ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନିଦ୍ରା ହେଉ ନାହିଁ କି? ଆପଣାନ୍ତୁ ଏହି ପ୍ରକ୍ରିୟା

ଆଜିକାଲି ନିଦ ନ ହେବା ଏକ ସାଧାରଣ କଥା ପାଲଟିଗଲାଣି। ଦୁଃଖ ପାଇଁ ହେଉ, ଚିନ୍ତା ପାଇଁ ହେଉ କିମ୍ବା ଉତ୍ସୁକତା ପାଇଁ ହେଉ। ନିଦ ପ୍ରାୟ ସମସ୍ତଙ୍କ ଜୀବନରୁ ଦୂରେଇବାରେ ଲାଗିଛି। ବିଶେଷ କରି ମୋବାଇଲ୍‌ ଫୋନ୍‌ ଓ ଇଣ୍ଟର୍‌ନେଟ୍‌ର ବହୁଳ ବ୍ୟବହାର ନିଦ ହଜାଇବାର କାରଣ ହୋଇପଡୁଛି। ମାତ୍ର ନିଦ ନହେବା ଯେ ଅନେକ ରୋଗର କାରଣ ହୋଇଥାଏ ତାହା ତ ଆପଣ ଜାଣିଥିବେ ନିଶ୍ଚୟ। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ପ୍ରକ୍ରିୟା ଅବଲମ୍ବନ କରିବା ଦ୍ୱାରା ରାତିରେ ନିଦ ଆସିବାରେ ଅସୁବିଧା ହେବ ନାହିଁ।

ପ୍ରଚୁର ପାଣି ପିଅନ୍ତୁ। ଶରୀରକୁ ଆବଶ୍ୟକ ପରିମାଣର ପାଣି ନମିଳିଲେ ଶରୀର ଶୁଷ୍କ ହୋଇଯାଏ। ଶୁଷ୍କ ଶରୀର ନିଦ ନ ହେବାର କାରଣ ବନିଯାଏ।

ସୁସ୍ଥକର ଖାଦ୍ୟ ଖାଆନ୍ତୁ। ଖାଇବା ଏପଟ ସେପଟେ ହେଲେ ବି ରାତ୍ରୀରେ ଠିକ୍‌ ସମୟରେ ନିଦ ଆସିନଥାଏ। ସବୁଜ ପନିପରିବା, ଫଳମୂଳ ଆଦି ପ୍ରଚୁର ପରିମାଣରେ ଖାଇବା ଦ୍ୱାରା ଶରୀର ସୁସ୍ଥ ରହେ। ଶରୀର ସୁସ୍ଥ ରହିଲେ ନିଦ ଆସିବାରେ କୌଣସି ଅସୁବିଧା ଆସେ ନାହିଁ।

ଶରୀର ସୁସ୍ଥ ଥିଳେ ଳବି ବେଳେ ବେଳେ ଅତ୍ୟଧିକ ଚିନ୍ତା ବା ଆନନ୍ଦ ବି ନିଦ ହଜିବାର କାରଣ ହୋଇଥାଏ। ସେ ସମୟରେ ଆପଣ ଖୁବ୍‌ କମ୍‌ ଭଲ୍ୟୁମ୍‌ରେ ଗୀତ ଶୁଣିପାରିବେ। ଫଳରେ ଆପଣଙ୍କୁ ହସଜରେ ନିଦ ଆସିବ।

ଶୋଇବା ପୂର୍ବରୁ ବିଛଣା ଝାଡ଼ି ଝୁଡ଼ି ସଫା ବେଡ୍‌ସିଟ ପକାଇବା ସହ ନିଜେ ଭଲ କରି ଧୁଆ ଧୋଇ ଆସନ୍ତୁ। ଅପରିଷ୍କାରତା ବି ନିଦ ନ ହେବାର ଆଉ ଏକ କାରଣ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୋବାଇଲ୍‌କୁ ଖଟ ଉପରେ ରଖନ୍ତୁ ନାହିଁ। କାମ ସାରି ଶୋଇବାକୁ ଗଲା ପୂର୍ବରୁ ମୋବାଇଲ୍‌କୁ ଥାକ ଉପରେ ଥୋଇ ଦିଅନ୍ତୁ।

ସମ୍ବନ୍ଧିତ ଖବର