ମେଷ: ଦିନଟି ଆପଣଙ୍କ ଲାଗି ଆଶାଯୁକ୍ତ ରହିବ। ଦୀର୍ଘ ଦିନରୁ ଭାବିଥିବା କାମ ପୂରା ହେବ। ଚାକିରି ବୃତ୍ତିରେ ନୂଆ ଉପାୟ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ।
ବୃଷ: ଦିନଟି ଉତ୍ସାହପୂର୍ଣ୍ଣ ରହିବ। ବନ୍ଧୁମାନଙ୍କ ସହିତ ସମୟ ବିତିବ। ଅଧୁରା କାମ ଆଗକୁ ବଢ଼ାଇବେ। ପୁଞ୍ଜି ବଜାରରେ ଲାଭ ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ସାମାନ୍ୟ ରହିବ।
ମିଥୁନ: ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ଜମି ବ୍ୟବସାୟୀ ଭଲ ଲାଭ ପାଇଁ କିଛି ଦିନ ଅପେକ୍ଷା କରନ୍ତୁ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।
କର୍କଟ: ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ଅଧିକରୁ ଅଧିକ ସମୟ ଜୀବନସାଥୀଙ୍କୁ ଦିଅନ୍ତୁ, ସମ୍ପର୍କ ନିବିଡ଼ ହେବ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନୂଆ କଥା ଶିଖିବାକୁ ମିଳିବ।
ସିଂହ: ଦୀର୍ଘ ଦିନର କାମ ସଂପୂର୍ଣ୍ଣ କରିବା ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ ପ୍ରଦର୍ଶନ କରିବେ। ଶିକ୍ଷାର୍ଥୀ ଲେଖାପଢ଼ାରେ ମନ ଦିଅନ୍ତୁ।
କନ୍ୟା: କାମ ସଂପୂର୍ଣ୍ଣ କରିବାକୁ ଚାହୁଁଥିଲେ ଏକାଗ୍ରତାର ସହ ଅଧିକ ପରିଶ୍ରମ କରନ୍ତୁ। ଧନଲାଭର ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ପାରିବାରିକ ଜୀବନ ସୁଖକର ହେବ।
ତୁଳା: ଆପଣଙ୍କର ମନ ଆଧ୍ୟାତ୍ମିକ ବିଚାରରେ ମଗ୍ନ ରହିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ।
ବିଛା: ଘରର ନୂଆ ଦାୟିତ୍ବ ସମ୍ଭାଳିବାକୁ ପଡ଼ିପାରେ। ଅଫିସରେ ସହକର୍ମୀଙ୍କ ଭୁଲ୍ ନେଇ ବିରକ୍ତ ନହୋଇ ତାଙ୍କୁ କ୍ଷମା କରିଦିଅନ୍ତୁ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।
ଧନୁ: ଆପଣଙ୍କର ଶିଷ୍ଟାଚାର ଦ୍ବାରା ଲୋକେ ପ୍ରଭାବିତ ହେବେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।
ମକର: ଅଫିସର କୌଣସି ଜରୁରୀ କାମରେ ଉପରିସ୍ଥ କର୍ମଚାରୀ ସାହାଯ୍ୟ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ।
କୁମ୍ଭ: ପାରିବାରିକ ସୁଖ ବଢ଼ିବ। ପଡ଼ୋଶୀ ପୁରୁଣା ମନାନ୍ତର ଭୁଲି ବନ୍ଧୁତାର ହାତ ବଢ଼ାଇବେ। ବେପାରରେ ଆର୍ଥିକ ଲାଭ ହେବ। ଲେଖାପଢ଼ାରେ ଆପଣଙ୍କର ଏକାଗ୍ରତା ବଢ଼ିବ।
ମୀନ: ଆପଣଙ୍କ ସହିତ ସବୁକିଛି ଭଲ ହେବ। ଧନଲାଭର ଯୋଗ ରହିଛି। ଜୀବନସାଥୀ ସହିତ ମତଭେଦ ହୋଇପାରେ। ଚାକିରିଆଙ୍କୁ ଉନ୍ନତି ପାଇଁ ନୂଆ ଅବସର ମିଳିବ।