ନିୟମିତ ଅଣ୍ଟାବିନ୍ଧା ହେଉଛି ତ , କରନ୍ତୁ ଏହି ସରଳ ଅଭ୍ୟାସ

ଦିନ ସାରା ଅଫିସରେ ବସି କାମ କରିବା ଯୋଗୁଁ ଅନେକ ଲୋକ ଅଣ୍ଟାବିନ୍ଧାର ଶିକାର ହୋଇଥାଆନ୍ତି । ସେମାନେ ଏଥିପାଇଁ ଔଷଧ ସେବନ କରନ୍ତି । ହେଲେ ଏଥିରୁ ରକ୍ଷା ପାଇବାର ଏକ ସରଳ ଉପାୟ ହେଲା ଦଶ ମିନିଟର ଏକ ଆସନ କରିବା । ଏହି ଆସନ ଅଭ୍ୟାସ କରିଲେ ଆପଣଙ୍କଠାରେ ଅଣ୍ଟାବିନ୍ଧାଜନିତ ସମସ୍ୟା ରହିବ ନାହିଁ କି ପାଦରୁ ଅଣ୍ଟାଯାଏଁ କୌଣସି ଅଙ୍ଗରେ ଯନ୍ତ୍ରଣା ହେବ ନାହିଁ । ଏବେ ଜାଣନ୍ତୁ ସେହି ଆସନର ନାମ କ’ଣ ଓ ତା’କୁ କିଭଳି ଭାବେ ଅଭ୍ୟାସ କରିବାକୁ ପଡ଼ିଥାଏ । ଏହି ଆସନର ନାମ ହେଲା-କୋଣାସନ । ଏହାର ପ୍ରଣାଳୀ ଜାଣନ୍ତୁ :

photo-artofliving.org

ସର୍ବପ୍ରଥମେ ସିଧା ହୋଇ ଠିଆ ହୁଅନ୍ତୁ। ତାପରେ ଆସ୍ତେ ଆସ୍ତେ ଉପରକୁ ହାତ ଲମ୍ବା କରି ଭୂମି ଉପରେ ଠିଆ ହୁଅନ୍ତୁ । ମନେ ରଖନ୍ତୁ ଏହି ସମୟରେ ଉଭୟ ପାଦ ମଝିରେ ନିଶ୍ଚିତ ରୂପେ କିଛି ଅନ୍ତର ରହିବା ଦରକାର । ତା’ପରେ ନଃିଶ୍ୱାସ ନେଇ ଦୁଇ ହାତକୁ ଉପରକୁ ଉଠାନ୍ତୁ ଓ ଦୁଇ ହାତ ପାପୁଲିକୁ ଯୋଡ଼ି ଦିଅନ୍ତୁ । ତା’ପରେ ନିଃଶ୍ୱାସ ଛାଡ଼ି ଡାହାଣ ପଟକୁ ନୁଅଁନ୍ତୁୁ ଓ କିଛି ସେକେଣ୍ଡ ଯାଏଁ ସେହି ଅବସ୍ଥାରେ ରହିବା ପରେ ପୁଣି ନିଃଶ୍ୱାସ ତ୍ୟାଗ କରି ସିଧା ହୋଇଯାଆନ୍ତୁ । ତା’ପରେ ସମାନ କ୍ରିୟା ବାଟ ପଟେ ନଇଁ କରି କରନ୍ତୁ । ପୁଣି ସିଧା ହୋଇ ଯାଆନ୍ତୁ । ଏହି ଭଳି ପ୍ରତ୍ୟେହ ୧୦ ମିନିଟ୍‌ କରିଲେ ଆପଣଙ୍କର ଅଣ୍ଟାବିନ୍ଧା, ଏବଂ ପେଟ ଯନ୍ତ୍ରଣା ଆଦିରୁ ମୁକ୍ତି ମିଳିଥାଏ ଓ ମାଂସପେଶୀ ଶକ୍ତ ହୋଇଥାଏ ।

ତେବେ ମନେ ରଖନ୍ତୁ ଯଦି ଅଣ୍ଟାରେ ତୀବ୍ର ଯନ୍ତ୍ରଣା ଅନୁଭବ କରୁଥିବେ ବା ସ୍ପଣ୍ଡିଲାଇଟସ ରୋଗର ଶିକାର ହୋଇଥିବେ, ତେବେ କୋଣାସନ ନ କରିବା ଭଲ ।

ସମ୍ବନ୍ଧିତ ଖବର