବ। ଅଧ୍ୟାପକଙ୍କ ଲାଗି ଦିନଟି ଭଲ। ବକେୟା ଅର୍ଥ ପାଇବେ। କାରବାରକୁ ଆଗକୁ ବଢ଼ାଇବା ପାଇଁ ଜୀବନସାଥୀର ସାହାଯ୍ୟ ନେବାକୁ ପଡ଼ିବ। ଆଇନ ସମ୍ପର୍କିତ ମାମଲାରେ ଆରାମ ପାଇବେ।
publive-image

ମୀନ: ନୂଆ ବେପାର ଆରମ୍ଭ କରିବା ପୂର୍ବରୁ ମୁରବିଙ୍କ ଅନୁମତି ନିଅନ୍ତୁ। ଛାତ୍ରଛାତ୍ରୀଙ୍କ କ୍ୟାରିଅରରେ ନୂଆ ପରିବର୍ତ୍ତନ ଆସିବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।