ନିଜ ହାତରୁ ଜାଣନ୍ତୁ ଆପଣଙ୍କର ସ୍ୱାସ୍ଥ୍ୟବସ୍ଥା!

ସ୍ୱାସ୍ଥ୍ୟବାନ୍‌ ରହିବାକୁ କିଏ ବା ଚାହେଁନା? ତେବେ କ’ଣ ଆପଣ ଜାଣିଛନ୍ତି ଯେ ବ୍ୟକ୍ତିର ସ୍ୱାସ୍ଥ୍ୟ ସହିତ ଜଡ଼ିତ ହୋଇଥିବା କେତେକ ରହସ୍ୟ ହାତ ଦ୍ୱାରା ଜଣାଯାଇଥାଏ। ଚାଲନ୍ତୁ ଆଜି ଆମେ ଏ ବିଷୟରେ ଜାଣିବା।

ହାତର ରଂଗ ଲାଲ୍‌ ହୋଇଥିଲେ: ଯଦି ଆପଣଙ୍କ ହାତର ରଂଗଟି ସଦା ସର୍ବଦା ଲାଲ୍‌ ରହୁଛି ତ ଜାଣନ୍ତୁ ଯେ ଏହା ଆପଣଙ୍କ ଲିଭର୍‌ ଜନିତ ସମସ୍ୟାର ଲକ୍ଷ୍ୟଣ। ହେଲେ ଯଦି ଆପଣ ଗର୍ଭବତୀ ଅଛନ୍ତି ତ ତେବେ ଏହା ରକ୍ତଚାପ ବଢ଼ିବାର କାରଣ ହୋଇଥାଏ।

ଆଙ୍ଗୁଠି ଫୁଲୁଥିଲେ: ଯଦି ଆପଣଙ୍କର ହାତର ଆଙ୍ଗୁଠି ଗୁଡ଼ିକ ଫୁଲି ଯାଉଥାଏ ତେବେ ଜାଣନ୍ତୁ କି ଆପଣ ‘ହାଇପୋଥାୟରାଇଡିଜ୍ମ’ର ଶିକାର ହୋଇଅଛନ୍ତି।

ନଖର ରଂଗ ଧଳା ହୋଇଥିଲେ: ଯଦି ଆପଣଙ୍କ ହାତ ଆଙ୍ଗୁଠିର ନଖକୁ ଦବାଇକି ରଖିଲା ପରେ ବି ଏହା ୧ ମିନିଟ୍‌ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଧଳା ରହୁଥାଏ କିମ୍ବା ସର୍ବଦା ହିଁ ଧଳା ରହୁଥାଏ,ତେବେ ଜାଣନ୍ତୁ କି ଏହା ଆପଣଙ୍କଠାରେ ଦେଖାଯାଉଥିବା ଏନିମିୟାର ଲକ୍ଷଣ ଅଟେ। ଯେଉଁ କାରଣକୁ ନେଇ ଆପଣ ରକ୍ତହୀନତାର ଶିକାର ହୋଇଥା’ନ୍ତି।

ସମ୍ବନ୍ଧିତ ଖବର