ଚାନ୍ଦ ଭଳି ସୁନ୍ଦର ସ୍ୱାମୀ ନୁହେଁ, ବରଂ ଏଥିପାଇଁ କୁମାର ପୂର୍ଣ୍ଣମୀରେ ଚାନ୍ଦ ବନ୍ଦାନ୍ତି କୁଆଁରୀ ଝିଅ

ଆଜି ପବିତ୍ର କୁମାର ପୂର୍ଣ୍ଣମୀ। ଏହି ଦିନ କୁଆଁରୀ ଝିଅମାନେ ବ୍ରତ ରଖନ୍ତି। ଦିନ ଯାକ ଉପବାସ କରି ସଂଧ୍ୟାରେ ଚଉଁରା ପୂଜା କରିବା ସହ ଚାନ୍ଦ ବନ୍ଦାନ୍ତି। ଚାନ୍ଦକୁ ବନ୍ଦାଇବା ସମୟରେ ଚାନ୍ଦ ପରି ସ୍ୱାମୀ ପ୍ରାପ୍ତର ଇଚ୍ଛା ରଖି ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ସଭିଙ୍କ ମନରେ ଏହି ଧାରଣା ରହିଛି ଯେ ଯୁବତୀମାନେ ଏହି ଓଷା କରନ୍ତି ଚାନ୍ଦ ପରି ସୁନ୍ଦର ସ୍ୱାମୀ ପାଇବା ଇଚ୍ଛାରେ।

ବାସ୍ତବରେ ଏହା ପଛରେ ଭିନ୍ନ କଥା ଲୁଚି ରହିଛି। ଯାହା ହୁଏତ ସମସ୍ତେ ଜାଣନ୍ତି ନାହିଁ। ଚାନ୍ଦ ପରି ସ୍ୱାମୀ ପାଇବା କଥା ସତ। ମାତ୍ର ଚାନ୍ଦ ପରି ସୁନ୍ଦର ସ୍ୱାମୀ ପାଇବା ଏହି ଓଷାର ମୂଳ ଲକ୍ଷ୍ୟ ନୁହେଁ। ଚାନ୍ଦ ଯେପରି ସିତଳ ଓ ଉଜ୍ୱଳ ସେହିପରି ସ୍ୱାମୀ ପ୍ରାପ୍ତି ଉଦେଶ୍ୟରେ ପ୍ରଥମେ ଏହି ଓଷା ଆରମ୍ଭ ହୋଇଥିଲା।

କୁଆଁରୀମାନେ ଚାନ୍ଦଙ୍କୁ ବନ୍ଦାଇବା ସମୟରେ ତାଙ୍କ ସ୍ୱାମୀଙ୍କ ଭିତରେ ସିତଳତା ଓ ଔଜଲ୍ୟତା ରହିଥାଉ ବୋଲି ବର ମାଗିଥାନ୍ତି। ସ୍ୱାମୀଙ୍କ ବ୍ୟକ୍ତିତ୍ୱ ତାଙ୍କ ମୁହଁରେ ଚାନ୍ଦ ଆଲୋକ ପରି ଝଲସି ଉଠୁଥାଉ ବୋଲି ମନାସି ଝିଅମାନେ ଓଷା ସମ୍ପନ୍ନ କରନ୍ତି।

ସମ୍ବନ୍ଧିତ ଖବର