ବାର୍ଷିକ ରାଶିଫଳ ୨୦୧୮: କୁମ୍ଭ: ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ଆପଣଙ୍କ ଲାଗି ଉନ୍ନତିର ରାସ୍ତା ଉନ୍ମୁକ୍ତ

ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ଆପଣଙ୍କ ଲାଗି ଉନ୍ନତିର ରାସ୍ତା ଉନ୍ମୁକ୍ତ ରହିଛି। ଆପଣ ନିଜ ପରିଶ୍ରମର ସନ୍ତୋଷଜନକ ଫଳ ପାଇବେ। ବ୍ୟବସାୟୀଙ୍କ ପାଇଁ ବର୍ଷଟି ବିଶେଷ ଫଳଦାୟୀ ରହିବ। ମାର୍ଚ୍ଚରୁ ମଇ ମାସ ଭିତରେ ବ୍ୟବସାୟର ବଡ଼ ସଉଦା କରିପାରନ୍ତି। କମ୍ପାନି ଚାକିରିରେ ଥିବା ବ୍ୟକ୍ତିମାନଙ୍କ ଲାଗି ଉନ୍ନତିର ଅବସର ଆସିବ। ନୂଆ କମ୍ପାନିରେ ଚାକିରିର ମଧ୍ୟ ପ୍ରସ୍ତାବ ମିଳିପାରେ। ପାରିବାରିକ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ବଜାୟ ରହିବ। ଜୀବନରେ ଆଗକୁ ବଢ଼ିବା ପାଇଁ ଜୀବନସାଥୀଙ୍କ ପୂରା ସହଯୋଗ ଆପଣଙ୍କୁ ମିଳିବ। ମାର୍ଚ୍ଚ, ଅପ୍ରେଲ୍‌ ଦୁଇମାସ ନିଜର ଘରୋଇ ସମସ୍ୟାରେ ଆପଣଙ୍କୁ ସଂଯତ ହୋଇ କଥାବର୍ତ୍ତା କରିବାକୁ ହେବ। ଅବିବାହିତମାନଙ୍କ ଲାଗି ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ସମୟ ଭଲ। ତେବେ ସମ୍ପର୍କ ସ୍ଥିର ଓ ନିବିଡ଼ ନେଇ ତଥାପି ସମସ୍ୟା ରହିବ। କର୍ମଜୀବୀ ମହିଳାମାନେ ପରିବାରର ବିନା ଅନୁମତିରେ ବିବାହ କରି ଯାଇପାରନ୍ତି। ଛାତ୍ରଛାତ୍ରୀମାନଙ୍କ ପାଇଁ ବର୍ଷଟି ଭଲ ରହିବ। ସହପାଠୀମାନଙ୍କ ସହଯୋଗ ଆପଣଙ୍କୁ ମିଳିବାକୁ ରହିବ। ମାର୍ଚ୍ଚରୁ ମଇ ମାସ ଭିତରେ ନୂଆ କିଛି ଯୋଜନା ଆରମ୍ଭ କରିପାରନ୍ତି। ଏବର୍ଷ ସ୍ୱାସ୍ଥ୍ୟ ଭଲ ରହିବ। ନିଶା ଓ ଧୂମପାନ କରନ୍ତୁ ନାହିଁ। ହୃଦ୍‌ଘାତରେ ଶିକାର ହୋଇପାରନ୍ତି।

ସମ୍ବନ୍ଧିତ ଖବର