ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଜଣେ ମହିଳା ତାଙ୍କ ଫିଟ୍‌ ରହିବାର ରହସ୍ୟ ପଚାରିଛନ୍ତି । ଆଉ ମୁଖ୍ୟମନ୍ତ୍ରୀ ଏକ ମଜାଦାର ଉତ୍ତର ଦେଇଛନ୍ତି। ତାମିଲନାଡୁର ଶାସକ ଦଳ ଡିଏମକେ ପକ୍ଷରୁ ଟ୍ୱିଟରରେ ଏହି ଭିଡିଓ ସେୟାର କରାଯାଇଛି । ଏହି ଭିଡିଓରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କୁ ଟ୍ରାକସୁଟରେ ଦେଖିବାକୁ ମିଳିଛି।

Advertisment

ଏହି ଭିଡିଓରେ ସେ କିଛି ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଏହି ସମୟରେ, ୬୮ ବର୍ଷୀୟ ଏମ.କେ ଷ୍ଟାଲିନଙ୍କୁ ଜଣେ ମହିଳା ପଚାରିଥିଲେ ଯେ ଆପଣ ଏହି ବୟସରେ ମଧ୍ୟ କିପରି ଫିଟ୍ ଦେଖାଯାଉଛନ୍ତି ଓ ଆପଣଙ୍କ ଯୌବନର ରହସ୍ୟ କଣ ? ଏହା ପରେ, ଷ୍ଟାଲିନ କହିଛନ୍ତି ଯେ ଖାଦ୍ୟପେୟରେ ନିୟନ୍ତ୍ରଣ( ଡାଏଟ୍ କଣ୍ଟ୍ରୋଲ) ଯୋଗୁଁ ସେ ଫିଟ ଅଛନ୍ତି | ସୂଚନା ଥାଉ କି ଯେ ଡ଼ିଏମକେ କ୍ଷମତାକୁ ଆସିବା ପରଠାରୁ ପାର୍ଟି ଏଭଳି ଭିଡିଓ ସେୟାର କରିବାରେ ଲାଗିଛି ଯେଉଁଥିରେ ଏମ.କେ ଷ୍ଟାଲିନ ଫିଟନେସ ବିଷୟରେ ଚିନ୍ତିତ ଥିବା ଦେଖାଯାଉଛି।


ଗତ ମାସରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଥିଲା। ଏହି ଭିଡିଓରେ ଷ୍ଟାଲିନ ୱାର୍କଆଉଟ୍ କରୁଥିବା ଦେଖିବାକୁ ମିଳିଥିଲା ​​| ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା | ଷ୍ଟାଲିନ୍ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ପ୍ରତିଦିନ ଯୋଗ କରନ୍ତି। ସେ କହିଥିଲେ ଯେ ସମୟ ବାହାର କରି ସେ ପ୍ରତିଦିନ ବ୍ୟାୟାମ କରନ୍ତି।